ପୂର୍ବତନ ବିଧାୟକଙ୍କଠାରୁ ଟଙ୍କା ଲୁଟି ନେଲେ

ରାଇରଙ୍ଗପୁର,୨୮ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦାଙ୍କଠାରୁ ଶନିବାର ଦୁର୍ବୃତ୍ତମାନେ ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ବହଳଦା ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୮୧/୨୦୨୧) ରୁଜୁ କରିଛି।
ମିଳିଥିବା ସୂଚନା ମୁତାବକ, ପୂର୍ବତନ ବିଧାୟକ ହାଁସଦା ସ୍କୁଟିରେ ୮୧ ହଜାର ଟଙ୍କା ନେଇ ବହଳଦା ଥାନା ଅଧୀନ ବ୍ରାହ୍ମଣବୋଷ ଗ୍ରାମସ୍ଥିତ ଘରକୁ ଯାଉଥିଲେ। ରାସ୍ତାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ତାଙ୍କୁ ଧମକ ଦେଇ ଟଙ୍କା ଝାମ୍ପି ନେଇ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ସୂଚନା ଦେଇଛନ୍ତି।