ଆରବର୍ଷକୁ ଅପେକ୍ଷା

ଢେଙ୍କାନାଳ ଅଫିସ, ୮।୭: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ମାତ୍ର ୪ ଦିନ। ଭକ୍ତଙ୍କୁ ଦର୍ଶନ ଦେବାକୁ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କୁ ନେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କ ଏହି ଅଲୌକିକ ଲୀଳା ଦେଖିବା ଲାଗି ବିଶ୍ୱର ଅଗଣିତ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ହେଲେ କରୋନା ମହାମାରୀ ପାଇଁ ଶ୍ରୀକ୍ଷେତ୍ରକୁ ବାଦ୍‌ଦେଲେ ଅନ୍ୟ କୌଣସି ସ୍ଥାନରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହାକୁ ନେଇ ପୁଣିଥରେ ନିରାଶ ହୋଇଛନ୍ତି ଢେଙ୍କାନାଳବାସୀ।

ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ଢେଙ୍କାନାଳର ରଥଯାତ୍ରା ଯେତିକି ପୁରୁଣା, ସେତିକି ସଂସ୍କୃତିସମ୍ପନ୍ନ ମଧ୍ୟ। ହେଲେ ଗତ ଦୁଇବର୍ଷ ହେଲା ଘୋଷଯାତ୍ରା ଉପରେ ଛାଇଯାଇଛି କରୋନା କଳାବାଦଲ। ପରମ୍ପରା ବଞ୍ଚାଇବାକୁ ବଳରାମ ମନ୍ଦିରରେ ପ୍ରତୀକାତ୍ମକ ବିଧି ପାଳନ ହେଉଥିବାବେଳେ ଶ୍ରଦ୍ଧାଳୁମାନେ ରଥାରୂଢ଼ ଶ୍ରୀଜୀଉଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚତ୍ତ ହେଉଛନ୍ତି। ମହାମାରୀ ପାଇଁ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ସୃଷ୍ଟି ହୋଇଥିବାବେଳେ ମହାପ୍ରଭୁ ଚାହିଁଲେ ଆରବର୍ଷକୁ ପୁଣିଥରେ ରଥଗଡ଼ାରୁ ରଥଗଡ଼ିବ ବୋଲି କହିଛନ୍ତି ଶ୍ରଦ୍ଧାଳୁ।
କେଉଁ ଆବହମାନ କାଳରୁ ଢେଙ୍କାନାଳରେ ୨ ରଥ ନିର୍ମାଣ କରାଯାଉଛି। ୪୨ ଫୁଟ ଉଚ୍ଚତା ଏବଂ ୧୨ ଚକ ବିଶିଷ୍ଟ ବଡ଼ରଥରେ ଶ୍ରୀବଳରାମ ମନ୍ଦିରରେ ପୂଜିତ ଶ୍ରୀଜଗନ୍ନାଥ ବିରାଜମାନ କରିଥା’ନ୍ତି। ସେହିପରି ୩୩ ଫୁଟ ଉଚ୍ଚତା ଏବଂ ୮ ଚକ ବିଶିଷ୍ଟ ସାନରଥରେ ରାଜନଅରରେ ପୂଜା ପାଉଥିବା ଶ୍ରୀଜୀଉ ବିଜେ କରିଥାଆନ୍ତି। ୧୯୯୯ରୁ ସାନରଥକୁ ମହିଳାମାନେ ଟାଣୁଛନ୍ତି। କିନ୍ତୁ ୨ ବର୍ଷ ହେଲା କୋଭିଡ୍‌ କଟକଣା ପାଇଁ ରଥଯାତ୍ରା ବନ୍ଦ ରହିଛି। ବଳରାମ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ଏକ ରଥ କରାଯାଇ କେବଳ ବିଧି ପାଳନ କରାଯାଉଛି। ଆସନ୍ତା ୧୨ ତାରିଖରେ ଘୋଷଯାତ୍ରା ଉପଲକ୍ଷେ ରାଜପୁରୋଧାଙ୍କ ଦ୍ୱାରା ସମୟ ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ତଦନୁଯାୟୀ ପୂର୍ବାହ୍ନ ୧୦ଟା ସୁଦ୍ଧା ମଙ୍ଗଳାର୍ପଣ, ରାଜଦର୍ଶନ, ସେବାପୂଜା ହୋଇ ପହଣ୍ଡି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଦକ୍ଷିଣାୟନ, ବନ୍ଦାପନା ପରେ ନିର୍ଦ୍ଧାରିତ ମଣ୍ଡପରେ ଠାକୁର ବିଜେ ହେବେ। ଏହି ଅବସରରେ ପରମ୍ପରା ରକ୍ଷା ଲାଗି ୪ଫୁଟ ଉଚ୍ଚତାର ଏକ ଛୋଟ ରଥକୁ ପ୍ରତିଷ୍ଠା କରାଯିବ। ରାଜପରିବାର ସଦସ୍ୟଙ୍କ ଦ୍ୱାରା ଛେରା ପହଁରା କରାଯିବ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଡପମଣ୍ଡପ ବେଶ ଶେଷହେବ ବୋଲି ନୀତି ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଲକ୍ଷାଧିକ ଶ୍ରଦ୍ଧାଳୁ ନିରାଶ
ଢେଙ୍କାନାଳ ଜିଲାରେ ଥିବା ୧୨୫ ଜଗନ୍ନାଥ ମନ୍ଦିର ମଧ୍ୟରୁ ଅଧିକାଂଶ ପୀଠରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଗତ ୨ବର୍ଷ ହେଲା କରୋନା ପାଇଁ ରଥଯାତ୍ରା ହୋଇପାରୁନାହିଁ, ଯାହା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି।
-ପ୍ରଦ୍ୟୁମ୍ନ ରଥ, ସଭାପତି, ଶ୍ରୀଜଗନ୍ନାଥ ଚେତନା ସମିତି

ମନ୍ଦିର ବେଢ଼ାରେ ୧୪୪ ଧାରା
କରୋନା ପାଇଁ ପ୍ରତୀକାତ୍ମକ ଭାବେ ମନ୍ଦିର ବେଢ଼ାରେ ରଥଯାତ୍ରା ପାଳନ ହେଉଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ୧୪୪ ଧାରା ଜାରି କରାଯାଉଛି। ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଉଚିତ।
-ଦେବାଶିଷ ମିଶ୍ର, ବୁଦ୍ଧିଜୀବୀ

ମହାମାରୀ ସବୁ ବିଗାଡ଼ି ଦେଇଛି
ବର୍ଷକୁ ଥରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥାଏ। ହେଲେ କରୋନା ମହାମାରୀ ସବୁ ବିଗାଡ଼ି ଦେଇଛି। ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ୍ତ ରହିବା ଭକ୍ତଙ୍କୁ ନିଶ୍ଚୟ କଷ୍ଟ ଦେବ।
-ଅବନୀ ମିଶ୍ର, ଉପସଭାପତି, ରାଜ୍ୟ କଳା ସଂସ୍କୃତି ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri