ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ ଦାରିଙ୍ଗବାଡ଼ି ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଛି। ଲୁଟ୍‌ ଖବର ପାଇବା ପରେ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଅର୍ଜୁନ ଶବର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବଡ଼ ଧରଣର ଲୁଟ୍‌କୁ ନେଇ ପୋଲିସ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ତଦନ୍ତକୁ ତ୍ୱରାନ୍ବିତ କରିଛି ମଧ୍ୟାହ୍ନରେ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା, ସବ୍‌ଇନ୍ସପେକ୍ଟର ଲକ୍ଷ୍ମୀ ମାଝୀ ସଦଳବଳ ପହଞ୍ଚି ଘଟଣାସ୍ଥଳରେ ତନତନ ଯାଞ୍ଚ କରିଛନ୍ତ। ବ୍ୟବସାୟୀ ଅଶୋକଙ୍କୁ ପଚରାଉଚରା କରିଛନ୍ତି। ସମସ୍ତ ରୁମ୍‌ ଓ ଦୁର୍ବୃତ୍ତ ଭାଙ୍ଗିଥିବା ଆଲମିରା ଓ କବାଟ ଆଦିକୁ ଯାଞ୍ଚ କରିଛନ୍ତ। କିଭଳି ଓ କେଉଁ ସମୟରେ ଏହି ଲୁଟ୍‌ ହୋଇଛି ଏଥିରେ କେଉଁ ଦୁର୍ବୁତ୍ତମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ପୋଲିସ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରୁଛି।

Dharitri – Odisha’s No.1 Odia Daily