Posted inଫୁରସତ

ଏମିତି ଦେଶ, ଯେଉଁଠି କାଠବାକ୍ସରେ ଲୁଚାଇ ପୂଜା କରାଯାଏ ପ୍ରଭୁ ଗଣେଶଙ୍କ ମୂର୍ତ୍ତି

ଜାପାନର ରାଜଧାନୀ ଟୋକିଓରେ ଅନେକ ବୁଦ୍ଧ ମନ୍ଦିର ଅଛି, ଯାହା ହଜାର ହଜାର ବର୍ଷ ପୁରୁଣା। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଗୋଟିଏରେ ହିନ୍ଦୁମାନଙ୍କର ଦେବତା ଗଣେଶଙ୍କ ମୂର୍ତ୍ତି ରଖାଯାଇଛି। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରର ନାମ ମାଶ୍ଚୁଚିଆମା ଶୋଟେନ। ଯେଉଁଠାରେ ରଖାଯାଇଥିବା ଗଣେଶ ମୂର୍ତ୍ତିକୁ ବୌଦ୍ଧମାନେ ପୂଜା କରନ୍ତି।

ଜାପାନରେ ଥିବା ଗଣେଶ (କେଙ୍ଗିଟେନ)ଙ୍କୁ ଶକ୍ତିଶାଳୀ ଭଗବାନ ଭାବରେ ଗ୍ରହଣ କରାଯାଏ। ମନ୍ତ୍ର-ତନ୍ତ୍ର ସାହାଯ୍ୟରେ ଗଣେଶଙ୍କୁ ବିଶେଷ ଉପାସନା କରାଯାଏ। ଏଠାରେ ଗଣେଶଙ୍କ ଅନୁଗାମୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକି ସୁବର୍ଣ୍ଣ ଯୁଗ ସମୟରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଜାପାନରେ ଗଣେଶଙ୍କ ପ୍ରାୟ ୨୫୦ ମନ୍ଦିର ରହିଛି। କିନ୍ତୁ ପ୍ରତ୍ୟେକ ଗଣେଶଙ୍କୁ ଅଲଗା ଅଲଗା ନାମରେ ସମ୍ବୋଧନ କରାଯାଏ। ଯେପରିକି କେଙ୍ଗିଟେନ, ଶଟେନ, ଗଣପତି ଏବଂ ବିନାୟକେତନ (ବିନାୟକ) ଭଳି ନାମରେ ଡକାଯାଏ।


ବୌଦ୍ଧଧର୍ମୀମାନେ ଗଣେଶଙ୍କୁ ଏକ ମାଈହାତୀ ସହିତ ବାନ୍ଧି ରଖିଛନ୍ତି। ଏହାକୁ ଶକ୍ତି କୁହାଯାଏ। ଏହି ମୂର୍ତ୍ତି ପୁରୁଷ ଏବଂ ସ୍ତ୍ରୀର ମିଶ୍ରଣରୁ ଜନ୍ମିତ ଶକ୍ତିର ପ୍ରତୀକ। ଅବଶ୍ୟ ଗଣେଶଙ୍କ ମୂର୍ତ୍ତି କିମ୍ବା ଏପରି ଫଟୋ ମନ୍ଦିର ବାହାରେ ଲଗାଯାଇନାହିଁ। ଏହି ମୂର୍ତ୍ତିକୁ କାଠ ବାକ୍ସରେ ସଜ୍ଜିତ କରି ରଖାଯାଇଛି। ଯାହାକୁ ପ୍ରତିଦିନ ପୂଜା କରାଯାଏ। କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ମୂର୍ତ୍ତି ବାହାର କରାଯାଇଥାଏ ଏବଂ ଏହାର ପୂଜା ସମସ୍ତଙ୍କ ସାମ୍ନାରେ କରାଯାଇଥାଏ ।

ଜାପାନର ଗଣେଶଙ୍କର ସବୁଠାରୁ ବଡ଼ ମନ୍ଦିର ହେଉଛି ମାଉଣ୍ଟ ଇକୋମା। ଏହି ମନ୍ଦିର ଓସାକା ସହର ବାହାରେ ଦକ୍ଷିଣ ଭାଗରେ ଅବସ୍ଥିତ। ୧୭୦୦ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ବିଷୟରେ ଅନେକ କାହାଣୀ ଅଛି। ଏହି ମନ୍ଦିର ପ୍ରତି ଲୋକମାନଙ୍କର ବହୁତ ବିଶ୍ୱାସ ଅଛି । ଏହି ମନ୍ଦିରରେ ଭଗବାନ ଗଣେଶଙ୍କୁ ଦର୍ଶନ କଲେ ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି କାରଣରୁ ଏଠାରେ ଅନେକ ଦାନଧର୍ମ ମଧ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri