୨ ମହିଳାଙ୍କ ସୁନାଚେନ ଝାମ୍ପିନେଲେ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜଧାନୀରେ ପୁଣି ଲୁଟେରା ମାତିଲେଣି। ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍‌ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ ମହିଳାଙ୍କ ବେକରେ କଟୁରୀ ଲଗାଇ ୩ଜଣ ଦୁର୍ବୃତ୍ତ ସୁନାଚେନ ଝାମ୍ପି ନେଇଛନ୍ତି। ସେହିପରି ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ବେକରେ କଟୁରୀ ଲଗାଇ ସୁନାଚେନ ଲୁଟିନିଆଯାଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାର ସେକ୍ଟର-୫ ଅଞ୍ଚଳରେ ରହୁଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମର ଭିଜୁଆଲ ଏଡିଟର ଅଶୋକ ପାଣିଗ୍ରାହୀଙ୍କ ମା’ ଫୁଲ ତୋଳିବାକୁ ଯାଇଥିବାବେଳେ ତାଙ୍କ ଘରୁ ଦୁର୍ବୃତ୍ତମାନେ ୨୦୦ ଗ୍ରାମ ଓଜନର ପ୍ରାୟ ୯ଲକ୍ଷ ଟଙ୍କାର ସୁନାଗହଣା ଚୋରି କରିନେଇଛନ୍ତି। ଏ ନେଇ ଥାନାରେ ପୃଥକ ଭାବେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି।