ଦିନ ଦ୍ୱିପହରରେ ମନ୍ଦିରରୁ ଲୁଟିନେଲେ

ଖଡ଼ିଆଳ,୫।୨(ଡି.ଏନ୍‌.ଏ.): ନୂଆପଡା ଜିଲା ଖଡ଼ିଆଳ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ଓ ମା’ ଅନ୍ନପୁର୍ଣ୍ଣା ମନ୍ଦିରରୁ ଦିନ ଦ୍ୱିପହରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭଗବାନଙ୍କ ପ୍ରତିମୂର୍ତ୍ତିରେ ପିନ୍ଧାଯାଇଥିବା ୭ଟି ରୂପା ମୁକୁଟ, ୧ ସୁନା ନୋଥ ଓ ଗୋଟିଏ ରୁପା ବଂଶୀ ଚୋରି ହୋଇଛି । ଅଭିଯୋଗ ପରେ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁରୋହିତ ଶୋଇଥିବା ବେଳେ ମନ୍ଦିରରୁ ଚୋରି ହୋଇଥିବା ସେ କହିଛନ୍ତି। ଏହି ରୂପା ଅଳଙ୍କାର ହାରାହାରି ଦେଢ଼ରୁ ଦୁଇ କିଲୋ ଓଜନ ହୋଇଥିବା ଅନୁମାନ କରାଯାଉଉଛି ।