ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ ଏକତରଫା ବିଜୟ ହାସଲ କରିଛି। ଦର୍ଶକେ ଏହି ବିଜୟରେ ବେଶ୍ ଖୁସି ପ୍ରକଟ କରିଥିଲେ ହେଁ, ଏହି ଖୁସିର ମାହୋଲ ଭିତରେ କିଛି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶକଙ୍କୁ ନିରାଶ କରିଛି।

ଖେଳ ଦେଖିବାକୁ ଆସିଥିବା ଅନେକ କ୍ରୀଡ଼ାପ୍ରେମୀଙ୍କ ମୋବାଇଲ୍, ପର୍ସ, ଏବଂ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ମତରେ, ଛଦ୍ମବେଶୀ ଲୁଟେରାମାନେ ମ୍ୟାଚ୍‌ର ମଜା ନେବା ପରିବର୍ତ୍ତେ ଦର୍ଶକଙ୍କୁ ଲୁଟ୍ କରିବାକୁ ଟାର୍ଗେଟ୍ କରିଥିଲେ।

ଲୁଟେରାମାନେ ପ୍ରବେଶ ସମୟରେ, ଖେଳ ବିରତି ସମୟରେ ଏବଂ ଷ୍ଟାଡିୟମରୁ ବାହାରିବା ସମୟରେ ଗହଳିର ସୁଯୋଗ ନେଇ ପକେଟ୍ ଓ ବ୍ୟାଗରୁ ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ।

ଏପରି ଚୋରି ଘଟଣାକୁ ନେଇ ଅଭିଯୋଗକାରୀମାନେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ଏକଦମ ଢିଲା ଥିବା କହିଛନ୍ତି। ଗତ ମ୍ୟାଚଗୁଡ଼ିକରେ ଏଭଳି ଦୃଶ୍ୟ ସାମ୍ନାକୁ ଆସି ନ ଥିବା ବେଳେ ଏଥର ଲୁଟ୍ ଯୋଗୁଁ ଭାରତର ବିଜୟ ଉତ୍ସାହ ନିରାଶାରେ ପରିଣତ ହୋଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ଥାନାରେ ମାଳମାଳ ଅଭିଯୋଗ କରାଯାଇଛି। ତେବେ ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ଚର୍ଚ୍ଚାରେ ବିଜୟଙ୍କ ଗାଡ଼ି ନମ୍ବର ‘TN 07CM 2026’: ଥିଲା ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ତାମିଲନାଡୁ ବିଧାନସଭା ନିର୍ବାଚନରେ ଲୋକପ୍ରିୟ ତାମିଲ ଅଭିନେତା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟଙ୍କ ଦଳ ଟିଭିକେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସମସ୍ତଙ୍କ ପାଇଁ…

ମମତା ଇସ୍ତଫା ନ ଦେଲେ ସରକାର ଗଠନ କରିପାରିବନି ଭାଜପା! ଜାଣନ୍ତୁ କ’ଣ କହୁଛି ନିୟମ

କୋଲକାତା,୬।୫: ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିବା ପରେ, ସମଗ୍ର ରାଜ୍ୟ ଗେରୁଆ ରଙ୍ଗରେ ପରିପୂର୍ଣ୍ଣ ଦେଖାଯାଉଛି। ନିର୍ବାଚନର ଫଳାଫଳ ଘୋଷଣା ହେବାର ୨୪…

୨ ଭାରତୀୟ ସାମ୍ବାଦିକଙ୍କୁ ପୁଲିଜର ପୁରସ୍କାର: ଜାଣନ୍ତୁ ସେମାନେ କିଏ

ନ୍ୟୁୟର୍କ,୬ା୫(ପିଟି):ସମ୍ପ୍ରତି ଡିଜିଟାଲ ସ୍କାମ୍‌ ବା ସାଇବର ଠକେଇ ବହୁ ମାତ୍ରାରେ ବଢ଼ିଚାଲିଛି। ଉଚ୍ଚ ଶିକ୍ଷିତ ଲୋକମାନେ ମଧ୍ୟ ଏହି ଠକେଇର ଶିକାର ହେଉଛନ୍ତି। ଏହା ସମାଜ ପାଇଁ…

୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ

କଟକ,୬ା୫(କାର୍ତ୍ତିକ ସାହୁ): ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତା ୮ ତାରିଖରୁ…

ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା…

ବିଜୁ ଜନତାଦଳ ରାଜ୍ୟ ସମ୍ପାଦକ ହେଲେ ବିପ୍ଳବ: ଦିଗପହଣ୍ଡିରେ ଦଳୀୟ କର୍ମୀ ଉଲ୍ଲସିତ

ଦିଗପହଣ୍ଡି,୫|୫(ଅଶେଷ ନାଥ ମିଶ୍ର)  ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର  ରାଜ୍ୟ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ କରିବା ସହ…

ରତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି: କହିଲେ…

ବଞ୍ଚୋ,୫।୫(ପ୍ରଦୋଷ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅଫିସ ଆର୍ଡର ନଂ ୩୬, ତାରିଖ ୦୫/୦୫/୨୦୨୫ ଅନୁଯାୟୀ ରାଜ୍ୟର ବିଭିନ୍ନ ପଦବୀ ପାଇଁ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri