ଆରବର୍ଷକୁ ଅପେକ୍ଷା

ଢେଙ୍କାନାଳ ଅଫିସ, ୮।୭: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ମାତ୍ର ୪ ଦିନ। ଭକ୍ତଙ୍କୁ ଦର୍ଶନ ଦେବାକୁ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କୁ ନେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କ ଏହି ଅଲୌକିକ ଲୀଳା ଦେଖିବା ଲାଗି ବିଶ୍ୱର ଅଗଣିତ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ହେଲେ କରୋନା ମହାମାରୀ ପାଇଁ ଶ୍ରୀକ୍ଷେତ୍ରକୁ ବାଦ୍‌ଦେଲେ ଅନ୍ୟ କୌଣସି ସ୍ଥାନରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହାକୁ ନେଇ ପୁଣିଥରେ ନିରାଶ ହୋଇଛନ୍ତି ଢେଙ୍କାନାଳବାସୀ।

ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ଢେଙ୍କାନାଳର ରଥଯାତ୍ରା ଯେତିକି ପୁରୁଣା, ସେତିକି ସଂସ୍କୃତିସମ୍ପନ୍ନ ମଧ୍ୟ। ହେଲେ ଗତ ଦୁଇବର୍ଷ ହେଲା ଘୋଷଯାତ୍ରା ଉପରେ ଛାଇଯାଇଛି କରୋନା କଳାବାଦଲ। ପରମ୍ପରା ବଞ୍ଚାଇବାକୁ ବଳରାମ ମନ୍ଦିରରେ ପ୍ରତୀକାତ୍ମକ ବିଧି ପାଳନ ହେଉଥିବାବେଳେ ଶ୍ରଦ୍ଧାଳୁମାନେ ରଥାରୂଢ଼ ଶ୍ରୀଜୀଉଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚତ୍ତ ହେଉଛନ୍ତି। ମହାମାରୀ ପାଇଁ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ସୃଷ୍ଟି ହୋଇଥିବାବେଳେ ମହାପ୍ରଭୁ ଚାହିଁଲେ ଆରବର୍ଷକୁ ପୁଣିଥରେ ରଥଗଡ଼ାରୁ ରଥଗଡ଼ିବ ବୋଲି କହିଛନ୍ତି ଶ୍ରଦ୍ଧାଳୁ।
କେଉଁ ଆବହମାନ କାଳରୁ ଢେଙ୍କାନାଳରେ ୨ ରଥ ନିର୍ମାଣ କରାଯାଉଛି। ୪୨ ଫୁଟ ଉଚ୍ଚତା ଏବଂ ୧୨ ଚକ ବିଶିଷ୍ଟ ବଡ଼ରଥରେ ଶ୍ରୀବଳରାମ ମନ୍ଦିରରେ ପୂଜିତ ଶ୍ରୀଜଗନ୍ନାଥ ବିରାଜମାନ କରିଥା’ନ୍ତି। ସେହିପରି ୩୩ ଫୁଟ ଉଚ୍ଚତା ଏବଂ ୮ ଚକ ବିଶିଷ୍ଟ ସାନରଥରେ ରାଜନଅରରେ ପୂଜା ପାଉଥିବା ଶ୍ରୀଜୀଉ ବିଜେ କରିଥାଆନ୍ତି। ୧୯୯୯ରୁ ସାନରଥକୁ ମହିଳାମାନେ ଟାଣୁଛନ୍ତି। କିନ୍ତୁ ୨ ବର୍ଷ ହେଲା କୋଭିଡ୍‌ କଟକଣା ପାଇଁ ରଥଯାତ୍ରା ବନ୍ଦ ରହିଛି। ବଳରାମ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ଏକ ରଥ କରାଯାଇ କେବଳ ବିଧି ପାଳନ କରାଯାଉଛି। ଆସନ୍ତା ୧୨ ତାରିଖରେ ଘୋଷଯାତ୍ରା ଉପଲକ୍ଷେ ରାଜପୁରୋଧାଙ୍କ ଦ୍ୱାରା ସମୟ ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ତଦନୁଯାୟୀ ପୂର୍ବାହ୍ନ ୧୦ଟା ସୁଦ୍ଧା ମଙ୍ଗଳାର୍ପଣ, ରାଜଦର୍ଶନ, ସେବାପୂଜା ହୋଇ ପହଣ୍ଡି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଦକ୍ଷିଣାୟନ, ବନ୍ଦାପନା ପରେ ନିର୍ଦ୍ଧାରିତ ମଣ୍ଡପରେ ଠାକୁର ବିଜେ ହେବେ। ଏହି ଅବସରରେ ପରମ୍ପରା ରକ୍ଷା ଲାଗି ୪ଫୁଟ ଉଚ୍ଚତାର ଏକ ଛୋଟ ରଥକୁ ପ୍ରତିଷ୍ଠା କରାଯିବ। ରାଜପରିବାର ସଦସ୍ୟଙ୍କ ଦ୍ୱାରା ଛେରା ପହଁରା କରାଯିବ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଡପମଣ୍ଡପ ବେଶ ଶେଷହେବ ବୋଲି ନୀତି ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଲକ୍ଷାଧିକ ଶ୍ରଦ୍ଧାଳୁ ନିରାଶ
ଢେଙ୍କାନାଳ ଜିଲାରେ ଥିବା ୧୨୫ ଜଗନ୍ନାଥ ମନ୍ଦିର ମଧ୍ୟରୁ ଅଧିକାଂଶ ପୀଠରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଗତ ୨ବର୍ଷ ହେଲା କରୋନା ପାଇଁ ରଥଯାତ୍ରା ହୋଇପାରୁନାହିଁ, ଯାହା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି।
-ପ୍ରଦ୍ୟୁମ୍ନ ରଥ, ସଭାପତି, ଶ୍ରୀଜଗନ୍ନାଥ ଚେତନା ସମିତି

ମନ୍ଦିର ବେଢ଼ାରେ ୧୪୪ ଧାରା
କରୋନା ପାଇଁ ପ୍ରତୀକାତ୍ମକ ଭାବେ ମନ୍ଦିର ବେଢ଼ାରେ ରଥଯାତ୍ରା ପାଳନ ହେଉଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ୧୪୪ ଧାରା ଜାରି କରାଯାଉଛି। ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଉଚିତ।
-ଦେବାଶିଷ ମିଶ୍ର, ବୁଦ୍ଧିଜୀବୀ

ମହାମାରୀ ସବୁ ବିଗାଡ଼ି ଦେଇଛି
ବର୍ଷକୁ ଥରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥାଏ। ହେଲେ କରୋନା ମହାମାରୀ ସବୁ ବିଗାଡ଼ି ଦେଇଛି। ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ୍ତ ରହିବା ଭକ୍ତଙ୍କୁ ନିଶ୍ଚୟ କଷ୍ଟ ଦେବ।
-ଅବନୀ ମିଶ୍ର, ଉପସଭାପତି, ରାଜ୍ୟ କଳା ସଂସ୍କୃତି ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri