ପୋଲିସ କର୍ମୀଙ୍କ ଘରୁ ଲୁଟି ନେଲେ

ବ୍ରହ୍ମପୁର ଅଫିସ,୧ା୧୦: ବ୍ରହ୍ମପୁର ସହରରେ ଚୋରମାନେ ତାଲାବନ୍ଦ ଘରକୁ ଟାର୍ଗେଟ କରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଜଣେ ପୋଲିସ କନଷ୍ଟେବଳଙ୍କ ଘରେ କଳାକନା ବୁଲାଇଛନ୍ତି। ବୈଦ୍ୟନାଥପୁର ଥାନା ଅଧୀନ ସିଦ୍ଧାର୍ଥ ନଗର ଦ୍ୱିତୀୟ ସାରଣୀରେ ରହୁଥିବା କନଷ୍ଟେବଳ ପ୍ରଣତୀ ପଣ୍ଡାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଏକ ଚୋର ଗ୍ୟାଙ୍ଗ ଘର ତାଲା ଭାଙ୍ଗି ୬ ଭରି ସୁନାଗହଣା ଓ ଟଙ୍କା ନେଇ ଯାଇଛନ୍ତି। ଶୁକ୍ରବାର ସକାଳେ ପ୍ରଣତୀ ଘରକୁ ଫେରିବା ପରେ ଘର ତାଲା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରହିଛି। ପ୍ରଣତୀ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ କନଷ୍ଟେବଳ ଭାବେ କାମ କରନ୍ତି। ସିଦ୍ଧାର୍ଥ ନଗରରେ ସେ ଘର ଭଡ଼ା ନେଇ ରହୁଛନ୍ତି। ଘର ମାଲିକ ଉପର ମହଲାରେ ରହୁଥିବା ବେଳେ ସେ ତଳ ମହଲାରେ ରହୁଛନ୍ତି। ଗୁରୁବାର ଅପରାହ୍ନରେ ସେ ଘରେ ତାଲା ପକାଇ କୌଣସି କାମରେ ଦିଗପହଣ୍ଡି ଯାଇଥିଲେ। ଶୁକ୍ରବାର ଫେରିବାରେ ଘରେ ଆଲମିରା ଭଙ୍ଗା ଯାଇଥିବା ଦେଖିଥିଲେ। ତାଙ୍କର ଗୋଟିଏ ସୁନାହାର, ମଙ୍ଗଳସୁତ୍ର, ଦୁଇ ହଳ କାନଫୁଲ, ୮ଟି ସୁନା ମୁଦି ଓ ୨୦ ହଜାର ଟଙ୍କା ଚୋରି ହୋଇଛି। ସେହିପରି ବଡବଜାର ଥାନା ଅନ୍ତର୍ଗତ ପ୍ରେମନଗର ଷଷ୍ଠ ସାରଣୀରେ ରହୁଥିବା ବି.ରାଜେଶ୍ୱର ରାଓଙ୍କ ତାଲାବନ୍ଦ ଘରେ ମଧ୍ୟ ଚୋରଗ୍ୟାଙ୍ଗ ବୁଧବାର ବିଳମ୍ବିତ ରାତିରେ କଳାକନା ବୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri