ପୂର୍ବ ଭୋଟ ଦେଖି ଭାଜପାରେ ଅଧିକ ଆଶାୟୀ

ଜଗତ୍‌ସିଂହପୁର, ୫ା୩(ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୨୦୦୯, ୨୦୧୪ ଓ ୨୦୧୯ରେ ବିଜୟଲାଭ କରିଥିଲେ। ଭାଜପା ଆସନ୍ତା ନିର୍ବାଚନରେ ଏଠାରେ ଉତ୍ତମ ପ୍ରଦର୍ଶନ କରିବ ବୋଲି ଅଣ୍ଟାଭିଡ଼ିଛି। ତୁଳନାତ୍ମକ ଭାବେ ଗତ ସାଧାରଣ ଓ ପଞ୍ଚାୟତ ନିର୍ବାଚନ ବେଳେ ଭାଜପାର ଭୋଟ ପ୍ରତିଶତ ବୃଦ୍ଧି ପାଇଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି।
ନିର୍ବାଚନ ଭାଜପା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା। ଏହି ସମୟରେ ଦେଶରେ ଭାଜପାର ଲହର ଥିଲା। ବରିଷ୍ଠ ବିଜେଡି ନେତା ଡ. ଦାମୋଦର ରାଉତ ସେତେବେଳେ ଭାଜପାରେ ମିଶି ଏହି ଆସନରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ରାଜନୈତିକ ବିଚକ୍ଷଣତା ଦେଖାଇ ସେ ବିଜେଡିର ସିଂହଭାଗ ଭୋଟରଙ୍କୁ ପ୍ରଭାବିତ କରି ବିଜୟୀ ହେବେ ବୋଲି କୁହାଯାଇଥିଲା। କିନ୍ତୁ ସେଭଳି କିଛି ହେଲା ନାହିଁ। ଜିତିବା ତ ଦୂରର କଥା ସେ ଦ୍ୱିତୀୟ ସ୍ଥାନରେ ରହିପାରି ନ ଥିଲେ। କିନ୍ତୁ ଭାଜପା ଲାଭବାନ ହୋଇଥିଲା। ୨୦୦୯ରେ ଏହି ଦଳ ସପକ୍ଷରେ ମାତ୍ର ୩.୭୮% ଓ ୨୦୧୪ରେ ୨.୦୫% ଭୋଟ ଯାଇଥିବାବେଳେ ୨୦୧୯ରେ ୧୯.୫% ଅର୍ଥାତ୍‌ ୩୭,୬୧୧ ଖଣ୍ଡ ମିଳିଥିଲା। ଗତ ନିର୍ବାଚନରେ ବିଜେଡି ୫୩.୮୩% ଓ କଂଗ୍ରେସ ପ୍ରାର୍ଥୀ ୨୫.୫୩% ଭୋଟ ପାଇଥିଲେ। ସେଇଠୁ ସମୀକରଣ ବଦଳିବା ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଡ. ରାଉତ ଭାଜପା ଛାଡ଼ିଦେଇଥିଲେ ସୁଦ୍ଧା ଏହି ଦଳ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ବରଂ ୨୦୨୨ ଜିଲା ପରିଷଦ ନିର୍ବାଚନ ସମୟରେ ଭାଜପା ସପକ୍ଷରେ ଅଧିକ ଭୋଟ ପଡ଼ିଥିଲା। ତା’ପରଠାରୁ ଭାଜପା ସପକ୍ଷରେ ଜନମତ ବଢୁଥିବା ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଯୁକ୍ତି କରାଯାଉଛି। ସମ୍ଭବତଃ ସେଥିପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ଦେଉଛନ୍ତି। ତେବେ ଏହି ଭୋଟ ବ୍ୟାଙ୍କ ବଢ଼ିବା ପଛରେ କ୍ଷୀରୋଦ ଚନ୍ଦ୍ର ପରିଡ଼ାଙ୍କ ଭୂମିକା ଅଧିକ ଥିବା ସେତେବେଳେ ଆଲୋଚନା ହୋଇଥିଲା। ପରିଡ଼ା ନିର୍ବାଚନମଣ୍ଡଳୀରେ ଅନ୍ୟତମ ସୁସଙ୍ଗଠକ ଭାବେ ଜଣାଶୁଣା। ତାଙ୍କ ପୃଷ୍ଠଭୂମି ଦେଖିଲେ ଜଣାଯାଏ ସେ ୧୯୮୦ରୁ ଆର୍‌ଏସ୍‌ଏସ୍‌ ଏବଂ ୧୯୮୨ରୁ ଏବିଭିପି ସହ ସଂଶ୍ଳିଷ୍ଟ। ୨୦୨୧ରୁ ସରକାରୀ ଚାକିରିରୁ ଅବସର ନେବା ପରେ ଭାଜପାରେ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ ସେ କାର୍ଯ୍ୟ କରି ଆସୁଛନ୍ତି। ଏଥିସହ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ପରିଚାଳନା ପାଇଁ ସଂଯୋଜକ ଦାୟିତ୍ୱରେ ଅଛନ୍ତି। ୨୦୨୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ପରିଡ଼ା କହିଛନ୍ତି।
ଦଳ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶିବବ୍ରତ ଦାସ ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି। ସେ ଗତ ନିର୍ବାଚନ ସମୟରେ କଂଗ୍ରେସ ଛାଡ଼ି ଭାଜପାରେ ମିଶିଥିଲେ। ପୂର୍ବରୁ କଂଗ୍ରେସ ଜିଲା ପରିଷଦ ସଭ୍ୟ ଥିଲେ। ବାଲିକୁଦା ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି। ଭାଜପା ସ୍ବତନ୍ତ୍ର ନିମନ୍ତ୍ରିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତିଙ୍କ ନାମ ମଧ୍ୟ ଆଲୋଚନାକୁ ଆସିଛି। ସେ ୨୦୧୯ ନିର୍ବାଚନ ସମୟରେ ଭାଜପାରେ ସାମିଲ ହୋଇଥିଲେ। ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ପରିଡ଼ା ଦଳୀୟ ଟିକେଟ ଦୌଡ଼ରେ ଅଛନ୍ତି। ଅନୁରୂପ ଭାବେ ହରିୟାଣାରେ ରହୁଥିବା ସତ୍ୟ ସାରଥି ମହାନ୍ତି ୨/୩ ମାସ ପୂର୍ବରୁ ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ ଭାଜପା ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରୁଛନ୍ତି। ସେ ଏଥର ପ୍ରାର୍ଥୀ ହେବା ପାଇଁ ଆଶାୟୀ। କିନ୍ତୁ ସେ କେତୋଟି ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି। ଗତ ଜାନୁଆରୀ ୨୯ରେ ଏରସମାରେ ତାଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ କରାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ତାହା ହଠାତ୍‌ ବାତିଲ ହେବା ଭିନ୍ନ ବାର୍ତ୍ତା ଦେଇଛି। ପୁଣି ମାର୍ଚ୍ଚ ୩ରେ ଏହି ପର୍ବ ଏରସମା ନୁହେଁ, ବାଲିକୁଦାରେ ଅନୁଷ୍ଠିତ ହୋଇଥିଲେ ହେଁ ରାଜ୍ୟ ସଭାପତି ମନମୋହନ ସାମଲ ସେଠାକୁ ନ ଆସିବା ଦଳ କାହା ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଉଛି ତାହା ଦେଖିବାରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri