ଷ୍ଟାଇଲିଶ୍‌ ସହ ନିଆରା ଲୁକ୍‌

ଲୁକ୍‌କୁ ଗ୍ଲାମର୍ସ ଟଚ୍‌ ଦେବାରେ ସ୍କାର୍ଫର ରହିଥାଏ ବିଶେଷ ଭୂମିକା। ପ୍ଲେନ୍‌ ଡ୍ରେସ୍‌ରେ ଲୁକ୍‌ ଫିକାଫିକା ଲାଗିଲେ ସ୍କାର୍ଫ ବ୍ୟବହାର କରି ଏହାକୁ ଆକର୍ଷଣୀୟ କରିହୁଏ। ସେଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସ୍କାର୍ଫ ପ୍ରତି ଥାଏ ଦୁର୍ବଳତା, ଯାହାକୁ ଲକ୍ଷ୍ୟ କରି ବଜାରରେ ସୁନ୍ଦର ସୁନ୍ଦର ଡିଜାଇନ୍‌ର ସ୍କାର୍ଫ ମିଳିଥାଏ। ହେଲେ ଏଠାରେ ଏମିତି କିଛି ନିଆରା ସ୍କାର୍ଫ ବିଷୟରେ ଉଲ୍ଲେଖ କରାଯାଉଛି, ଯାହାର ଡିଜାଇନ୍‌ ଦେଖିବାକୁ ବେଶ୍‌ ଅଜବ ଲାଗିଥାଏ…
*ପିଜା ସ୍କାର୍ଫ: ପିଜାର ଏକ ଟୁକୁଡ଼ା ସଦୃଶ ଦେଖାଯାଉଥିବା ଡିଜାଇନ୍‌ରେ ତିଆରି ହୋଇଥାଏ ଏହି ସ୍କାର୍ଫଟି। ଭିନ୍ନ ଲୁକ୍‌ ପାଇବାକୁ ଇଚ୍ଛୁକ ଥିବା ଯୁବତୀଙ୍କ ପାଇଁ ଏହି ସ୍କାର୍ଫ ଏକ ଭଲ ଅପ୍ସନ ହୋଇପାରେ। ତା’ଛଡ଼ା ଉଲ୍‌ରେ ତିଆରି ହୋଇଥିବାରୁ ଏହାକୁ ବ୍ୟବହାର କଲେ ଶରୀରକୁ ବେଶ୍‌ ଉଷ୍ମତା ମିଳିଥାଏ।
*ରେନ୍‌ବୋ ସ୍କାର୍ଫ: ରେନ୍‌ବୋ ବା ଇନ୍ଦ୍ରଧନୁର ଡିଜାଇନ୍‌ ହୋଇଥିବା ଏହି ସ୍କାର୍ଫଟି ଦେଖିବାକୁ ଯେମିତି ଆକର୍ଷଣୀୟ, ବ୍ୟବହାର କଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଖାସ୍‌ କରି ଟି-ଶାର୍ଟ ଉପରେ ଏହି ଡିଜାଇନ୍‌ର ସ୍କାର୍ଫ ପକାଇଲେ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।
*ଆନିମଲ୍‌ ସ୍କାର୍ଫ: ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ମୁହଁର ଡିଜାଇନ୍‌ ହୋଇଥିବା ସ୍କାର୍ଫ ଏବେ ବିକ୍ରି ହେଉଛି। ଏହା ଦେଖିବାକୁ ଅଜବ ଲାଗୁଥିଲେ ବି ଉଲ୍‌ରେ ତିଆରି ହୋଇଥିବାରୁ ଦେହକୁ କୋମଳ ଲାଗିବା ସହ ଡିଫରେଣ୍ଟ ଲୁକ୍‌ ମିଳିପାରୁଛି। ଖାସ୍‌କରି କୁକୁଡ଼ା, ବିଲୁଆ, ପେଚା, ଠେକୁଆ ଆଦି ପ୍ରାଣୀଙ୍କ ମୁହଁ ଥିବା ଡିଜାଇନ୍‌ର ସ୍କାର୍ଫର ଚାହିଦା ଏବେ ବେଶ୍‌ ରହୁଛି।
*ପେପର୍‌ ସ୍କାର୍ଫ: କେବଳ ଉଲ୍‌ରେ ସ୍କାର୍ଫ ତିଆରି ହୋଇପାରିବ ତାହା ନୁହେଁ, ପେପର୍‌ ବା କାଗଜରେ ବି ସ୍କାର୍ଫ ତିଆରି କରି ବ୍ୟବହାର କରିହେବ; ଯଦ୍ଦ୍ବାରା ଦୁଇ ପ୍ରକାରର ସୁବିଧା ମିଳିପାରିବ। ପ୍ରଥମତଃ ଏହି ସ୍କାର୍ଫକୁ ବ୍ୟବହାର କରି ଉଷ୍ମତା ଓ ଷ୍ଟାଇଲିଶ୍‌ ଲୁକ୍‌ ପାଇହେବ, ଦ୍ୱିତୀୟରେ ଜରୁରୀ ପରିସ୍ଥିତିରେ ପାଖରେ କାଗଜ ନ ଥିଲେ ଏହି ସ୍କାର୍ଫ ଉପରେ ଲେଖିହେବ।
*ପକ୍ଷୀ ଡେଣାର ସ୍କାର୍ଫ: ଏହି ସ୍କାର୍ଫରେ ପକ୍ଷୀର ଡେଣା ସଦୃଶ ଡିଜାଇନ୍‌ ହୋଇଥିବାରୁ ଏହାକୁ ଦେହରେ ପକାଇଲେ ଲାଗିବ ସତେ କି ଆମ ପଛପଟେ ଡେଣା ଲାଗିଯାଇଛି। ଖାଲି ଉଡ଼ିବାକୁ ଯାହା ବାକି ଅଛି। କିନ୍ତୁ ପ୍ରକୃତରେ ତ ସେୟା ନୁହେଁ। ଏହା ଯେହେତୁ ଏକ ସ୍କାର୍ଫ ତେଣୁ ଶରୀରକୁ ଉଷ୍ମତା ଦେବା ସହ ଟିକେ ଡିଫରେଣ୍ଟ ଲୁକ୍‌ ପାଇବା ପାଇଁ ଏହାକୁ କେବଳ ବ୍ୟବହାର କରିହେବ।
*ଗିଟାର୍‌ ସ୍କାର୍ଫ: ଗିଟାର୍‌ ଡିଜାଇନ୍‌ର ଏହି ସ୍କାର୍ଫଟି ବି ଦେଖିବାକୁ ବେଶ୍‌ ନିଆରା ଲାଗିଥାଏ। କିନ୍ତୁ ଉଲ୍‌ରେ ତିଆରି ହୋଇଥିବାରୁ ଏହାକୁ ବ୍ୟବହାର କଲେ ଶରୀରକୁ ଭଲ ଉଷୁମ ମିଳିଥାଏ। ସେହିପରି ଜିନ୍ସ-ଟି ଶାର୍ଟ ସହ ଏହି ସ୍କାର୍ଫକୁ ବ୍ୟବହାର କଲେ ସ୍ମାର୍ଟ ଲୁକ୍‌ ମିଳେ।
ତେବେ କେବଳ ଏହି ସବୁ ଡିଜାଇନ୍‌ ନୁହେଁ, ପେନ୍‌ସିଲ୍‌, ଚାର୍ଜର, ଇଂଲିଶ ବର୍ଣ୍ଣମାଳାର ଏ ଟୁ ଜେଡ୍‌ ପର୍ଯ୍ୟନ୍ତ ଥିବା ଡିଜାଇନ୍‌ ତଥା ଷ୍ଟୋରି ଲେଖାହୋଇଥିବା ଡିଜାଇନ୍‌ରେ ବି ସ୍କାର୍ଫ ଏବେ ମିଳୁଛି; ଯାହା ଯୁବପିଢ଼ିଙ୍କୁ ଖୁବ୍‌ ପସନ୍ଦ ଆସିବା ସହ ବେଶ୍‌ ନିଆରା ବି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri