୧୩ ବର୍ଷ ପରେ ଗାଁକୁ ଫେରିଲେ ହଜିଲା ପୁଅ

ସିମୁଳିଆ,୮।୮(ସନ୍ତୋଷ ନାୟକ): ୧୩ବର୍ଷ ପରେ ଗାଁକୁ ଫେରିଛି ହଜିଲା ପୁଅ। ଆଖି ଆଗରେ ଚୁନା ହୋଇଯାଇଥିବା ସୁନା ସଂସାର ପୁଣି ଥରେ ହସି ଉଠିବ ବୋଲି ଖୁସିରେ ଆତ୍ମହରା ହୋଇ କହିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର କୁଟାରୀ ଅଞ୍ଚଳର ନିରଞ୍ଜନ ବାରିକ (୬୬)। ମାନସିକ ବିକୃତ ହୋଇ ନିଖୋଜ ହୋଇଯାଇଥିବା ନିରଞ୍ଜନଙ୍କ ବଡପୁଅ ଅମର ସ୍ମୃତିଶକ୍ତି ଫେରିପାଇ ପହଞ୍ଚିବା ପରେ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି।
ନିରଞ୍ଜନ କୌଳିକ ବୃତ୍ତି ସହ ଚାଷ କରି ପରିବାର ପୋଷଣ କରୁଥିଲେ। ସ୍ତ୍ରୀ ରବିଲତା, ବଡ଼ପୁଅ ଅମର, ସାନପୁଅ ସନାତନ, ୩ ଝିଅଙ୍କୁ ନେଇ ତାଙ୍କର ସୁନାର ସଂସାର ଗଢ଼ିଉଠିଥିଲା। ୩ ଝିଅଙ୍କ ବିବାହ ସରିଯାଇଥିଲା। ଦୁଇପୁଅ ସକ୍ଷମ ହେବାପରେ କୋଲକାତାରେ ପାନ ଦୋକାନ ସହିତ ଏକ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ବ୍ୟବସାୟ ଭଲ ଚାଲିବାରୁ ଦୁଇପୁଅଙ୍କ ସହିତ ବାପା ଯାଇ ଯୋଗ ଦେଲେ। ସଡ଼କ ସମ୍ପ୍ରସାରଣ ପରେ ତାଙ୍କ ଦୋକାନ ଭାଙ୍ଗିଯିବା ସହିତ ବ୍ୟବସାୟ ବନ୍ଦ ହୋଇଗଲା। ସାନ ପୁଅ ସନାତନ ଡେଙ୍ଗୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ପରେ ନିରଞ୍ଜନଙ୍କ ସ୍ତ୍ରୀ ରବିଲତାଙ୍କର ଅକସ୍ମାତ ମୃତ୍ୟୁ ହୋଇଗଲା। ବଡ଼ ପୁଅ ଅମର ପାଗଳ ହୋଇ ବୁଲିଲେ ଓ ପରେ କେଉଁଆଡେ ନିଖୋଜ ହୋଇଗଲେ। ଏହାପରେ ଅମରଙ୍କ ସ୍ତ୍ରୀ ଓ ପୁଅ ଘରଛାଡ଼ି ଚାଲିଯାଇଥିଲେ। ନିରଞ୍ଜନ ମଧ୍ୟ ବେଙ୍ଗାଲୁରର ଏକ କମ୍ପାନୀରେ ଶ୍ରମିକ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ଆଖି ଆଗରେ ସୁନା ଘର ଚୁନା ହୋଇଯିବା ପରେ ତାଙ୍କ ମସ୍ତିସ୍କ ମଧ୍ୟ ବିଚଳିତ ହୋଇଥିଲା। ସେଠାରେ କାମ କରୁଥିବା ବେଳେ ମେଶିନରେ ତାଙ୍କ ଡାହାଣ ହାତର ୪ ଆଙ୍ଗୁଠି କଟିଯାଇଥିଲା। ପୁଣି ଗାଁକୁ ସେ ଫେରିଥିଲେ। ତେବେ ସୋମବାର ସକାଳେ ମୁମ୍ବାଇ ପୋଲିସ ଅମରଙ୍କ ସହିତ କୁଟାରୀ ଅଞ୍ଚଳରେ ପହଞ୍ଚତ୍ବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅମରଙ୍କ ସ୍ମୃତିଶକ୍ତି ଫେରିଆସିବା ସହିତ ସେ ଭଲ ଆଚରଣ କରୁଥିବା ଦେଖି ସ୍ଥାନୀୟ ଲୋକେ ଖୁସି ହୋଇଯାଇଥିଲେ। ଏପରିକି ତାଙ୍କ ବାପା ପୁଅକୁ ଦେଖି ଖୁସିରେ କୋହ ସମ୍ଭାଳି ପାରି ନ ଥିଲେ। ନିରଞ୍ଜନ କୁହନ୍ତି, ୧୫ବର୍ଷ ତଳେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ପୁଅ ଭଲରେ ଫେରିଛି, ଯାହା ଘଟିବାର ଥିଲା ଘଟିଯାଇଛି। ନାତି ଓ ବୋହୂଙ୍କୁ ତାଙ୍କ ବାପ ଘରୁ ଫେରାଇ ଆଣିବେ, ଜମିରେ ଚାଷ କାମ କରି ଚଳିବେ ବୋଲି ସେ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri