Posted inଜାତୀୟ

୨୪କୁ ନଜର, ୨୨ ପାଇଁ ଛାନିଆ

ନୂଆଦିଲ୍ଲୀ,୧୬ା୬: ଉତ୍ତରପ୍ରଦେଶରେ ନିକଟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ଶାସକ ଭାଜପାକୁ ପରାସ୍ତ କରିଥିଲା। ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପରିଣାମକୁ ସେମିଫାଇନାଲ କୁହାଯାଉଛି। ସେହିପରି ଆଗାମୀ ବିଧାନସଭା ନିର୍ବାଚନ ୨୦୨୪ ଲୋକ ସଭା ଭୋଟକୁ ବହୁଳ ପ୍ରଭାବିତ କରିବ ବୋଲି ମତଦାତା, ନେତା ଓ ବିଶ୍ଳେଷକ କହିଲେଣି। ଦିଲ୍ଲୀରେ କ୍ଷମତା ହାସଲ ପାଇଁ ୟୁପି ହିଁ ଏକମାତ୍ର ରାସ୍ତା। ତେଣୁ ରାଜନୈତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟ ଉପରେ କେନ୍ଦ୍ରର ମୋଦି ସରକାରଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। କରୋନା ଭାଇରସ୍‌ର ଦ୍ୱିତୀୟ ଲହର ପ୍ରକୋପ କମିବା ମାତ୍ରେ ସାଙ୍ଗଠନିକ କାର୍ଯ୍ୟକୁ ଜୋର୍‌ ଦେବା ପାଇଁ ଭାଜପା ନିଷ୍ପତ୍ତି ନେଇଛି।

୫ ରାଜ୍ୟରେ ବିଧାନସଭା ଭୋଟ କରାଇବାକୁ ନିଶ୍ଚିତ ବୋଲି ଦୁଇ ସପ୍ତାହ ତଳେ ଭାରତର ନିର୍ବାଚନ କମିଶନ (ଇସିଆଇ) ଘୋଷଣା କରିବା ପରଠୁ ଜାତୀୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ(ୟୁପି)ରେ ୨୦୨୨ ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ନିର୍ବାଚନ ହେବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି। କରୋନା ଭାଇରସ୍‌ର ମୁକାବିଲାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ଏଥିପାଇଁ ଘର ସଜାଡ଼ିବା ଆରମ୍ଭ କରିଛନ୍ତି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ବୈଠକରୁ ସ୍ପଷ୍ଟ ହୋଇଛି।
ରାଜ୍ୟଗୁଡ଼ିକ ପାଇଁ ରଣନୀତି ପ୍ରସ୍ତୁତି ଲାଗି ଭାଜପା ଚିନ୍ତନ ବୈଠକ ଓ ଜନ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ କରିବ। ସମସ୍ତ ରାଜ୍ୟକୁ ଜୁନ୍‌ ୨୧ରୁ ୩୦ ଭିତରେ ଭର୍ଚୁଆଲି କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରିବାକୁ କୁହାଯାଇଛି। ଏହାସହ ପ୍ରଶିକ୍ଷଣ ଶିବିର ଓ ଅନ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ ତ୍ୱରାନ୍ବିତ କରାଯିବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୫ ରାଜ୍ୟର ଦଳୀୟ ଶାଖାଗୁଡ଼ିକୁ ଜୁଲାଇ ୧୦ ସୁଦ୍ଧା ପ୍ରଥମ ଚିନ୍ତନ ବୈଠକ କରି ରଣନୀତି ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଭାଜପା ପକ୍ଷରୁ ଛୋଟ ଛୋଟ ଟିମ୍‌ ଗଠନ କରି ଦିଲ୍ଲୀ ପଠାଯିବ। ନଡ୍ଡା ସେମାନଙ୍କ ସହ ପୃଥକ୍‌ ଭାବେ ଆଲୋଚନା କରି ନିର୍ବାଚନ ରଣନୀତିକୁ ଚୂଡ଼ାନ୍ତ ରୂପ ଦେବେ। ଦଳର ସମ୍ପୃକ୍ତ ପ୍ରଭାରୀ ଓ ସମ୍ପାଦକମାନେ ଜୁଲାଇ ୩୧ ପୂର୍ବରୁ ନିଜ ନିଜ ଦାୟିତ୍ୱରେ ଥିବା ରାଜ୍ୟକୁ ଗସ୍ତ କରିବେ। ଏହା ବ୍ୟତୀତ ଜୁନ୍‌ ୧୮ରେ କରୋନା ମହାମାରୀ ଉପରେ ଏକ ଭର୍ଚୁଆଲ ସେସନ୍‌ କରାଯିବ। ଏଥିରେ କୋଭିଡ୍‌ ଚ୍ୟାଲେଞ୍ଜ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଙ୍କଟର ମୁକାବିଲା ଆଦି ସମ୍ପର୍କରେ ଆଲୋଚନା ହେବ। ପରେ ଏହା ଉପରେ ଏକ ଫିଲ୍ମ ମଧ୍ୟ କରାଯିବ, ଯାହାକୁ ଜୁଲାଇ ୧୦ ସୁଦ୍ଧା ମଣ୍ଡଳସ୍ତରରେ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରିବାକୁ କୁହାଯାଇଛି।
ରାଜ୍ୟଗୁଡ଼ିକ ମଧ୍ୟରୁ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଭାଜପା ସରକାର ଚାଲିଥିବାବେଳେ ପଞ୍ଜାବରେ କଂଗ୍ରେସ କ୍ଷମତାସୀନ ଅଛି। ୟୁପିରେ ଯୋଗୀ ସରକାର କୋଭିଡ୍‌ ପରିଚାଳନାରେ ବିଫଳ ହୋଇ ଲୋକଙ୍କ ଆସ୍ଥା ହରାଇଥିବା ଦର୍ଶାଇ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) କଡ଼ା ସମାଲୋଚନା କରୁଛନ୍ତି। ଏହି ବିଫଳତା ସାଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମତଭେଦ ପଦାରେ ପଡ଼ିଲାଣି। ଏଥିଲାଗି କେବଳ ୨୦୨୨ ବିଧାନସଭା ଭୋଟ ନୁହେଁ, ବରଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ମୁଣ୍ଡବ୍ୟଥା ବଢ଼ିପାରେ ବୋଲି ଭାଜପା ଆଶଙ୍କା କରୁଛି। ଯୋଗୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିବାରୁ ୟୁପି କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେହିପରି ଉତ୍ତରାଖଣ୍ଡର ତୀରଥ ସିଂ ରାୱତ୍‌ ସରକାର କାମ କମ୍‌, ବିବାଦୀୟ ମନ୍ତବ୍ୟକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଜିତିବା ଭାଜପା ପାଇଁ ସହଜ ହୋଇ ନ ପାରେ। ତେଣୁ ଉତ୍ତରାଖଣ୍ଡରେ ବି ଗୈରିକ ଦଳ ଘର ସଜାଡ଼ିବା ଆରମ୍ଭ କରିଛି। ଅନ୍ୟପକ୍ଷେ ୩ ବିବାଦୀୟ କୃଷି ଆଇନକୁ ନେଇ ଭାଜପାଠାରୁ ଦୂରେଇଯାଇଥିବା ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ପଞ୍ଜାବରେ ମାୟାବତୀଙ୍କ ଦଳିତ ଭୋଟ ବ୍ୟାଙ୍କ ଉପରେ ନଜର ପକାଇଛି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଏସ୍‌ଏଡି ୯୭ ଏବଂ ବିଏସ୍‌ପି ୨୦ ଆସନରେ ଲଢ଼ିବା ପାଇଁ ଶନିବାର ମେଣ୍ଟ ଘୋଷଣା କରିଛନ୍ତି। ତେଣୁ ଏହି କଂଗ୍ରେସ ଶାସିତ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ହାତରୁ ଛଡ଼ାଇନେବା ଭାଜପା ପାଇଁ ଅସମ୍ଭବ ହୋଇପାରେ। ତେଣୁ ନଡ୍ଡା ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦଳର ପଞ୍ଜାବ ସଭାପତି ଅଶ୍ୱିନୀ ଶର୍ମାଙ୍କ ସହ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି।
ଅନ୍ୟପକ୍ଷେ ଗୋଆରେ ୨୦୧୨ରୁ ଭାଜପା କ୍ଷମତାରେ ରହିଛି। ୨୦୨୨ ବିଧାନସଭା ଭୋଟ ବେଳେ ୧୦ ବର୍ଷ ଶାସନର କ୍ଷମତା ବିରୋଧୀ ହାୱା ପ୍ରମୋଦ ସାଓ୍ବନ୍ତ ସରକାରଙ୍କ ପାଇଁ ଅଡ଼ୁଆ ସାଜିପାରେ। ୨୦୧୭ରେ ଅନୁଷ୍ଠିତ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସୁଦ୍ଧା ଭାଜପାର ପେଞ୍ଚ ଯୋଗୁ ସରକାର ଗଠନ କରି ପାରି ନ ଥିଲା। ଏହି ଉତ୍ତର-ପୂର୍ବ ରାଜ୍ୟରେ ୨୦୦୨ରୁ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା କଂଗ୍ରେସ ଭେଟେରାନ୍‌ ଓକ୍‌ରାମ ଇବୋବି ସିଂ ଆଗାମୀ ନିର୍ବାଚନରେ ଏହାର ପ୍ରତିଶୋଧ ନେବା ପାଇଁ ଗୋଟି ଚଳାଇବା ଆରମ୍ଭ କରିଦେଇଛନ୍ତି। ଇତିମଧ୍ୟରେ ସୁରଟ ମହାନଗର ନିଗମ ନିର୍ବାଚନରେ ୧୨୦ ଆସନରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୨୭ଟିରେ ବିଜୟୀ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଦୁଇଥର ଗୁଜରାଟ ଗସ୍ତ କଲେଣି। ଆଗାମୀ ବିଧାନସଭା ନିର୍ବାଚନରେ ଗୁଜରାଟର ସମସ୍ତ ୧୮୨ ଆସନରେ ଏଏପି ପ୍ରାର୍ଥୀ ଦେବ ବୋଲି ସୋମବାର କେଜ୍‌ରିୱାଲ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ସମସ୍ତ ରାଜ୍ୟରେ ଏଏପି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କେଜ୍‌ରିୱାଲ ସଙ୍କେତ ଦେଇଥିଲେ। ହିମାଚଳ ପ୍ରଦେଶରେ ୨୦୨୨ ଅକ୍ଟୋବର ଓ ଗୁଜରାଟରେ ଡିସେମ୍ବର ଆଡ଼କୁ ଭୋଟ ହେବ। ସେହିପରି ୨୦୨୨ ଜୁଲାଇରେ ରାଷ୍ଟ୍ରପତି ଓ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଏସବୁ ଦୃଷ୍ଟିରୁ ରାଜ୍ୟଗୁଡ଼ିକର ଭାଜପା ଏମ୍‌ପିଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବା ଲାଗି ମୋଦି ସରକାର ବିଚାର କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri