Posted inଅପରାଧ

ଲୁଟେରା କନ୍ୟା: ବରକୁ ହତ୍ୟା କରି ନେଇଗଲା ୩ ଲକ୍ଷ ଟଙ୍କା, ସୁନା

ରତ୍‌ମାଲ, ୧।୮: ମଧ୍ୟପ୍ରଦେଶର ରତ୍‌ମାଲ ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାରେ ବିବାହର ୨ ଦିନ ପରେ ଜଣେ ନବବିବାହିତ କନ୍ୟା ଓ ତାଙ୍କ ପରିବାର ସଦସ୍ୟ ମିଶି ବରକୁ ହତ୍ୟା କରିବା ସହ ନଗଦ ୩ ଲକ୍ଷ ଟଙ୍କା ଓ ସୁନା ଗହଣା ଧରି ଫେରାର୍‌ ହୋଇଯାଇଛି। ପୋଲିସ ବରର ଶବକୁ ଉଦ୍ଧାର କରିଥିବାବେଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫିଲ୍ମ ଷ୍ଟାଇଲରେ ମିଥ୍ୟା ବିବାହର ନାଟକ ରଚାଇ କନ୍ୟା ଘର ପକ୍ଷରୁ ଏହି ଚାଞ୍ଚଲ୍ୟକର ଘଟଣା ଘଟାଯାଇଥିବା ଜଣାପଡ଼ିଛି।
ଜଣାପଡ଼ିଛି ଯେ, ରତ୍‌ଲାମ ଜିଲାର ସାଇଲାନା ପୋଲିସ ଗତ ଜୁଲାଇ ୨୯ରେ ବାଂସଓ୍ବାଡା ବାଇପାସ୍‌ ନିକଟରୁ ମହେନ୍ଦ୍ର କଲାଲ ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଯାଞ୍ଚରୁ ଜଣାପଡ଼ିଲା ଯେ ରାଜସ୍ଥାନର ଘଲକିଆରେ ମହେନ୍ଦ୍ରଙ୍କ ପ୍ରକୃତ ଘର। ମହେନ୍ଦ୍ର ଗତ କିଛିବର୍ଷ ଧରି କୁଏତ୍‌ରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ସେ ବିବାହ ପାଇଁ ଘରକୁ ଆସିଥିଲେ। କିଛିଦିନ ହେବ ମହେନ୍ଦ୍ର ବାହାଘର ଲାଗି କନ୍ୟା ଖୋଜୁଥିଲେ। ଏହି ସମୟରେ ତାଙ୍କର ପରିଚୟ ମୁକେଶ ନାମକ ଜଣେ ଏଜେଣ୍ଟଙ୍କ ସହ ହୋଇଥିଲା। ମୁକେଶ ଧାର ଜିଲାରେ ରହୁଥିବା ମିନାକ୍ଷୀ ପୁରୋହିତ ନାମକ ଜଣେ ଯୁବତୀଙ୍କୁ ମହେନ୍ଦ୍ରଙ୍କ ପାଇଁ ପ୍ରସ୍ତାବ ଆଣିଥିଲେ। ମହେନ୍ଦ୍ର ଓ ତାଙ୍କ ପରିବାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପରେ କଥାବାର୍ତ୍ତା ଅନୁଯାୟୀ ଜୁଲାଇ ୨୬ରେ ମିନାକ୍ଷୀ ଓ ତାଙ୍କ ପରିବାର ସଦସ୍ୟ ମହେନ୍ଦ୍ରଙ୍କ ଘରେ ପହଞ୍ଚତ୍ଥିଲେ। ସେଠାରେ ମହେନ୍ଦ୍ର ଓ ମିନାକ୍ଷୀଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିଲା। ଦାବି ମୁତାବକ ମିନାକ୍ଷୀଙ୍କ ପରିବାର ପକ୍ଷରୁ ୩ ଲକ୍ଷ ଟଙ୍କା ମହେନ୍ଦ୍ରଙ୍କ ପରିବାରକୁ ଦିଆଯାଇଥିଲା। କିନ୍ତୁ ବିବାହର ପରଦିନ ମିନାକ୍ଷୀ ଓ ତାଙ୍କ ପରିବାର ଲୋକ ମହେନ୍ଦ୍ରଙ୍କୁ ବୁଲାଇ ନେବା ବାହାନାରେ ଧାର ଜିଲାକୁ ନେଇଯାଇଥିଲେ। ଏହାପରେ ମହେନ୍ଦ୍ରଙ୍କ ଫୋନ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ମହେନ୍ଦ୍ରଙ୍କ ପରିବାର ପକ୍ଷରୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ମହେନ୍ଦ୍ରଙ୍କ ଭାଇ ନରେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ୧୦୦ କିଲୋମିଟର ଦୂରରୁ ମହେନ୍ଦ୍ରଙ୍କ ଶବ ଉଦ୍ଧାର କରିଥିଲା। ନରେନ୍ଦ୍ରଙ୍କ ଅଭିଯୋଗ ମୁତାବକ କନ୍ୟା ଘରଲୋକ ୩ ଲକ୍ଷ ଟଙ୍କା ସମେତ ୧୨ ତୋଳା ସୁନା ଧରି ଫେରାର୍‌ ହୋଇଯାଇଛନ୍ତି। ପୋଲିସ ଏହି ମାମଲାରେ କନ୍ୟା ଓ କନ୍ୟାଘର ସଦସ୍ୟଙ୍କୁ ଖୋଜିବା ଲାଗି ସ୍ବତନ୍ତ୍ର ଟିମ୍‌ ଗଠନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri