ପାଖରେ ଟଙ୍କା ନ ଥିଲେ ବି କିଣି ହେବ ସୁନା

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ ଯୋଗ କରିବା ପରେ ଗ୍ରାହକଙ୍କୁ ଡେଲିଭରି ମିଳିପାରିବ। ଗ୍ରାହକଙ୍କୁ ଅତି କମ୍‌ରେ ୧ ଗ୍ରାମ ମୂଲ୍ୟ ଯାଏ ଟଙ୍କା ଯୋଡ଼ିବାକୁ ପଡିବ। ଏହା ପରେ ଯାଇ ଡେଲିଭରି ନେଇହେବ। ବର୍ତ୍ତମାନ ସୁନାରେ ଅନ୍‌ଲାଇନ ଶପିଂ ଟ୍ରେଣ୍ଡ ଦେଖାଯାଇଛି। ପାର୍ବଣ ଋତୁକୁ ଧ୍ୟାନରେ ରଖି ଜୁଏଲର୍ସ ଅନ୍‌ଲାଇନରେ ସୁନା ବିକ୍ରି କରିବା ଲାଗି ବିଭିନ୍ନ ପ୍ରକାର ଅଫର ଆଣୁଛନ୍ତି। ନିବେଶ ଜରିଆରେ ସୁନା କ୍ରୟକୁ ସହଜ କରିବା ଲାଗି ଅନ୍‌ଲାଇନ ବିକ୍ରି ବର୍ତ୍ତମାନ ଲୋକଙ୍କ ଦ୍ୱାରା ଆଦୃତ ହେଉଛି।
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣନ କହିଛନ୍ତି, ସୁନାରେ ମ୍ୟୁଚୁଆଲ ଫଣ୍ଡ ଏସ୍‌ଆଇପି ଭଳି ବିକଳ୍ପ ପ୍ରତି ଯୁବବର୍ଗ ବିଶେଷ ଆଗ୍ରହ ଦେଖାଉଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ତନିସ୍କଠାରୁ ପିସି ଜୁଏଲର୍ସ ଭଳି କମ୍ପାନୀଗୁଡିକ କମ୍‌ ଦାମରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କୋଭିଡ୍‌ ଯୋଗୁ ଜୁଏଲେରି ଶୋ’ରୁମ୍‌ଗୁଡିକ ବନ୍ଦ ହେବାରୁ ସୁନା କାରବାର ଠପ୍‌ ହୋଇଯାଇଥିଲା। ଏଭଳି ସ୍ଥିତି ଜୁଏଲର୍ସ ପାରମ୍ପରିକ ସୁନା ବିକ୍ରି ପଦ୍ଧତି ବାଦ୍‌ ଅନ୍‌ଲାଇନରେ ବିକ୍ରି ଆଡକୁ ନଜର ଦେଇଛନ୍ତି। ତନିସ୍କ, କଲ୍ୟାଣ ଜୁଏଲର୍ସ, ପିସି ଜୁଏଲର୍ସ ଏବଂ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଭଳି କମ୍ପାନୀଗୁଡିକ ୧୦୦ ଟଙ୍କାରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କମ୍ପାନୀଗୁଡିକ ନିଜ ଓ୍ବେବ୍‌ସାଇଟ କିମ୍ବା ଡିଜିଟାଲ ଗୋଲ୍ଡ ପ୍ଲାଟ୍‌ଫର୍ମରେ ଏହି ସୁବିଧା କରିଥିବା ଜଣାପଡ଼ିଛି।
ଡିଜିଟାଲ ମୋଡ୍‌ରେ ସୁନା କ୍ରୟ କରିବା ଟ୍ରେଣ୍ଡ ବର୍ତ୍ତମାନର ନୁହେଁ ବୋଲି କୁହାଯାଇପାରିବ। ମୋବାଇଲ ଓ୍ବାଲେଟ ବାଦ୍‌ ସେଫ୍‌ ଗୋଲ୍ଡ ଏବଂ ଅଗ୍ମାଟ ଗୋଲ୍ଡ ଭଳି ପ୍ଲାଟ୍‌ଫର୍ମରେ ଡିଜିଟାଲରେ ସୁନା କ୍ରୟ କରିହେଉଛି। ଅଗ୍ମାଟ ଗୋଲ୍ଡର ନିର୍ଦ୍ଦେଶକ କୁହନ୍ତି , କୋଭିଡ୍‌ ଜୁଏଲର୍ସଙ୍କ ମନୋଭାବରେ ପରିବର୍ତ୍ତନ ଆଣିଛି। ଅନ୍‌ଲାଇନରେ ସୁନା ବିକ୍ରି ନେଇ ସେମାନେ ବର୍ତ୍ତମାନ ସକ୍ରିୟତା ଦେଖାଉଛନ୍ତି। ସେଫ୍‌ ଗୋଲ୍ଡର ପ୍ରତିଷ୍ଠାତା ଗୌରବ ମାଥୁର କୁହନ୍ତି, ସୁନା ମୂଲ୍ୟରେ ହ୍ରାସ ଯୋଗୁ ଏହାର ଫାଇଦା ଅନ୍‌ଲାଇନ ବିକ୍ରିକୁ ମିଳୁଛି। ଲୋକଙ୍କୁ ସୁନା ଏବେ ଶସ୍ତା ଲାଗୁଛି। ୩ରୁ ୪ ହଜାର ରେଞ୍ଜର ସୁନା କଏନ ଏବଂ ଗୋଲ୍ଡ ବାର୍‌ ଲୋକ କିଣିବାକୁ ଭଲ ପାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri