ସୁନାବେଶରେ ଶ୍ରୀଜୀଉ

ପୁରୀ ଅଫିସ,୨୧।୭: ତିନି ରଥରେ ତିନି ଠାକୁର ତାଙ୍କର ଅପୂର୍ବ ସୁନାବେଶରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି। ମାଉସୀମା’ ଘରେ ପୋଡ଼ପିଠା ଖାଇ ଫେରିବା ପରେ ବୁଧବାର ସନ୍ଧ୍ୟାରେ ମହଣ ମହଣ ସୁନାରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜୀଉମାନେ।

ରତ୍ନଭଣ୍ଡାରରୁ ଶ୍ରୀଜୀଉଙ୍କ ଆଭୂଷଣ ଆସିବା ପରେ ସେବାୟତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରିଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀରେ ସିଂହଦ୍ୱାର ସମ୍ମୁଖରେ ୩ ରଥ ଉପରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥାନ୍ତି। ସେହିପରି ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ପବିତ୍ର ପର୍ବଗୁଡିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି।

ସୂଚନାଯୋଗ୍ୟ, ଶ୍ରୀଜୀଉଙ୍କ ସୁନାବେଶ ଅବସରରେ ବୁଧବାର ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଥିଲା । ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା । ସେହିପରି ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶଶେଷ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା।

ସୁନାବେଶ ପରେ ରାତି ୮ଟାରୁ ୯ଟା ମଧ୍ୟରେ ସାଧୂପ, ରାତି ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସୁନାବେଶ ମଇଲମ, ରାତି ଚନ୍ଦନଲାଗି, ୧ଟାରେ ବଡ଼ସିଂହାର ବେଶ, ୧ଟା ୩୦ରେ ବଡ଼ସିଂହାର ଭୋଗ, ୨ଟାରେ ଶ୍ରୀଗରୁଡ଼ ଶୟନ ଓ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଲା। ଏନେଇ କେନ୍ଦ୍ର…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri