ରାଜ୍ୟ ବାହାରେ ଥିବା ଲୋକଙ୍କ ନାଁରେ ରିଲିଫ ହଡ଼ପ

ଗୋପ,୬।୯(ଡି.ଏନ୍‌.ଏ.): ଧନୁଆ ନଦୀର ବନ୍ୟାଜଳ ଏବେ ବି କମି ନ ଥିବାବେଳେ ଗୋପ ବ୍ଲକର ଅଞ୍ଚଳର ଅଧିକାଂଶ ବିପନ୍ନ ପାଣିଘେରରେ ରହିଛନ୍ତି। ଅନ୍ୟପଟେ ସେମାନଙ୍କୁ ଏପର୍ଯ୍ୟନ୍ତ ଠିକ୍‌ ଭାବେ ରିଲିଫ ସାମଗ୍ରୀ ମିଳି ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସରକାର ମୁଣ୍ଡପିଛା ୧ କିଲୋ ଚୁଡ଼ା ବିପନ୍ନଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ବିଭିନ୍ନ ପଞ୍ଚାୟତରେ ପ୍ରାୟ ରାଜ୍ୟ ବାହାରେ ଥିବା ଲୋକଙ୍କ ନାଁରେ ରିଲିଫ ହଡ଼ପ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମରେ ଥିବା ବିପନ୍ନମାନଙ୍କୁ କମ୍‌ ପରିମାଣର ରିଲିଫ ମିଳିବାରୁ ଶନିବାର ଅଣ୍ତରା-ଇଚ୍ଛାପୁର ପଞ୍ଚାୟତର ତରଡ଼ାପଡ଼ା ଗାଁର କେତେଜଣ ବିପନ୍ନ ବ୍ଲକରେ ଚୁଡ଼ା ଗୁଡ଼ ଫେରାଇ ଦେଇଛନ୍ତି। ବ୍ଲକର ବନ୍ୟାପ୍ଳାବିତ ଅଞ୍ଚଳ କୁହାଯାଉଥିବା ଗଣେଶ୍ବରପୁର, ରାହାଙ୍ଗଗୋରଡା, ଡଭାର, ନୂଆଖୋଲମରା ଓ ଅଣ୍ତରା-ଇଚ୍ଛାପୁର ପଞ୍ଚାୟତର ଶତାଧିକ ଗାଁ ଧନୁଆ ନଦୀର ବନ୍ୟାଜଳ ଘେରରେ ରହିଛି। ୫/୬ ଦିନ ପରେ ବିପନ୍ନମାନଙ୍କ ପାଇଁ ବ୍ଲକ ପ୍ରଶାସନ ରିଲିଫ ବ୍ୟବସ୍ଥା କରାଇଥିଲେ। ହେଲେ ପ୍ରଶାସନ ଲୋକ ପ୍ରତିନିଧି ଜରିଆରେ ରିଲିଫ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରିବାରୁ ଅନିୟମିତତା ହୋଇଥିଲା। ଅଣ୍ତରା-ଇଛାପୁର ପଞ୍ଚାୟତର ତରଡ଼ାପଡ଼ା ଗାଁରେ ଅଧିକାଂଶ ଲୋକ ବାହାର ରାଜ୍ୟରେ ରହୁଥିବା ବେଳେ ଶନିବାର ସେମାନଙ୍କ ନାମରେ ରିଲିଫ ବଣ୍ଟନ କରାଯିବାରେ ବିବାଦ ଦେଖା ଦେଇଥିଲା। ଫଳରେ ବିପନ୍ନମାନଙ୍କୁ ମୁଣ୍ଡପିଛା ୧କିଲୋ ବଦଳରେ ୪୦୦ ଗ୍ରାମ ଚୁଡା ଓ ୫୦ ଗ୍ରାମ ଗୁଡ଼ ଦିଆଯିବାରୁ ଅସନ୍ତୁଷ୍ଟ ହୋଇଥିଲେ। ଏ ନେଇ ଶନିବାର ବିପନ୍ନ ମିଳିଥିବା ଚୁଡ଼ା ଓ ଗୁଡକୁ ବ୍ଲକକୁ ଆଣି ଫେରାଇ ଦେବା ସହ ବିଡିଓଙ୍କୁ ଏକ ଅଭିଯୋଗପତ୍ର ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରୁ ଅଭିଯୋଗ ପାଇଥିବାବେଳେ ଖୁବଶୀଘ୍ର ତଦନ୍ତ କରିବେ ବୋଲି କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri