ଝରକା ତାଡି ବିଚାରପତିଙ୍କ ଘରୁ ଟଙ୍କା, ୩ଭରି ସୁନା ଲୁଟିନେଲେ ଦୁବୃର୍ତ୍ତ

କେନ୍ଦୁଝର,୧୬ା୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡରେ ରହଥିବା ଜଣେ ଅବସରପ୍ରାପ୍ତ ଜଜ ରାଜ କୁମାର ସାହୁଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘରେ କେହି ନ ଥିବାବେଳେ ଦୁବୃର୍ତ୍ତମାନେ ଝରକା ତାଡି ଘରେ ପ୍ରବେଶ କରିଛନ୍ତି । ଘରୁ ଟଙ୍କା, ୩ ଭରି ସୁନା ଓ ଏକ ଟ୍ୟାବଲେଟ ଚୋରି କରିଥିବା ନେଇ ଥାନାରେ ଅଭଯୋଗ ହୋଇଛି । ଟାଉନ଼ ଥାନା ଅଧିକାରୀ ଏବଂ ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଅଦ୍ୟାବଧି ଚୋରର ସନ୍ଧାନ ମିଳିନାହିଁ । ଏହି ଘଟଣାରେ କେସ ନମ୍ବର ୮୨/୨୦୨୩ ରେ ମାମଲା ରୁଜୁ ହୋଇଛି।