ଟେଣ୍ଡର ପରେ ବି ରାସ୍ତା ମରାମତି ନାମରେ ଲୁଟ୍‌

ଚଣ୍ଡିଖୋଲ, ୩ା୧୧ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି। ତେବେ ଏହି ଟେଣ୍ଡର କାମ ଆରମ୍ଭ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ନାମରେ ଲୁଟ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଥାଉକି, ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ହାଇଲେଭଲ କେନାଲ ବନ୍ଧ ରାସ୍ତାଟି ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଏହାକୁ ୨୦୧୯ ନଭେମ୍ବରରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା। ପରେ ପୂର୍ତ୍ତବିଭାଗ ତରଫରୁ ଏହାର ମରାମତି କାର୍ଯ୍ୟ କରାଯାଇଥିଲା। ଏହା ମଧ୍ୟରେ ଏହି ରାସ୍ତାଟିକୁ ଦୁଇଭାଗ କରି ଟେଣ୍ଡର କରାଯାଇଛି। ଆଶ୍ଚର୍ଯ୍ୟର କଥା ବୈରୀଠାରୁ ଚଣ୍ଡିଖୋଲ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୧ କିଲୋମିଟର ୮ଶହ ମିଟର ରାସ୍ତା ହୋଇଥିଲାବେଳେ ପୂର୍ତ୍ତ ବିଭାଗ ତରଫରୁ ଏହି ରାସ୍ତାକୁ ୧୪ କିଲୋମିଟର ଲମ୍ବ ଥିବା ଦର୍ଶାଯାଇଛି।

ସେଥିମଧ୍ୟରୁ ବୈରୀଠାରୁ ୬ କିଲୋମିଟର ୬ଶହ ମିଟର ଖଇରା ପର୍ଯ୍ୟନ୍ତ ଦୀର୍ଘ ୨ମାସ ତଳୁ ଟେଣ୍ଡର ଶେଷ ହୋଇଛି। ଏହାପରେ ଖଇରାଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ୧୪କିଲୋମିଟର ରାସ୍ତା ଦର୍ଶାଯାଇ ଏଥିପାଇଁ ୮କୋଟି ୧୨ ଲକ୍ଷ ୬୩ହଜାର ୧୨୦ଟଙ୍କା ଆକଳନ କରାଯାଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ରାସ୍ତାଟି ୧୧ କିଲୋମିଟର ୮ଶହ ମିଟର ଥିଲା। ତେବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବା ପରେ ଏହା କିପରି ଭାବେ ୨ କିଲୋମିଟର ୨ଶହ ମିଟର ବଢିଗଲା ଯାହାକି ଆଲୋଚନାର ବିଷୟବସ୍ତୁ ପାଲଟିଛି। ଚୌଦ୍ୱାର ଚାରିବାଟିଆସ୍ଥିତ ପୂର୍ତ୍ତ ବିଭାଗ ଡିଭିଜନ୍‌ ଓ ବଡ଼ଚଣା ସବଡିଭିଜନ୍‌ ଅଧୀନରେ ଏହି ରାସ୍ତା କାର୍ଯ୍ୟବୈରୀଠାରୁ ଆରମ୍ଭ ହୋଇଛି। ରାସ୍ତାଟି ୯ ମାସ ମଧ୍ୟରେ ଶେଷ କରାଯିବ ବୋଲି ବିଭାଗ ତରଫରୁ ସ୍ଥିରୀକୃତ ହୋଇଛି। ତେବେ ଟେଣ୍ଡର ସରି ରାସ୍ତାକାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଭାଗ ତରଫରୁ ମରାମତି ନାମରେ ୩ଟି ଗୁପ୍ତ ଟେଣ୍ଡର କରାଯାଇଛି, ଯାହାକି ବିଭାଗୀୟ କାର୍ଯ୍ୟ ଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମୁଦାୟ ରାସ୍ତା ପାଇଁ ୧୬କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପୁନର୍ବାର ମରାମତି ନାମରେ ୩ଟି ଗୁପ୍ତ ଟେଣ୍ଡର କରାଯାଇ ୯ଲକ୍ଷ ଟଙ୍କା ହଡ଼ପ କରିବାକୁ ଯୋଜନା କରାଯାଇଛି। ଏହି ରାସ୍ତା ଉପରେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ ଯେ, କୌଣସି ରାସ୍ତାର ଟେଣ୍ଡର ପ୍ରକ୍ରିୟା ଶେଷ ହେଲା ପରେ ଅନ୍ୟ କୌଣସି ଟେଣ୍ଡର କରାଯାଇ ମରାମତି ହୋଇ ନ ଥାଏ। ରାସ୍ତା ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ନିମନ୍ତେ ୧୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ କିପରି ଭାବରେ ଗୁପ୍ତ ଟେଣ୍ଡର ମାଧ୍ୟମରେ ରାସ୍ତା ମରାମତି କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ଜେନାଙ୍କୁ ପଚାରିବାରେ ସେ କୁହନ୍ତି, ରାସ୍ତାର ମାପ ଅନୁସାରେ ଟେଣ୍ଡର ପ୍ରକ୍ରିୟା କରାଯାଇଛି। ଟେଣ୍ଡର କାମ ହେବାକୁ ଡେରି ହୋଇପାରେ। ସେଥିପାଇଁ ଖାଲଖମା ଥିବା ରାସ୍ତାକୁ ମରାମତି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri