‘ବିଦେଶରେ ଥାଇ ମୁମ୍ବାଇକୁ ଖୁବ୍‌ ମିସ୍‌ କରୁଥିଲି’

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ଭାରତ ଫେରିଛନ୍ତି। ନିକ୍‌ ଜୋନାସଙ୍କୁ ବିବାହ କରିବା ପରେ ଲସ୍‌ ଏଞ୍ଜେଲସରେ ରହୁଥିବା ପ୍ରିୟଙ୍କା ୩ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓଗୁଡ଼ିକ ବେଶ୍‌ ଭାଇରାଲ ହେଉଛି। ନିଜ କାମରେ ମୁମ୍ବାଇ ଆସିଥିବା ପ୍ରିୟଙ୍କା ମେରାଇନ ଡ୍ରାଇଭରେ ପହଞ୍ଚି ସେଠାରେ ବହୁତ ମଜା କରିଥିଲେ। ବର୍ତ୍ତମାନ ତାଙ୍କ ଭିଡିଓ ଭାଇରାଲ ହେଉଛି।

ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ମେରାଇନ ଡ୍ରାଇଭର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ଧଳା ପ୍ୟାଣ୍ଟ ଏବଂ କ୍ରପ୍‌ ଟପ୍‌ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭିଡିଓରେ ପ୍ରିୟଙ୍କା ଦେଶୀ ଷ୍ଟାଇଲ୍‌ରେ ସମୁଦ୍ର କୂଳରେ ମଜା କରୁଥିବା ନଜର ଆସିଛନ୍ତି। ଏହି ପୋଷ୍ଟରେ ଅଭିନେତ୍ରୀ କହିଛନ୍ତି, ସେ ବିଦେଶରେ ରହୁଥିବା ସମୟରେ ମୁମ୍ବାଇକୁ ବହୁତ ମିସ୍‌ କରୁଥିଲେ।  ‘ପୁରୁଣା ଆଡ୍ଡାରେ ମଜା କଲି … ଯଦିଓ ଗୋଟିଏ ମିନିଟ୍‌ ପାଇଁ ହୋଇଥିଲେ ମଧ୍ୟ ମୁମ୍ବାଇ ମୁଁ ତୁମକୁ ବହୁତ ମନେ ପକାଉଥିଲି! ବର୍ତ୍ତମାନ କାମକୁ ଫେରୁଛି।

ଏହା ପୂର୍ବରୁ ପ୍ରିୟଙ୍କା ସରୋଗେସି ମାଧ୍ୟମରେ ମା’ ହେବା ନେଇ ସୂଚନା ଦେଇଥିଲେ। ଯେତେବେଳେ ସେ ମୁମ୍ବାଇ ଫେରିଥିଲେ, ପ୍ରଶଂସକମାନେ ତାଙ୍କୁ ଝିଅ ମାଳତୀ ବିଷୟରେ ପଚାରିଥିଲେ, କିନ୍ତୁ ଅଭିନେତ୍ରୀ ଝିଅ ଏବଂ ସ୍ବାମୀଙ୍କ ବିନା ଏକାକୀ ଭାରତ ଆସିଥିବା କହିଛନ୍ତି।

ପ୍ରିୟଙ୍କାଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କର ଏକାଧିକ ପ୍ରୋଜେକ୍ଟ ରହିଛି। କିଛି ଦିନ ପୂର୍ବରୁ ସେ ‘ସୀଟାଡେଲ’ ପାଇଁ ଶୁଟିଂ ଶେଷ କରିଛନ୍ତି, ଯାହା ତାଙ୍କର ଡେବ୍ୟୁ ଓ୍ବେବ୍‌ ସିରିଜ ଏବଂ ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ତାଙ୍କର ଆଉ ଦୁଇଟି ହଲିଉଡ୍‌ ପ୍ରୋଜେକ୍ଟ ଅଛି। ଏଥିମଧ୍ୟରେ ‘ଏଣ୍ଡିଙ୍ଗ ଥିଙ୍ଗ୍‌ସ’ ଏବଂ ‘ଇଟ୍‌ସ ଅଲ୍‌ କମିଂ ବ୍ୟାକ୍‌ ଟୁ ମି’ ରହିଛି। ଫରହାନ ଅଖତରଙ୍କ ଫିଲ୍ମ ‘ଜୀ ଲେ ଜରା’ ମଧ୍ୟ ପ୍ରିୟଙ୍କାଙ୍କ ହାତରେ ରହିଛି। ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍‌ ଏବଂ ଆଲିଆ ଭଟ୍ଟ ମଧ୍ୟ ତାଙ୍କ ସହ ସ୍କ୍ରିନ ଶେୟାର କରୁଥିବା ନଜର ଆସିବେ। ଫିଲ୍ମର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri