ଟେକ୍ନୋଲୋଜିରେ ହଜିଯିବା କି

ସହଦେବ ସାହୁ

ଆମ ଶରୀର କେତେ ନଶ୍ୱର, ଆମ ମୃତ୍ୟୁଟା କେତେ ନିଶ୍ଚିତ ଏବଂ ଆମ ସ୍ବାସ୍ଥ୍ୟ, ସାହଚର୍ଯ୍ୟ ଓ ଅନୁକମ୍ପା କେତେ ମୂଲ୍ୟବାନ ତାହା କୋଭିଡ୍‌ -୧୯ ଆମକୁ ଜଣାଇଦେଲା। ଏ ପ୍ରବନ୍ଧଟି ଧରିତ୍ରୀରେ ବାହାରିଛି ବୋଲି ଯେଉଁ ଗରିବମାନେ ଜାଣିବାର ସୁବିଧା ନାହିଁ ସେମାନଙ୍କର ଅନ୍ତର୍ଦୃଷ୍ଟି ଅଛି ଯେ ମଣିଷର ଏକମାତ୍ର ସମ୍ପତ୍ତି ହେଉଛି ତାହାର ଶରୀରଟା ଏବଂ ତା’ ଦୁଇ ହାତ ଦ୍ୱାରା ସେ କ’ଣ କରିପାରେ! ଧନୀ ଓ ସମ୍ଭ୍ରାନ୍ତ ଲୋକେ, ସୁବିଧା ଉପଭୋଗ କରୁଥିବା ଲୋକେ, କେତେ ଲୋକଙ୍କ ଘେରରେ ଥାଆନ୍ତୁ ନା କାହିଁକି ଯେତେ ଜଟିଳ ଟେକ୍ନୋଲୋଜି ସହିତ ସଂଶ୍ଳିଷ୍ଟ ଥାଆନ୍ତୁ ନା କାହିଁକି ସେମାନେ ମଣିଷପଣିଆର ଦୂରରେ ଅଛନ୍ତି। ନିଆଁ ଓ ଚକରୁ ଆରମ୍ଭକରି ମୁଦ୍ରଣ ପ୍ରକ୍ରିୟା, ଟ୍ରେନ୍‌, ରେଡିଓ, ବିମାନ, ଟିଭି, ଇଣ୍ଟରନେଟ୍‌, ଜଟିଳ ଅସ୍ତ୍ରଶସ୍ତ୍ର ଆଉ କାର୍‌ ଭଳି ଜିନିଷଗୁଡ଼ିକ ଟେକ୍ନୋଲୋଜି ଜରିଆରେ ସେମାନଙ୍କ ଜୀବନରେ ପଶିଯାଇଛି; ସାଧାରଣ ଲୋକର ଜୀବନରେ। ଗୋଟିଏ ଉଦାହରଣ ନିଅନ୍ତୁ, ‘କାର୍‌’: ପରିବହନ ପାଇଁ ଏକ ଫଳପ୍ରଦ ସୁବିଧାଜନକ ଉପାୟ ହିସାବରେ କାର୍‌ ଉଦ୍ଭାବନ ହେଲା। କିନ୍ତୁ ସେଗୁଡ଼ିକ ଖୁବ୍‌ ଶୀଘ୍ର ଅତ୍ୟଧିକ ହୋଇଗଲା, ମୋଟରଗାଡ଼ି ପାଇଁ ଆମ ଭୂପୃଷ୍ଠ, କେବଳ ନଗର ନୁହେଁ, ଆମର ଲାଣ୍ଡସ୍କେପ୍‌ ପୂରା ବଦଳିଗଲା। ଏ ପରିବର୍ତ୍ତନ ଏବେ ବି ଚାଲିଛି। ଟ୍ରାଫିକ୍‌ ଜାମ୍‌ର ଅନ୍ତ ନାହିଁ। ତୁମେ ଯେଉଁ ସହରରେ ଥାଅ ନା କାହିଁକି, ୟୁରୋପ ହେଉ କି ଆମେରିକା, ଭାରତ ହେଉ କି ବାଂଲାଦେଶ ଧାଡ଼ି ଧାଡ଼ି ବଡ଼ ବଡ଼ ଟ୍ରକ୍‌ ଯାତାୟାତକୁ କଷ୍ଟ କରିଦେଉଛି, ମଣିଷର ଜୀବନ ଓ ଅଙ୍ଗପ୍ରତ୍ୟଙ୍ଗକୁ ଛାରଖାର କରିଦେଉଛି। ବେଖାତିର ଡ୍ରାଇଭରମାନଙ୍କ ଆଚରଣ ଦ୍ୱାରା ପଥଚାରୀର ଜୀବନ ବିପନ୍ନ ହୋଇପଡ଼ିଛି- ପୃଥିବୀସାରା ବର୍ଷକୁ ୧୩ ଲକ୍ଷ ୫୦ ହଜାର ଲୋକ ରାସ୍ତା ଉପରେ ମରିଯାଉଛନ୍ତି। ଏହାର ମାନେ ପ୍ରତିଦିନ କାର୍‌, ବସ୍‌, ମୋଟର ସାଇକେଲ, ବାଇସାଇକେଲ ଓ ଟ୍ରକ ଧ୍‌କ୍କାରେ ୩୭୦୦ରୁ ବେଶି ଲୋକ ମରୁଛନ୍ତି। ଏବେ ପିଲାମାନଙ୍କର, ବିଶେଷତଃ ୫-୨୯ବର୍ଷ ବୟସର ଯୁବମାନଙ୍କ ମୃତ୍ୟୁର ବଡ଼ କାରଣ ହେଉଛି ଟ୍ରାଫିକ୍‌ ଆକ୍ସିଡେଣ୍ଟ୍‌। କେତେ ଯେ ଲକ୍ଷ ଲକ୍ଷ ଲୋକ ଜୀବନସାରା ଅପାଙ୍ଗ ହୋଇଯାଉଛନ୍ତି ତାହାର କଳନା ନାହିଁ।
ମୋଟରଗାଡ଼ି ଯୋଗୁ ଆମ ବାୟୁମଣ୍ଡଳ ଧୂଆଁ-କାର୍ବନ ମନୋକ୍ସାଇଡ଼୍‌ ଓ ଅନ୍ୟ ବିଷାଣୁ-ରେ ଭର୍ତ୍ତି ହୋଇଯାଉଛି। ସାରା ଜୀବମଣ୍ଡଳ (ବାୟୋସ୍ପିୟର) କ୍ଷତିଗ୍ରସ୍ତ ହୋଇଛି। ମଣିଷ ଓ ଜୀବଜନ୍ତୁମାନେ ଶ୍ୱାସକ୍ରିୟାରେ ପ୍ରଦୂଷିତ ପବନ ଗ୍ରହଣକରି ଫୁସ୍‌ଫୁସ୍‌କୁ ପଠାଉଛନ୍ତି। ଗାଡ଼ିିଟିଏ ଧରି ଆମେ ଯେତେବେଳେ ଅବାଧରେ ଭିନ୍ନ ଭିନ୍ନ ଜାଗାକୁ ଓ ଭିନ୍ନ ଭିନ୍ନ ଅଭିଜ୍ଞତା ପାଇଁ ବୁଲି ପାରୁଛୁ ସେତେବେଳେ ଏ ଖରାପ କଥା ଭାବିପାରୁ ନାହୁଁ। ଆମେ ଆମ ପରିବେଶକୁ ଏମିତି ବଦଳାଇଛୁ ଏବଂ ଆମ ଯୋଗାଯୋଗ ବା ଯାତାୟାତ ଏତେ ଉନ୍ନତ ହୋଇଯାଇଛି ଯେ ଏ ଟେକ୍ନୋଲୋଜିକାଲ ପରିବର୍ତ୍ତନଗୁଡ଼ିକ ସାଙ୍ଘାତିକ ପରିଣତି ଆଣିଦେଇଛି। ଚାଇନାର ଉହାନ ଅଞ୍ଚଳର ଲୋକେ ସୁଦୂର ଇଟାଲୀରେ କାମ କରିବାକୁ ଯାଇପାରୁଛନ୍ତି, ସେଠୁ ପୃଥିବୀର ସବୁ ଦେଶକୁ ଲୋକେ ନିମିଷକ ଭିତରେ ଯାଇପାରୁଛନ୍ତି। ଏ ତ ଏକ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି: କୋଭିଡ୍‌-୧୯ ଏପରି ଏକ ସାଙ୍ଘାତିକ ପରିସ୍ଥିତି।
ମୋ ପିଲାବେଳେ ଟେଲିଫୋନ୍‌ ନ ଥିଲା। କଲେଜରେ ପଢ଼ିଲା ବେଳକୁ ଏମିତିକା ଯନ୍ତ୍ର ଥିଲା, ଯେଉଁଥିରେ ଆମକୁ ସଂଖ୍ୟା ଉପରେ ଗୋଲ୍‌ ଛିଦ୍ର ବାଟେ ବୁଲାଇବାକୁ ପଡ଼ୁଥିଲା। ଅବସର ଯେତେ ପାଖେଇ ଆସୁଥିଲା, ସୁଇଚ୍‌ବୋର୍ଡ଼ଗୁଡ଼ିକରୁ ଲାଣ୍ଡ ଲାଇନ୍‌ଗୁଡ଼ିକ ସେତେ ବେଶି ବିଛୁଡ଼ି ହୋଇ ପଡିଥିଲା। ଅବସର ପାଇଲା ବେଳକୁ ସେଲ୍ୟୁଲାର ଓ ମୋବାଇଲ ଫୋନ୍‌ ଆସିଗଲା। ୨୦୦୫ରେ ମୁଁ ଲେଖିଥିଲି ଦିନେ ପୃଥିବୀସାରା କଲ୍‌ଟା ଲୋକାଲ କଲ୍‌ ହୋଇଯିବ, ଏବେ ତ ପୃଥିବୀସାରା କଲ୍‌ କରି ପରସ୍ପରକୁ ଦେଖିପାରିବ – ତାହା ମାଗଣା ଯଦି ହ୍ବାଟ୍‌ସଆପ୍‌ ବା ଫେସ୍‌ବୁକ୍‌ର ଭିଡିଓ କଲ୍‌ ।
ଏ ସବୁ ଆରମ୍ଭ ହେଲା ୧୯୫୭ରେ ଯେତେବେଳେ ମୁଁ ମାଟ୍ରିକ୍ୟୁଲେଶନ ପାସ୍‌ କଲି ମହମ୍ମଦ୍‌ ଅଟାଲା ନାମକ ଜଣେ ଇଜିପ୍ଟସିଆନ୍‌ ଇଞ୍ଜିନିୟର ସିଲିକନ ବ୍ୟବହାର କରି ଗୋଟିଏ ମେଟାଲ ଅକ୍ସାଇଡ଼୍‌ ସେମିକଣ୍ଡକ୍ଟର (ଏମ୍‌ଓଏସ୍‌) ପ୍ରସ୍ତାବ ଦେଲେ। ୧୯୮୩ରେ ପାପୁଲିରେ ଧରିବା ଭଳି ମୋବାଇଲ୍‌ ଫୋନ୍‌ ଆରମ୍ଭ ହେଲା, ୨୦୧୯ରେ ସ୍ମାର୍ଟ ଫୋନ୍‌ରେ ଏକାଧିକ କ୍ୟାମେରା ରହିଲା, ୱାଟର୍‌ପ୍ରୁଫ୍‌ ହେଲା। ମୁହଁ ବା ଆଙ୍ଗୁଠି ଛାପ ଦେଖି ଖୋଲିହେଲା। ଏବେ ତ ଜୀବନସାଥୀ, ଯଦି ସାଙ୍ଗରେ ନ ନେଇଯାଇଥିବ ସାଙ୍ଗମାନେ ଓ ପରିବାର ଲୋକେ ବଡ଼ ବ୍ୟସ୍ତ ହୋଇଯିବେ, ‘ତୁ ବିନା ଫୋନ୍‌ରେ କିପରି ଆସିଲୁ’। ସ୍ମାର୍ଟଫୋନ୍‌ ଆମ ଜୀବନର ଅଙ୍ଗ ହେବାକୁ ୨୦ ବର୍ଷ ବି ନେଇନାହିଁ, କିନ୍ତୁ କାର୍‌ ଏ ରୂପକୁ ଆସିବା ପାଇଁ ୧୦୦ ବର୍ଷ ନେଇଛି। ଆମ ଗାଁ ରାସ୍ତାରେ କେହି ଜଣେ ଅଜଣା ଚାଲିଯାଉଥିତ୍ଲେ ଆମେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲୁ। ପ୍ରାତଃ ଭ୍ରମଣରେ ଆମେ ରାସ୍ତା କଡ଼େ କଡ଼େ ଯାଉଥିଲୁ, ସତେ ଯେମିତି ଅନ୍ୟମାନଙ୍କୁ ଡରୁଛୁ। ଲୋକେ ଘର ଝରକା ଭିତରୁ ପରଦା ଆଡ଼େଇ କିଏ ଯାଉଛି ଦେଖୁଥିଲେ । ଯେତେ ଭଲ ଡ୍ରେସ୍‌ ହୋଇଥିଲେ ବି ଲୋକେ ଖରାପ ଲୋକ ହୋଇଥିବ ବୋଲି ଭାବୁଥିଲେ। ଏବେ କାନରେ ‘ବଡ୍‌’ ଗୁଞ୍ଜି ବେକରେ ସ୍ମାର୍ଟ ଫୋନ୍‌ ଝୁଲାଇ ଯାଉଛନ୍ତି ତ’ ଆମେ କହୁଛୁ ଏ ହେଉଛି ଜୀବନଶୈଳୀ। ପୁରୁଷ ଓ ନାରୀ ସ୍ବେଚ୍ଛାଚାରିତା ବଢ଼ାଉଛି କାନଗୁଞ୍ଜା ଫୋନ୍‌। ଅନ୍ୟମନସ୍କତା ଯୋଗୁ ରାସ୍ତା ଦୁର୍ଘଟଣା ଓ ମୃତ୍ୟୁ ବଢ଼ି ଚାଲିଛି। ଶୂନଗାଡ଼ି ଯୁୁଗ ନାହିଁ, କାର୍‌ ନ ଧରି ଯିଏ ଆସୁଛି ତାକୁ ଆମେ ବାଜେ ଲୋକ ବୋଲି କହୁଛୁ। ଟେକ୍ନୋଲୋଜିର ବିକାଶ ଆମକୁ ଅମଣିଷ କରିଦେଇଛି। ଏବେ ତ’ କାର୍‌ ଆପେ ଆପେ ଚାଲିବ ଆମ ଆଲମିରାରେ କଣ୍ଢେଇଟି ରଖା ହୋଇଥିଲା ଭଳି ଯାତ୍ରୀ ଗାଡ଼ି ଭିତରେ ବସିଥିବ । ମଣିଷ ତା’ ଗାଡ଼ିରୁ ଓହ୍ଲାଇ ତା’ ଘରକୁ ବା ସାଙ୍ଗମାନଙ୍କ ଘରକୁ ଗଲା କ୍ଷଣି ଦେଖିଲାଲୋକେ କହିବେ ତୁମ ଗାଡ଼ିଟା କେଡ଼େ ସୁନ୍ଦର ହୋଇଛି। ଆଇ ଲଭ୍‌ ୟୁ ଫର୍‌ ୟୋର୍‌ କାଡିଲାକ୍‌।
ଏବେ କାର୍‌ ତ ପର୍ସନାଲିଟିର ଅଂଶ ହୋଇଗଲାଣି; ଅନେକ ସମୟରେ ଯୌନ ଉପଭୋଗର ଯାନ ହୋଇଯାଉଛି। ଲଗ୍‌ଜୁରି ଗାଡ଼ି ସେକ୍ସୁଆଲ୍‌ ପାର୍ଟ୍‌ନରକୁ ଆକର୍ଷଣ କରୁଛି।
ଏବେ ପୃଥିବୀର ରାସ୍ତାଗୁଡ଼ିକରେ ୧୪୦ କୋଟି କାର୍‌ ଓ ଟ୍ରକ୍‌ ଚଳାଚଳ କରୁଛି, ପ୍ରତିବର୍ଷ ୧୦୦୦,୦୦ କୋଟି (ଥାଉଜାଣ୍ଡ ବିଲିୟନ) ଲିଟର୍‌ ପେଟ୍ରୋଲିୟମ୍‌ ତେଲ ଖର୍ଚ୍ଚ ହେଉଛି। କେତେ ପ୍ରଦୂଷଣ! ଷଶଉଋ଼ ଚାଳକ-ବିହୀନ ବିଜୁଳି କାର୍‌ ଆସିବ, ମାଲିକ ନ ହୋଇ ବି ଲୋକେ ଗାଡ଼ିରେ ଯିବେ। ଟେକ୍ନୋଲୋଜିି ଜୀବନ ପ୍ରତି ମାରାତ୍ମକ ହେବ । ଯେ ପର୍ଯ୍ୟନ୍ତ ଆମେ ଆମ ପରିବେଶ ଓ ପୃଥିବୀ ପ୍ରତି ବନ୍ଧୁଭାବାପନ୍ନ ନ ହେବା, ସେ ପର୍ଯ୍ୟନ୍ତ ଆମେ ଭୟଭୀତ ଥିବା-ସତେଯେପରି ଆମେ ଏକ ସମାପ୍ତ ଦୁର୍ଘଟଣା( କ୍ରାସ୍‌)ରେ ବିଲୀନ ହେବା ପର୍ଯ୍ୟନ୍ତ ଗୋଟିଏ କାର୍‌ ଭିତରେ ଦ୍ରୁତଗତିରେ ଚାଲିଛୁ।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri