ଶିଶୁଙ୍କ ଡାଇପରରୁ ମିଳିଲା ଲୁଟ୍‌ ଅଳଙ୍କାର

ସୋର, ୨୭ା୧୨(ଡି.ଏନ.ଏ.): ଏକ ବସ୍‌ ଭିତରେ ଲୁଟ ହୋଇଥିବା ଅଳଙ୍କାର ଶିଶୁଙ୍କ ଡାଇପରରୁ ମିଳିବା ଘଟଣାରେ ଅଟକ ଥିବା ୨ ମହିଳାଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହାସହ ୨ ନାବାଳିକାଙ୍କୁ ସୋର ପୋଲିସ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି।
ଭଦ୍ରକ ଜିଲା ବାସୁଦେବପୁର ଥାନା ରାଧାବଲ୍ଲଭପୁର ଗ୍ରାମର ବିକ୍ରମକେଶରୀ ମହାନ୍ତିଙ୍କ ସ୍ତ୍ରୀ ଅଞ୍ଜନା ମହାନ୍ତି ଓ ପୁଅ ରବିବାର ପୂର୍ବାହ୍ନରେ ସୋରରୁ ବାସୁଦେବପୁର ଯିବାପାଇଁ ସୋର ବସଷ୍ଟାଣ୍ଡରୁ ଧାମରା ଯାଉଥିବା ମାଣିକ ବସ୍‌ରେ ଚଢ଼ିଥିଲେ। ବସରେ ପ୍ରବଳ ଭିଡ ଥିବାରୁ ଅଞ୍ଜନା ମହାନ୍ତିଙ୍କର ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ କିଛି ଟଙ୍କା ଚୋରି ହୋଇଯାଇଥିଲା। ଅଞ୍ଜନାଙ୍କୁ ଜାମୁଝାଡି ନିକଟରେ ବସ୍‌ କଣ୍ଡକ୍ଟର ଭଡ଼ା ମାଗିବାରୁ ଅଞ୍ଜନା ଭଡା ଦେବାକୁ ବ୍ୟାଗ ଭିତରେ ଅଳଙ୍କାର ସମେତ ଟଙ୍କା ଥିବା ଛୋଟ ପର୍ସ ଚୋରିହୋଇଥିବା ଜାଣିବାକୁ ପାଇଥିଲେ। ପରେ ଜାମୁଝାଡ଼ିଠାରେ ବସ୍‌ରୁ ଓହ୍ଲାଇ ଖୋଜାଖୋଜି କରି ଉତ୍ତରେଶ୍ୱର ବସ୍‌ଷ୍ଟାଣ୍ଡରେ ବସିଥିବା ବନଜାରା ଶିଶୁକୁ ଚିହ୍ନିପାରି ୨ଜଣ ମହିଳା, ଦୁଇ ନାବାଳିକା ଏବଂ ଦୁଇ ଶିଶୁଙ୍କୁ ସୋର ଥାନାକୁ ଆଣି ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ମହିଳା ଓ ଶିଶୁଠାରେ ଖୋଜାଖୋଜି ପରେ ଦୁଇ ଶିଶୁ ପିନ୍ଧିଥିବା ଡାଇପରରୁ ଚୋରି ଅଳଙ୍କାର ବାହାରିବା ସହିତ ଦୁଇ ମହିଳାଙ୍କ ନିକଟରୁ କିଛି ଟଙ୍କା ମିଳିଥିଲା ।
ପୋଲିସ ଏମାନଙ୍କୁ ଅଟକ ରଖି ବିକ୍ରମ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ ଏକ ମାମଲା(ନଂ. ୫୫୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପଶ୍ଚିମ ମେଦିନୀପୁର ଜିଲା ଖଡ଼ଗପୁର ନୟାବସ୍ତି ଗ୍ରାମର ରୁଦ୍ର ସିଂଙ୍କ ସ୍ତ୍ରୀ ମୁଖ ସିଂଙ୍କ ନିକଟରୁ ସୁନା ଜଉ ବଳା ଏକ ହଳ, ସୁନା କାନ ଚେନ ଏକ ହଳ, ସୁନା କାନ ଫୁଲ ଏକ ହଳ, ରୁପା ଗୋଡ଼ ମୁଦି ୨ଟା ସମେତ ୪ ହଜାର ଟଙ୍କା ଏବଂ ଗଡ଼ବେଟା ଜିଲା ଚନ୍ଦ୍ରକଣା ରୋଡ଼ ଗ୍ରାମରରୁଦ୍ର ସିଂଙ୍କ ସ୍ତ୍ରୀ ସୀମା ସିଂଠାରୁ ରୁପା ପାଉଁଜି ଏକ ହଳ, ରୁପା ହାର ଏକ ହଳ, ଏକଟି ସୁନା ଲକେଟ ସମେତ ୭ ହଜାର ଟଙ୍କା ମିଳିଥିଲା। ସୋମବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri