‘ଲୁପ ଲପେଟା’କୁ ନେଇ ଉତ୍ସାହିତ ଅଛନ୍ତି ତାପସୀ

ମୁମ୍ବାଇ: ବଲିଉଡରେ ଏବେ ରାଜ୍ କରୁଥିବା ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ତାପସୀ ପନ୍ନୁ । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ ଖବର । ତାପସୀଙ୍କ ଅଭିନୀତ ଫିଲ୍ମ ‘ଲୁପ ଲପେଟା’ ଆସନ୍ତା ମାସ ୪ ତାରିଖରେ ନିଟଫ୍ଲିକ୍ସରେ ରିଲିଜ୍ ହେବାକୁ ଯାଉଛି । ତାପସୀ ଶନିବାର ଏ ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଲୁପ ଲପେଟା, ଯେଉଁଥିରେ ତାହିର ରାଜ ଭସିନ ଅଛନ୍ତି, ଏହା ୪ ଫେବୃୟାରୀରେ ରିଲିଜ ହେଉଛି । ଏହି ଫିଲ୍ମରେ ପ୍ରେମିକା ସାବି(ତାପସୀ) ତାଙ୍କ ପ୍ରେମୀ(ତାହିର)ଙ୍କୁ ବଞ୍ଚାଇବା ମିଶନରେ ଅଛନ୍ତି । ନିଜ ଅଭିନୀତ ଫିଲ୍ମକୁ ନେଇ ତାପସୀ କହିଛନ୍ତି, ନେଟଫ୍ଲିକ୍ସ ସହ ଏହି ପ୍ରୋଜେକ୍ଟର ଅଂଶ ଥିବାରୁ ଖୁବ୍ ଉତ୍ସାହିତ ଅଛି । ବିଶେଷ କରି ଏଭଳି ଏକ ବହୁମୁଖି ଫିଲ୍ମ ସହ ମୁଁ ରହିଥିବାରୁ । ତେବେ ନିର୍ଦ୍ଦେଶକ ଆକାଶ ଓ ସହ କଳାକାର ତାହିରଙ୍କ ସହ ଫିଲ୍ମର ଅଂଶ ହେବା ଏକ ସୁଖକର ଅନୁଭୁତି ଥିଲା । ତାପସୀ ଆହୁରି ମଧ୍ୟ କହିଛନ୍ତି ପ୍ରଶଂସକ ଓ ଦର୍ଶକଙ୍କୁ ଫିଲ୍ମଟି ସେତିକି ଆନନ୍ଦ ଦେବ ଯେତିକି ଆମେ ନିର୍ମାଣ କଲାବେଳେ ପାଇଛୁ । ସହ କଳାକାର ତାହିର ବି ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଫିଲ୍ମଟି ନୂଆ ଜମାନାର ରୋମାନ୍ସକୁ ନେଇ ତିଆରି କରାଯାଇଛି । ମୁଁ ସତ୍ୟା ଓ ସାବି ଚରିତ୍ର ସହ ଭେଟିବାକୁ ଆଉ ବେଶି ସମୟ ଅପେକ୍ଷା କରିପାରିବି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

ପୁଣି ଏକ କଳଙ୍କିତ ଅଧ୍ୟାୟ: ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ

ବଣାଇଁ,୧୧ା୨(ପ୍ରଦୀପ ତ୍ରିପାଠୀ): ପୁଣି ଜଣେ ରସିକିଆ ଶିକ୍ଷକଙ୍କ କଳାକାରନାମା ଆଜି ଜଣାପଡ଼ିବା ପରେ ସମଗ୍ର ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଯାଇଛି। ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri