Categories: ଖେଳ

କର୍ନାଟକକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ହିରୋ ଜାତୀୟ ବିଚ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଦଳ ସୋମବାର ପ୍ରତିଯୋଗିତାର ଚତୁର୍ଥ ମ୍ୟାଚରେ ଦଳ ୭-୩ ଗୋଲ୍‌ରେ କର୍ନାଟକକୁ ହରାଇ ଦେଇଛି। ଓଡ଼ିଶା ପକ୍ଷରୁ ଅଧିନାୟକ ବାପୁନୀ ବିନ୍ଧାଣୀ (୩ୟ, ୨୨ତମ, ୨୭ତମ ଓ ୩୫ତମ) ଚାରୋଟି, ସୁବାସ ପୂଜାରୀ (୬ଷ୍ଠ ଓ ୨୯ତମ ମିନିଟ୍‌) ଦୁଇଟି ଏବଂ ବଦଳ ଖେଳାଳି ମହମ୍ମଦ ବିଲାଲ ଗୋଟିଏ ଗୋଲ୍‌ ଦେଇଥିଲେ। କର୍ନାଟକ ତରଫରୁ ମହମ୍ମଦ ଲୁକ୍‌ମାନ ଶେଖ୍‌ଜୀ (୩୨ତମ ଓ ୩୩ତମ) ଦୁଇଟି ଏବଂ ଅଧିନାୟକ ମହମ୍ମଦ ସୁଫିୟାଁ (୩୨ତମ) ଗୋଟିଏ ଗୋଲ୍‌ ଦେଇଥିଲେ।

Share