ଲଘୁ ଖଣିଜ ଦ୍ରବ୍ୟ ଲୁଟ ଅଣାୟତ୍ତ

ରଗଡି,୨୧ା୧୧(ଡି.ଏନ.ଏ.): ବ୍ୟାସନଗର ତହସିଲରେ ମୂଲ୍ୟବାନ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବନ୍ଦ ହେବା ଦିଶୁନାହିଁ। ବିଭାଗୀୟ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ଏହି ବେଆଇନ କାର୍ଯ୍ୟ ଅଣାୟତ୍ତ ହୋଇପଡ଼ିଛି। ଏହି ତହସିଲର ପଛିକୋଟ ରାଜସ୍ବ ନିରୀକ୍ଷକ (ଆରଆଇ) ଅଧୀନ ଜଙ୍ଗଲ ଓ ସରକାରୀ ଜମିରୁ ନିୟମିତ ମୋରମ ଚୋରି ହେଉଥିବା ଅଭିଯୋଗ ହେଉଥିବାବେଳେ ରାଜସ୍ବ ବିଭାଗ ଟେର ପାଉନାହିଁ। ଏପରି କି ରାଜସ୍ବ ବିଭାଗ ଅଫିସ ନିକଟ ଆକାଶିଆ ବଣ ନିକଟରୁ ମୋରମ ଚୋରାଚାଲାଣ ବିନା ବାଧାରେ ହେଉଥିବା ଦେଖିବାକୁ ମିଳୁଛି। ରାତି ହେଲେ ମାଫିଆ ଜେସିବି ସାହାଯ୍ୟରେ ସରକାରୀ ଜମି ଓ ଜଙ୍ଗଲ ଜମିଗୁଡ଼ିକୁ ତାଡ଼ି ମୋରମ ନେଇଯାଉଛନ୍ତି। ତାହାକୁ ଟ୍ରିପ୍‌ ପିଛା ହଜାର ଟଙ୍କାରେ ବିକୁଥିବା ଜଣାପଡ଼ିଛି। ତେବେ ଏହି ଚୋରା ମୋରମକୁ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମର କେତେଜଣ ଠିକାଦାର କିଣି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟରେ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଅନୁଦାନ ରାଶି ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଖୋଳା ଯାଉଥିବା ସ୍ଥାନଗୁଡ଼ିକରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହେଉଥିବାରୁ ବିଭିନ୍ନ ସମୟରେ ସେଥିରେ ପ୍ରାଣୀ ପଡ଼ି ପ୍ରାଣ ହରାଉଛନ୍ତି। ଏନେଇ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କୁ ପଚାରିବାରୁ ମୋରମ ଚୋରାଚାଲାଣ ନେଇ ତାଙ୍କ ପାଖରେ କୌଣସି ଖବର ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ସ୍ଥାୟୀ ଜମି ପଟ୍ଟା ଦିଅ, ତା’ପରେ ଶିଳ୍ପ କର

ମହାକାଳପଡ଼ା,୧୭ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଏକ...

ଛାତ୍ରୀଛାତ୍ର ଗବେଷଣାତ୍ମକ ମନୋବୃତ୍ତି ନେଇ ଅଧ୍ୟୟନ କରନ୍ତୁ’

ଭୁବନେଶ୍ୱର,୧୬ା୧୧ (ବ୍ୟୁରୋ): ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଗବେଷକ। ପ୍ରତି ଗବେଷଣା ଲୋକଙ୍କ ଉପକାର ପାଇଁ ଉଦ୍ଦିଷ୍ଟ। ତେଣୁ ପୁରାତନରୁ ନୂତନ ଯୁଗ ପର୍ଯ୍ୟନ୍ତ, ନିଆଁର...

ମହିଳା ଗ୍ରୁପଠାରୁ ଠକିନେଲେ ୮ ଲକ୍ଷ

ନୂଆଗାଁ,୨୫।୧୧(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଯଶୋବନ୍ତୀ...

ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।...

କରୋନା ଯୋଗୁ ଗୋରୁଗାଈ ଓପାସରେ

ସମ୍ବଲପୁର, ୧୧।୪ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ସମ୍ବଲପୁରରେ ଲକ୍‌ ଡାଉନ ଜାରି ରହିଛି । ଗରିବ ଜନସାଧାରଣଙ୍କୁ ଜିଲା ପ୍ରଶାସନ ଓ ବିଭିନ୍ନ...

ଶ୍ରଦ୍ଧାଙ୍କୁ ‘ମିସେସ୍‌ ଇଣ୍ଡିଆ ନୟନତାରା’ ଟାଇଟଲ୍‌

ଭୁବନେଶ୍ୱର, ୧୫। ୮(ବ୍ୟୁରୋ):‘ମିସ୍‌ ଇଣ୍ଡିଆ ନୟନତାରା’ର ଅପୂର୍ବ ସଫଳତା ପରେ ଏସ୍‌ଜେ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ଚାଲିଥିବା ‘ମିସେସ୍‌ ଇଣ୍ଡିଆ ନୟନତାରା’ ପ୍ରତିଯୋଗିତାର ଗ୍ରାଣ୍ଡ୍‌...

‘ଗୁହାରି ଶୁଣିଲେ ମହାପ୍ରଭୁ’

ବନ୍ତ,୧୧।୭(ସ୍ବ.ପ୍ର.)-ଏକଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥରେ ଦର୍ଶନ ବେଳେ ‘ମୋତେ ଦୟା କରନ୍ତନ୍ତି, ମୁଁ ବି ତୁମ ମୂର୍ତ୍ତି ଗଢ଼ନ୍ତି’ ବୋଲି ଗୁହାରି ଜଣାଇଥିଲେ। ଭାବର ଠାକୁର...

ବିଏମ୍‌ସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ, ନନ୍ଦନବିହାର

ଭୁବନେଶ୍ୱର,୭।୩(ବ୍ୟୁରୋ): କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳକୁ ଚଳିତ ବର୍ଷ ପ୍ରଥମ ଥର ବିଏମସିର ୨ ନମ୍ବର ୱାର୍ଡରେ ସାମିଲ କରାଯାଇଛି । ଏ ନେଇ ଅଞ୍ଚଳ...

Advertisement
Archives

Model This Week