ଜରିମାନା ଦେବାକୁ ଲୁଟ୍‌ ଜୋରଦାର

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ମୂଲ୍ୟବାନ କଳାପଥର ଚୋରି ଏବେ ଆହୁରି ଜୋର ଧରିଛି। ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ଜରିମାନା ରାଶି ଭରିବାକୁ ଲିଜ୍‌ଧାରୀମାନେ ଜିଲା ପ୍ରଶାସନ, ତହସିଲଦାର ଏବଂ ସମ୍ପୃକ୍ତ ଥାନାଧିକାରୀଙ୍କ ଚାନ୍ଦା ପରିମାଣକୁ ଦ୍ୱିଗୁଣିତ କରି ଦିନରାତି ଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ଏନେଇ ଅଞ୍ଚଳବାସୀ ତହସିଲଦାରଙ୍କ ହ୍ବାଟ୍‌ସଆପ ନମ୍ବରକୁ ନିୟମିତ ଭାବେ କଳାପଥର ଲୁଟ୍‌ ହେଉଥିବା ଫଟୋ ଓ ଭିଡିଓ ପଠାଉଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବରଂ ରାଜ୍ୟର ବିପୁଳ ଲଘୁ ଖଣିଜ ସମ୍ପଦ ଲୁଟ୍‌ କରୁଥିବା ଲିଜ୍‌ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲିଖିତ ଅଭିଯୋଗକୁ ଉପେକ୍ଷା କରାଯାଉଛି। ଏଥିରୁ ଲିଜ୍‌ଧାରୀଙ୍କୁ ପରୋକ୍ଷ ସହଯୋଗ କରିବାରେ ପ୍ରଶାସନ ଅତି ଚାଲାକି କରୁଥିବା ମତପ୍ରକାଶ ପାଉଛି।
ଲଘୁ ଖଣିଜ ଦ୍ରବ୍ୟ ଚୋରି ନିବାରଣ ପାଇଁ ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରାଯାଇ ଅନୁମୋଦନଠାରୁ ଅଧିକ କଳାପଥର ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କୁ ଜରିମାନା ନିର୍ଦ୍ଦେଶ କରାଯାଉଛି। ଏଥିପାଇଁ ଯାଜପୁର ଉପଜିଲାପାଳ ଓ ଯାଜପୁର ରୋଡ୍‌ ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ(ଡିଡିଏମ୍‌)ଙ୍କୁ ନେଇ ଜଏଣ୍ଟ ଡିଷ୍ଟ୍ରିକ୍ଟ ଆସେସ୍‌ମେଣ୍ଟ କମିଟି ଗଠନ କରାଯାଇଛି। ଏହିକ୍ରମରେ ଆରୁହା ପାହାଡ଼ର ସୈରାତ ନମ୍ବର ୩୪/୨୦୨୧-୨୨ରୁ ଲିଜଧାରୀ ମନୋଜ ସାମଲଙ୍କୁ ୫ ବର୍ଷ ପାଇଁ ୭୦ ହଜାର ଘନମିଟର ଉତ୍ତୋଳନ କରିବାକୁ ଅନୁମତି ମିଳିଥିବାବେଳେ ମାତ୍ର ୯ ମାସରେ ୧ ଲକ୍ଷ ୨୨ ହଜାର ୧୧୨ ଘନମିଟର କଳାପଥର ଉତ୍ତୋଳନ କରିଛନ୍ତି। ମାପଚୁପରେ ଏହା ଜଣାପଡ଼ିବା ପରେ ଧର୍ମଶାଳା ତହସିଲଦାର ୧୫ା୪ା୨୦୨୩ରେ କାରଣ ଦର୍ଶାଅ ନୋଟିସ ଏବଂ ୧୦ା୫ା୨୦୨୩ରେ ଲିଜ୍‌ଧାରୀଙ୍କୁ ୮ କୋଟି ୬୩ ଲକ୍ଷ ୩୩ ହଜାର ୯୧୯ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଅନୁସାରେ କାରଣ ଦର୍ଶାଅ ନୋଟିସର ୧୫ ଦିନ ପରେ ଡିମାଣ୍ଡ ନୋଟିସ, ଡିମାଣ୍ଡ ନୋଟିସର ୧୫ ଦିନ ପରେ ଖାଦାନ କ୍ଲୋଜର ସହ ଲିଜ୍‌ଧାରୀଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଏବଂ କ୍ଲୋଜର ନୋଟିସର ୧୫ ଦିନ ପରେ ଲିଜ୍‌ଧାରୀଙ୍କ ନାମରେ ସାର୍ଟିଫିକେଟ କେସ୍‌ ରୁଜୁ ହେବା କଥା। ଯାଜପୁର ଜିଲା ପ୍ରଶାସନ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଏହି ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଫଳରେ ଲିଜ୍‌ଧାରୀମାନେ ସମୟ ପାଇ ଖାଦାନଗୁଡ଼ିକରୁ ପୁଣି ବହୁ ପରିମାଣରେ ଲୁଟ୍‌ ଜାରି ରଖିଛନ୍ତି। ଖାଦାନଗୁଡ଼ିକର ଚାରିପଟେ କେତେଜଣ ଯୁବକଙ୍କୁ ମୁତୟନ କରି ଦିନରେ କମ୍ପ୍ରେସର ହୋଲ, ସନ୍ଧ୍ୟାରେ ବ୍ଲାଷ୍ଟିଂ ଏବଂ ରାତିସାରା ଲୋଡିଂ ହେଉଛି। ଢେଙ୍କାନାଳ ଜିଲା ଚଡକମରା କ୍ରଶର ଏବଂ କାଏମା ନଦୀବନ୍ଧ କାର୍ଯ୍ୟରେ ବହୁ କୋଟି ଟଙ୍କାର ଉକ୍ତ ବେଆଇନ କଳାପଥର ବ୍ୟବହାର କରାଯାଉଛି। ଏଥିପାଇଁ ଲିଜ୍‌ଧାରୀ ନକଲି ଆର୍‌ ଫର୍ମ ବ୍ୟବହାର କରୁଥିଲେ ହେଁ ପ୍ରଶାସନ ଓ ପୋଲିସ ଜାଣିଶୁଣି ନୀରବ ବସିଛନ୍ତି। ଏହିସବୁ ବେଆଇନ କାର୍ଯ୍ୟରେ ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ଥିବାରୁ ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁ ନ ଥିବା ଆଲୋଚନା ହେଉଛି।
ଅନୁମତିଠାରୁ ଅଧିକ ଉତ୍ତୋଳନ ପାଇଁ ଲୁଣିବର ପାହାଡ଼ର କଳାପଥର ଖାଦାନ ଲିଜ୍‌ଧାରୀ ରଙ୍ଗାଧର ପ୍ରଧାନଙ୍କୁ ୧୬ କୋଟି, ଗଙ୍ଗାଧର ଓଝାଙ୍କୁ ୧୯ କୋଟି ଏବଂ ରାହାପୁର ପାହାଡ଼ ଖାଦାନ ଲିଜ୍‌ଧାରୀ ପ୍ରହଲ୍ଲାଦ ଲେଙ୍କାଙ୍କୁ ୧୬ କୋଟି ଟଙ୍କା ଜରିମାନା ହୋଇଛି। ଅନୁରୂପ ଭାବେ ଅଞ୍ଜିରା ଖାଦାନ ଲିଜ୍‌ଧାରୀ କୃଷ୍ଣ ସାହୁ, ବରଡ଼ା ଖାଦାନ ଲିଜ୍‌ଧାରୀ ଅଜିତ ସାହୁଙ୍କୁ ମଧ୍ୟ ଜରିମାନା ଦେବାକୁ ନୋଟିସ୍‌ ହୋଇଛି। ତଥାପି କୌଣସି ଖାଦାନରୁ ବେଆଇନ ଉତ୍ତୋଳନ ବନ୍ଦ ହୋଇପାରୁନାହିଁ। ପୋଲିସ ପ୍ରଶାସନକୁ ହାତ କରି ଜରିମାନା ଭରଣା ପାଇଁ ଲୁଟ୍‌ ଜୋରଦାର କରାଯାଉଛି। ଏପରି କି ରାହାପୁର ପାହାଡ଼ ଖାଦାନକୁ ଖୋଳ କରିଦିଆଯିବା ସହ ମାଲଗୋଡ଼ା ପାହାଡ଼ ଖାଦାନରୁ ମଧ୍ୟ ବିନା ଅନୁମତିରେ ଉତ୍ତୋଳନ କରାଯାଉଛି। ଗୋଟିଏ କଳାପଥର ଖାଦାନରୁ ଦୈନିକ ୫ ଲକ୍ଷ ଟଙ୍କା ଲୁଟ୍‌ ହେଉଥିବା କୁହାଯାଉଛିି। ଏଥିପାଇଁ ୭୦ରୁ ୧୦୦ଟି ହାଇଓ୍ବା ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଚାରିବାରୁ ସେ ପୁରୁଣା ମତାମତକୁ ଦୋହରାଇ କହିଥିଲେ ସ୍ଥାନୀୟ ଅଞ୍ଚଳରୁ ଏଯାଏ କୌଣସି ଅଭିଯୋଗ ହୋଇନାହିଁ। ସରକାରଙ୍କ ଲଘୁ ଖଣିଜ ସମ୍ପଦ ଲୁଟ୍‌ର ସୁରକ୍ଷା ପ୍ରଶାସନର ଏବଂ ଏଥିପାଇଁ ନିଜଆଡୁ ପ୍ରଶାସନ ପଦକ୍ଷେପ ନେବା ଉଚିତ ନୁହେଁ କି ବୋଲି ପ୍ରଶ୍ନ କରିବାରୁ ଜିଲାପାଳ ତାହାକୁ ଏଡ଼ାଇ ଯାଇ କହିଛନ୍ତି, ଆପଣମାନେ ଅଭିଯୋଗ କରନ୍ତୁ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri