Posted inଫୁରସତ

ଡେମ୍ଫ ଥାଇ ଅଧା ଫୁଟିଥିବା ପଦ୍ମଫୁଲ ଆକୃତିର କଳସ ସ୍ଥାପନ ହୋଇଥିଲା

ଆମେ ପୂର୍ବରୁ ଦୁଇଟି ବିଷୟ ସମ୍ପର୍କରେ ସୂଚନା ଦେଇଥିଲୁ। ଗୋଟିଏ ଶ୍ରୀପଦ୍ମକେଶର ମନ୍ଦିର ‘କଳସ’ ସମ୍ବନ୍ଧରେ, ଅନ୍ୟଟି ‘ଧ୍ୱଜପଦ୍ମ’ ସମ୍ବନ୍ଧରେ। କଳସଟି ତିନି ହାତ ଉଚ୍ଚତା ବିଶିଷ୍ଟ ଥିଲା, ଡେମ୍ଫ ସହିତ ଅଧା ଫୁଟିଥିବା ପଦ୍ମଫୁଲ ଆକୃତିର। ନୀଳମୁଗୁନି ପଥରରେ ଏହା ନିର୍ମିତ ହୋଇଥିଲା। ପୂର୍ବରୁ ପୋଥି ଆଧାରରେ ଆମେ ଆଲୋଚନା କରିଥିଲେ ସମସ୍ତ ନୀଳମୁଗୁନି ପଥର ବାଲେଶ୍ୱରର ନୀଳଗିରି ପାହାଡ଼ରୁ କୋଣାର୍କକୁ ଆସିଥିଲା।
ଅର୍ଦ୍ଧ ପ୍ରସ୍ଫୁଟିତ ପଦ୍ମଫୁଲର ‘ବଇଠି’ ଥିଲା, ଯାହା ଫୁଲର ମୂଳରେ ରହିଥିଲା। ବାଙ୍ଗରଗଡ଼ର ରାମ ମହାପାତ୍ର ସାତଜଣ ପଥୁରିଆଙ୍କ ସହଯୋଗରେ ଏହାକୁ ନିର୍ମାଣ କରିଥିଲେ। ମୁଖ୍ୟ ମନ୍ଦିରରେ କଳସ ବସିବା ପୂର୍ବରୁ ମୁଖଶାଳାରେ କଳସ ଖଞ୍ଜା ସରିଥିଲା। ଆଶ୍ୱିନ ଶୁକ୍ଳ ଦଶମୀ ଅର୍ଥାତ୍‌ ଦଶହରାଦିନ ବେଦପୁରର ବ୍ରାହ୍ମଣମାନେ ପୂଜା କରିବା ପରେ ବାରଜଣ ପାଇଟିଆଳ ତାହାକୁ ଆଣିଥିଲେ। ତାହା ଦୁଇ ଭାଗରେ ନିର୍ମିତ ହୋଇଥିଲା। ପୂଜା ସମୟରେ ରାଜଗୁରୁ ଓ ଶିବେଇ ସାମନ୍ତରା ଉପସ୍ଥିତ ଥିଲେ। ମୁଖଶାଳାର କଳସ ନିର୍ମାଣ ହୋଇଥିଲା କଳାମୁଗୁନି ପଥରରେ। କଳସର ଦୁଇଭାଗ ମଝିରେ ଥିବା ରନ୍ଧ୍ରକୁ ସୂତ୍ରଧର ସଂଯୋଗ କରିଥିଲେ। ସେଥିପାଇଁ ଏକ ପାରିଭାଷିକ ଶବ୍ଦ ବ୍ୟବହାର ହୋଇଛି ‘ଯନ୍ତ୍ର’। ସେହି ଯନ୍ତ୍ରରେ ରଖାଯାଇଥିଲା ଏକ ଗୌଣି ଧାନ, ଗୌଣିଏ ବିରି, କିଛି ଦହି, ନବରତ୍ନ ପଥର (ନବଗ୍ରହଙ୍କ ପାଇଁ ନଅ ପ୍ରକାରର ପଥର)। ଏଗାରଟି ସୁନାରେ ନିର୍ମିତ ଗ୍ରହାଦି ମଣ୍ଡଳୀ ଫଳକ। ଏହି ଫଳକରେ ‘ଆଦିତ୍ୟ’ଙ୍କୁ ବାଦ ଦିଆଯାଇଥିଲା। ସୂର୍ଯ୍ୟତନ୍ତ୍ର ଗ୍ରନ୍ଥ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିଲା। ଯଦି ସୂର୍ଯ୍ୟଙ୍କ ପାଇଁ ମନ୍ଦିର ହୋଇଥିବ, ପୀଠରେ ଯଦି ଭାସ୍କର ରହିବେ, ତେବେ ‘ରବି’ ମୁଖଶାଳାରେ ପୂଜିତ ହେବେ। ଭାସ୍କର କେବେ ବି ମୁଖଶାଳାରେ ରହିବେ ନାହିଁ। ତେଣୁ ୧୧ଟି ଗ୍ରହାଦିମଣ୍ଡଳ ଫଳକ ରହିବ।
କଳିଙ୍ଗ ଶୈଳୀର ମନ୍ଦିରରେ ଏବେ ବି ଏହି ପ୍ରଥା ଅନୁସୃତ ହୋଇ ଆସୁଛି। ପୀଠର ପୀଠାଧୀଶ୍ୱର ବା ମନ୍ଦିରର ମୁଖ୍ୟ ଦେବୀ/ଦେବତା ମୁଖଶାଳାରେ ରହିବେ ନାହିଁ। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କୋଣାର୍କଠାରେ ମନ୍ଦିର ନିର୍ମାଣ ପୂର୍ବରୁ ତାହା ଅନୁସୃତ ହୋଇଥିଲା। ପରେ ପ୍ରକୃତ ସିଂହଦ୍ୱାର ପରିବର୍ତ୍ତେ ମେଘନାଦ ପ୍ରାଚୀର ହେବାରୁ ପ୍ରବେଶପଥ ଗୁମୁଟକୁ ସିଂହଦ୍ୱାର ଲୋକ ଚଳଣିରେ କୁହାଯାଉଛି। ପ୍ରକୃତ ସିଂହଦ୍ୱାର ଦେଇ ଏବେ ବି ମହାପ୍ରଭୁ ମନ୍ଦିରରୁ ବାହାର ପାହାଚ ଏବଂ ଗୁମୁଟ ଦେଇ ବଡ଼ଦାଣ୍ଡକୁ ଆସୁଛନ୍ତି। ଆନନ୍ଦବଜାରରୁ ବାହାର ପାହାଚକୁ ଆସିବା ପାଇଁ ଯେଉଁ ଦ୍ୱାର ତାହା ପ୍ରକୃତ ସିଂହଦ୍ୱାର। ସେଠାରେ ମନ୍ଦିରର ମୁଖ୍ୟ ଅଧୀଶ୍ୱରଙ୍କ ବିଗ୍ରହ ନାହିଁ। ବାହାର ପାହାଚ ସଂସ୍କୃତ ପୁସ୍ତକରେ ‘ବହିସ୍ଥ ପାହାଚ’ ଭାବରେ ବର୍ଣ୍ଣିତ। ବହିସ୍ଥ ପାବଚ୍ଛ ଶବ୍ଦ ଓଡ଼ିଆରେ ‘ବାହାର ପାହାଚ’ ହୋଇ ଶେଷରେ ‘ବାଇସି ପାହାଚ’ ରୂପେ ପ୍ରସିଦ୍ଧ ହୋଇଛି।
ମେଘନାଦ ପ୍ରାଚୀରର ଗୁମୁଟ ଉପରେ ‘ଦଶାବତାର’ ବିଗ୍ରହ ଥିଲେ। କେଉଁ ଏକ ଅନ୍ଧାର ରାତିରେ ନବମ ଅବତାର ସ୍ଥାନରେ ‘ଶ୍ରୀଜଗନ୍ନାଥ’ଙ୍କ ମୁହଁ ଲାଗିଲା। ତାହା ବାସ୍ତୁଶାସ୍ତ୍ର ବିରୋଧୀ କାର୍ଯ୍ୟ। ମୁଖଶାଳାରେ ମୁଖ୍ୟ ବିଗ୍ରହ ଯେଉଁଠି ରହିବାର ବିଧି ନାହିଁ, ପରବର୍ତ୍ତୀ କାଳରେ ନିର୍ମିତ ଗୁମୁଟ ଉପରେ କିପରି ମୁଖ୍ୟ ବିଗ୍ରହ ରହିବେ? ତେବେ ତ ଆଦିଶଙ୍କରାଚାର୍ଯ୍ୟ ଲେଖିଥିବା ‘ହରତ୍ୱଂ ସଂସାରଂ ଦ୍ରୁତତ୍ତରମସାରଂ ସୁରପତେ’ ସ୍ତୋତ୍ରର ‘ସୁରପତେ’ ଶବ୍ଦର ବିରୋଧାଭାଷ ହୋଇଯିବ। ସୁର ଅର୍ଥାତ୍‌ ଦେବତାମାନଙ୍କର ଯିଏ ପତି, ସେ କିପରି ଅବତାର ନେଇଥିବା ଦେବତାଙ୍କ ମେଳରେ ବସିବେ?
କୋଣାର୍କଠାରେ ଶ୍ରୀପଦ୍ମକେଶର ମନ୍ଦିରରେ ଶାସ୍ତ୍ର ବିଧିସମ୍ମତ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଥିଲା। ମୁଖଶାଳା କଳସର ନିର୍ମାତା ଥିଲେ ଶିଳ୍ପୀ ରାମ ମହାପାତ୍ର। ସେ ହିଁ ଦୁଇ ଭାଗକୁ ସଂଯୋଗ କରିଥିଲେ। ସଂଯୋଗ ହେବାପରେ ନାଲି ସିଲ୍‌କ କନାରେ ଗୁଡ଼ାଇ ଦିଆଯାଇଥିଲା। ଏହି କାର୍ଯ୍ୟ ପାଇଁ ଶିଳ୍ପୀ ନେଇଥିଲେ- ଚାରୋଟି ପଦ୍ମମାଢ଼ ସୁନା। ଗୋଟିଏ ପଦ୍ମମାଢ଼ ଏକ ତୋଳା (ଭରି) ସୁନାର ଚାରିଭାଗରୁ ଭାଗେ। ମନ୍ଦିରରେ ‘କଳସ’ ସ୍ଥାପନ ପୂର୍ବରୁ ମସୃଣ ପଥର ଚାରୋଟି ପ୍ରଥମେ ଅଁଳାଶ୍ରୀରେ ରଖାଯାଇଥିଲା। ପଥରଗୁଡ଼ିକ ଏକ ହାତ ଉଚ୍ଚତା ବିଶିଷ୍ଟ ଥିଲା। ଦଶଜଣ ପଥୁରିଆଙ୍କୁ ଦୁଇଦିନ ଲାଗିଥିଲା। ପଲିସି ପଥରକୁ ତିନିଜଣ ଶିଳ୍ପୀ ଖଞ୍ଜିଥିଲେ। ଖଞ୍ଜିବା ପରେ ତିନିଜଣ ପଥୁରିଆ, ଦୁଇଜଣ କାମିକା ନାରୀ ପାଣିମାଠିଆ ନେଇ ଯୋଡ଼େଇରେ ‘କରାଳ’ ପୂର୍ଣ୍ଣ କଲେ। ପଥର ଗୁଣ୍ଡରେ ତାହାକୁ ଏପରି ଘଷିଲେ, ଯେପରି ଗୋଟିଏ ପଥର ପରି ଦିଶିବ। ମାର୍ଗଶୀର ଶେଷ ଗୁରୁବାରଦିନ ଏକ ପଦ୍ମଦଣ୍ଡ ରଖାଯାଇଥିଲା।
ଏହି ପଦ୍ମଦଣ୍ଡ ରତ୍ନ-ମୁଦ- କଳସର ମଝିରେ ଖଞ୍ଜାଯାଇଥିଲା। ପଦ୍ମଦଣ୍ଡ ନିଜେ ରାଜଗୁରୁ ନେତୃତ୍ୱ ନେଇ ପହଞ୍ଚେଇଥିଲେ। ସେହିଦିନ ବଡ଼ ଦେଉଳର ପତି ମହାପାତ୍ର, ସେବକ ରାଜାଙ୍କ ନିଷ୍ପତ୍ତି ଅନୁଯାୟୀ ‘ମହାପ୍ରସାଦ’ ନେଇ ପହଞ୍ଚତ୍ଥିଲେ। ପୂଜା ହେବା ପରେ ରାଜଗୁରୁ, ଶିଳ୍ପୀ ନାରାୟଣ ମହାପାତ୍ର, ଶିବେଇ ସାମନ୍ତରା, ଶିଳ୍ପୀ ଗଙ୍ଗା ମହାପାତ୍ର, ଗଦାଧର ମହାପାତ୍ର ଓ ବେଦପୁର ବ୍ରାହ୍ମଣଙ୍କୁ ଏକ ହଳ ଲେଖାଏଁ ଧୋତି ଦିଆଯାଇଥିଲା। ବ୍ରାହ୍ମଣମାନଙ୍କୁ ଦୁଇମାଢ଼ ସୁନା ଦକ୍ଷିଣା ବାବଦକୁ ଦିଆଯାଇଥିଲା।
ଏହାପରେ ଆରମ୍ଭ ହୋଇଥିଲା ‘ପରିକ୍ରମା’ ବିଧି। ଅର୍ଦ୍ଧଉନ୍ମୀଳିତ ଡେମ୍ଫ ସହିତ ପଦ୍ମଫୁଲ ଆକୃତିର କଳସକୁ ଚାରିଜଣ ପଥୁରିଆ ମୁଖ୍ୟ ମନ୍ଦିର ପରିକ୍ରମା କରାଇବା ପରେ, ତାହା ଉପରକୁ ନେଇଥିଲେ। ଏହାପରେ ପୁଣି ଆରମ୍ଭ ହୋଇଥିଲା ସ୍ଥାପନ ବିଧିର ଦ୍ୱିତୀୟ ପର୍ବ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?