ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ୍‌: ଅଜଣା ଲୋକଙ୍କ ସହ ନ ଯିବାକୁ ଡିସିପିଙ୍କ ଅପିଲ୍‌

ଭୁବନେଶ୍ୱର,୪।୨(ବ୍ୟୁରୋ):ରାଜଧାନୀ ଭୁବନେଶ୍ବରରୁ ଲିଫ୍ଟ ବାହାନାରେ ନିଶା ଦେଇ ଲୁଟ୍‌ ମାମଲାରେ ଡିସିପି ଉମାଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି। ମମାଲାକୁ ଗମ୍ଭୀରତାର ଶହ ତଦନ୍ତ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି, ସହୀଦ ନଗର ଥାନା ପୋଲିସକୁ ତଦନ୍ତ ଭାର ଦିଆ ଯାଇଛି । ଅଜଣା ବ୍ୟକ୍ତିଙ୍କ ସହ ଲିଫ୍ଟରେ ନ ଯିବାକୁ ଲୋକଙ୍କୁ ଅପିଲ କରିଛନ୍ତି ବୋଲି ସେ କହିଛନ୍ତି। ଏହା ସହିତ କାର କାଚ ଭାଙ୍ଗି ଲୁଟ୍‌ ପଛରେ ରାଜ୍ୟ ବାହାର ଗ୍ୟାଙ୍ଗ ଥିବା ସନ୍ଧାନରୁ ଜଣାପଡିଛି । ପିଓ ପିଡ଼ି ଟିମ ଏହାର ତଦନ୍ତ କରୁଛି । ନିଛାଟିଆ ସ୍ଥାନରେ ଗାଡିରେ ମୂଲ୍ୟବାନ ଜିନିଷ ନ ରଖିବାକୁ ଲୋକଙ୍କୁ ଡିସିପି ଅପିଲ କରିଛନ୍ତି।