ଦମ୍ପତିଙ୍କଠାରୁ ଝାମ୍ପିନେଲେ ୩.୫୦ ଲକ୍ଷ

ବାରିପଦା ଅଫିସ/ଉଦଳା,୨୩।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ବିସିପୁର-ଧାନଘେରା ରାସ୍ତାରେ ଏକ ଦମ୍ପତିଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍‌ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି।

ପ୍ରକାଶ ଯେ, ଧାନଘେରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ବେହେରା ସ୍ତ୍ରୀଙ୍କ ସହ ଉଦଳା ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ଆସି ସେମାନଙ୍କୁ ବିସିପୁର-ଧାନଘେରା ରାସ୍ତାରେ ଅଟକାଇ କଥା ହେବା ବାହାନାରେ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ଫେରାର ହୋଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଜାରି ରଖିଛି।