ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ ସନ୍ଧ୍ୟା ଆଳତୀ ଦେଖିବାକୁ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା। ଝିପି ଝିପି ବର୍ଷା ସତ୍ତ୍ୱେ ଗହଳି ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ପ୍ରତ୍ୟକ ଦିନ ବିଭିନ୍ନ ବେଶ କରାଯାଉଛି। ପୂଜକ ଅଚୁତ୍ୟ ପଣ୍ଡା,କାଳୁ ଚରଣ ପଣ୍ଡା ଠାକୁରଙ୍କୁ ବେଶ କରୁଛନ୍ତି। ଚନ୍ଦ୍ରକାନ୍ତ ପଣ୍ଡା, ମାନସ ପଣ୍ଡା ସେମାନଙ୍କୁ ସହଯୋଗ କରୁଛନ୍ତି। ମନ୍ଦିର କମିଟି ସଭାପତି ସମୀର କୁମାର ପାଢ଼ୀ, ସମ୍ପାଦକ ଅରୁଣ କୁମାର ଷଢଙ୍ଗୀଙ୍କ ସମେତ ମନ୍ଦିର କମିଟି ସଦସ୍ୟମାନେ ଗୁଣ୍ଡିଚା ଯାତ୍ରାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଗୁଣ୍ଡିଚା ମନ୍ଦିରରେ ପ୍ରତ୍ୟକ ଦିନ ପ୍ରବଚନ କାର୍ଯ୍ୟକ୍ରମ କରାଯାଉଛି।

 

Dharitri – Odisha’s No.1 Odia Daily

 

Share