ପୂର୍ବ ଭୋଟ ଦେଖି ଭାଜପାରେ ଅଧିକ ଆଶାୟୀ

ଜଗତ୍‌ସିଂହପୁର, ୫ା୩(ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୨୦୦୯, ୨୦୧୪ ଓ ୨୦୧୯ରେ ବିଜୟଲାଭ କରିଥିଲେ। ଭାଜପା ଆସନ୍ତା ନିର୍ବାଚନରେ ଏଠାରେ ଉତ୍ତମ ପ୍ରଦର୍ଶନ କରିବ ବୋଲି ଅଣ୍ଟାଭିଡ଼ିଛି। ତୁଳନାତ୍ମକ ଭାବେ ଗତ ସାଧାରଣ ଓ ପଞ୍ଚାୟତ ନିର୍ବାଚନ ବେଳେ ଭାଜପାର ଭୋଟ ପ୍ରତିଶତ ବୃଦ୍ଧି ପାଇଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି।
ନିର୍ବାଚନ ଭାଜପା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା। ଏହି ସମୟରେ ଦେଶରେ ଭାଜପାର ଲହର ଥିଲା। ବରିଷ୍ଠ ବିଜେଡି ନେତା ଡ. ଦାମୋଦର ରାଉତ ସେତେବେଳେ ଭାଜପାରେ ମିଶି ଏହି ଆସନରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ରାଜନୈତିକ ବିଚକ୍ଷଣତା ଦେଖାଇ ସେ ବିଜେଡିର ସିଂହଭାଗ ଭୋଟରଙ୍କୁ ପ୍ରଭାବିତ କରି ବିଜୟୀ ହେବେ ବୋଲି କୁହାଯାଇଥିଲା। କିନ୍ତୁ ସେଭଳି କିଛି ହେଲା ନାହିଁ। ଜିତିବା ତ ଦୂରର କଥା ସେ ଦ୍ୱିତୀୟ ସ୍ଥାନରେ ରହିପାରି ନ ଥିଲେ। କିନ୍ତୁ ଭାଜପା ଲାଭବାନ ହୋଇଥିଲା। ୨୦୦୯ରେ ଏହି ଦଳ ସପକ୍ଷରେ ମାତ୍ର ୩.୭୮% ଓ ୨୦୧୪ରେ ୨.୦୫% ଭୋଟ ଯାଇଥିବାବେଳେ ୨୦୧୯ରେ ୧୯.୫% ଅର୍ଥାତ୍‌ ୩୭,୬୧୧ ଖଣ୍ଡ ମିଳିଥିଲା। ଗତ ନିର୍ବାଚନରେ ବିଜେଡି ୫୩.୮୩% ଓ କଂଗ୍ରେସ ପ୍ରାର୍ଥୀ ୨୫.୫୩% ଭୋଟ ପାଇଥିଲେ। ସେଇଠୁ ସମୀକରଣ ବଦଳିବା ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଡ. ରାଉତ ଭାଜପା ଛାଡ଼ିଦେଇଥିଲେ ସୁଦ୍ଧା ଏହି ଦଳ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ବରଂ ୨୦୨୨ ଜିଲା ପରିଷଦ ନିର୍ବାଚନ ସମୟରେ ଭାଜପା ସପକ୍ଷରେ ଅଧିକ ଭୋଟ ପଡ଼ିଥିଲା। ତା’ପରଠାରୁ ଭାଜପା ସପକ୍ଷରେ ଜନମତ ବଢୁଥିବା ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଯୁକ୍ତି କରାଯାଉଛି। ସମ୍ଭବତଃ ସେଥିପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ଦେଉଛନ୍ତି। ତେବେ ଏହି ଭୋଟ ବ୍ୟାଙ୍କ ବଢ଼ିବା ପଛରେ କ୍ଷୀରୋଦ ଚନ୍ଦ୍ର ପରିଡ଼ାଙ୍କ ଭୂମିକା ଅଧିକ ଥିବା ସେତେବେଳେ ଆଲୋଚନା ହୋଇଥିଲା। ପରିଡ଼ା ନିର୍ବାଚନମଣ୍ଡଳୀରେ ଅନ୍ୟତମ ସୁସଙ୍ଗଠକ ଭାବେ ଜଣାଶୁଣା। ତାଙ୍କ ପୃଷ୍ଠଭୂମି ଦେଖିଲେ ଜଣାଯାଏ ସେ ୧୯୮୦ରୁ ଆର୍‌ଏସ୍‌ଏସ୍‌ ଏବଂ ୧୯୮୨ରୁ ଏବିଭିପି ସହ ସଂଶ୍ଳିଷ୍ଟ। ୨୦୨୧ରୁ ସରକାରୀ ଚାକିରିରୁ ଅବସର ନେବା ପରେ ଭାଜପାରେ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ ସେ କାର୍ଯ୍ୟ କରି ଆସୁଛନ୍ତି। ଏଥିସହ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ପରିଚାଳନା ପାଇଁ ସଂଯୋଜକ ଦାୟିତ୍ୱରେ ଅଛନ୍ତି। ୨୦୨୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ପରିଡ଼ା କହିଛନ୍ତି।
ଦଳ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶିବବ୍ରତ ଦାସ ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି। ସେ ଗତ ନିର୍ବାଚନ ସମୟରେ କଂଗ୍ରେସ ଛାଡ଼ି ଭାଜପାରେ ମିଶିଥିଲେ। ପୂର୍ବରୁ କଂଗ୍ରେସ ଜିଲା ପରିଷଦ ସଭ୍ୟ ଥିଲେ। ବାଲିକୁଦା ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି। ଭାଜପା ସ୍ବତନ୍ତ୍ର ନିମନ୍ତ୍ରିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତିଙ୍କ ନାମ ମଧ୍ୟ ଆଲୋଚନାକୁ ଆସିଛି। ସେ ୨୦୧୯ ନିର୍ବାଚନ ସମୟରେ ଭାଜପାରେ ସାମିଲ ହୋଇଥିଲେ। ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ପରିଡ଼ା ଦଳୀୟ ଟିକେଟ ଦୌଡ଼ରେ ଅଛନ୍ତି। ଅନୁରୂପ ଭାବେ ହରିୟାଣାରେ ରହୁଥିବା ସତ୍ୟ ସାରଥି ମହାନ୍ତି ୨/୩ ମାସ ପୂର୍ବରୁ ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ ଭାଜପା ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରୁଛନ୍ତି। ସେ ଏଥର ପ୍ରାର୍ଥୀ ହେବା ପାଇଁ ଆଶାୟୀ। କିନ୍ତୁ ସେ କେତୋଟି ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି। ଗତ ଜାନୁଆରୀ ୨୯ରେ ଏରସମାରେ ତାଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ କରାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ତାହା ହଠାତ୍‌ ବାତିଲ ହେବା ଭିନ୍ନ ବାର୍ତ୍ତା ଦେଇଛି। ପୁଣି ମାର୍ଚ୍ଚ ୩ରେ ଏହି ପର୍ବ ଏରସମା ନୁହେଁ, ବାଲିକୁଦାରେ ଅନୁଷ୍ଠିତ ହୋଇଥିଲେ ହେଁ ରାଜ୍ୟ ସଭାପତି ମନମୋହନ ସାମଲ ସେଠାକୁ ନ ଆସିବା ଦଳ କାହା ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଉଛି ତାହା ଦେଖିବାରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri