Odisha Elections 2024
Posted inଖେଳ

ବୋଲରଙ୍କ ଉପରେ ନଜର

ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ୧୩ଶ ସଂସ୍କରଣ ଗୁରୁବାର ଆରମ୍ଭ ହୋଇଛି। ବିସ୍ଫୋରକ ବ୍ୟାଟିଂ ସାଧାରଣତଃ କ୍ରିକେଟପ୍ରେମୀଙ୍କୁ ଆମୋଦିତ କରିଥାଏ। ମାତ୍ର ଏପରି କେତେକ ବୋଲର ଅଛନ୍ତି ଯେଉଁମାନେକି ମ୍ୟାଚର ଗତିପଥ ବଦଳାଇ ଦେବାର ଦକ୍ଷତା ରଖିଛନ୍ତି।

ଅଧିକାଂଶଙ୍କ ଧାରଣା ଥାଏ ଯେ ବ୍ୟାଟରମାନେ ମ୍ୟାଚ ଜିତାଇଥାନ୍ତି। କିନ୍ତୁ ବୋଲରଙ୍କ ସହାୟତାରେ ଟୁର୍ନାମେଣ୍ଟ ଜିତିହେବ। ଦିନିକିଆ ବିଶ୍ୱକପ୍‌ରେ ଭାଗ ନେଉଥିବା ସମସ୍ତ ୧୦ଦଳ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ରୋକିବା ଲାଗି ଶ୍ରେଷ୍ଠ ବୋଲରମାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତରେ ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିବେ ବୋଲି ଆଶା କରାଯାଉଛି। ଏହାଛଡ଼ା ସୁଇଂ ବୋଲରମାନେ ମଧ୍ୟ ଫାଇଦା ଉଠାଇପାରନ୍ତି। ଏଥର ବିଶ୍ୱକପ୍‌ରେ ୭ ବୋଲର ଅଛନ୍ତି, ଯେଉଁମାନଙ୍କର ଦଳ ପାଇଁ ଫରକ ଆଣିପାରିବାର ସାମର୍ଥ୍ୟ ରହିଛି।
ମିଚେଲ ଷ୍ଟାର୍କ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବିଧ୍ୱଂସକାରୀ ହ୍ବାଇଟ୍‌-ବଲ୍‌ ବୋଲର ହେଉଛନ୍ତି ମିଚେଲ ଷ୍ଟାର୍କ। ଏହି ବାମହାତୀ ଡେଙ୍ଗା ସିମ୍‌ ବୋଲର ଚମତ୍କାର ସୁଇଂ ଓ ୟର୍କର ବୋଲିଂରେ ବିପକ୍ଷ ଦଳର ବ୍ୟାଟରମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିପାରନ୍ତି। ଷ୍ଟାର୍କଙ୍କ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ କ୍ୟାାରିୟର ପ୍ରଭାବୀ ରହିଛି। ୨୦୧୫ରେ ତାଙ୍କର କେତୋଟି ଡେଲିଭରି ଖେଳିବା ଅସମ୍ଭବ ଥିଲା। ୨୦୧୯ ସଂସ୍କରଣରେ ସେ ସବୁଠାରୁ ଅଧିକ ଉଇକେଟ ହାସଲକାରୀ ବୋଲର ଥିଲେ। ୩୩ ବର୍ଷୀୟ ବୋଲର ଇଞ୍ଜୁରୀରୁ ଫେରିଛନ୍ତି। ମେଗା ଇଭେଣ୍ଟ ଲାଗି ସେ ଫିଟ୍‌ ମନେ ହେଉଛନ୍ତି। ନେଦରଲାଣ୍ଡ୍ସ ବିପକ୍ଷ ଓ୍ବାର୍ମଅପ୍‌ ଗେମ୍‌ରେ ସେ ଏକ ହ୍ୟାଟ୍ରିକ ଅର୍ଜନ କରିଛନ୍ତି।
ଯଶପ୍ରୀତ୍‌ ବୁମ୍‌ରା: ଭାରତର ଅନ୍ୟତମ ପ୍ରମୁଖ ପେସ୍‌ ବୋଲର ହେଲେ ଯଶପ୍ରୀତ ବୁମ୍‌ରା। ଅଜବ ଆକ୍ସନରେ ସେ ଇନ୍‌ସୁଇଂ, ଆଉଟ ସୁଇଂ, ଅଫ୍‌-କଟର, ଲେଗ୍‌ କଟର, ୟର୍କର ଓ ସିମ୍‌ ବୋଲିଂ କରିଥାନ୍ତି। ଗୁଜରାଟର ଏହି ବୋଲିଂ ଯାଦୁକର କେବଳ ନିୟମିତ ଉଇକେଟ ଅକ୍ତିଆର କରିପାରନ୍ତି ତାହା ନୁହେଁ ନୂଆ ବଲ୍‌ ଓ ଡେଥ୍‌ ଓଭରରେ ସେ ଟାଇଟ୍‌ ବୋଲିଂ ମଧ୍ୟ କରିଥାନ୍ତି।
କୁଲଦୀପ ଯାଦବ: ଏହି ବାମହାତୀ ରିଷ୍ଟ ସ୍ପିନର ବିଶ୍ୱକପ୍‌ରେ ଭାରତୀୟ ସ୍ଲୋ-ବଲ୍‌ ୟୁନିଟ୍‌ର ହେଉଛନ୍ତି ମୁଖ୍ୟ କର୍ଣ୍ଣଧାର। ଆଣ୍ଠୁ ଆଘାତଜନିତ ସମସ୍ୟାରୁ ମୁକୁଳିବା ପରେ ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ଜଣେ ଭିନ୍ନ ଧରଣର ଖେଳାଳି ପାଲଟି ଯାଇଛନ୍ତି। ଗତ ଏସିଆ କପ୍‌ରେ ଭାରତର ସଫଳତା ପଛରେ ତାଙ୍କର ବଡ଼ ଭୂମିକା ରହିଛି। କ୍ରମାଗତ ଦୁଇଟି ମ୍ୟାଚରେ ସେ ମ୍ୟାଚ ବିଜୟୀ ପ୍ରଦର୍ଶନ କରିଛନ୍ତି।
ମାର୍କ ଉଡ୍‌: ଇଂଲଣ୍ଡର ଏହି ପେସର ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ପରିଗଣିତ ହେଉଛନ୍ତି। ସେ ପ୍ରାୟ ଲାଇନ୍‌ ଲେନ୍ଥ୍‌ ରଖି ବୋଲିଂ କରିଥାନ୍ତି। ସେ କେତେ ସ୍ପିଡ୍‌ରେ ବଲ୍‌ ଡେଲିଭରି କରିବାକୁ ଯାଉଛନ୍ତି ବ୍ୟାଟରମାନେ ତାହା ଠଉରେଇ ପାରନ୍ତି ନାହିଁ। ପେସ୍‌ ଓ ଲକ୍ଷ୍ୟଭେଦୀ ବୋଲିଂ ତାଙ୍କୁ ଅଧିକ ବିପଜ୍ଜନକ କରିଥାଏ।
ଶାହିନ ଶାହା ଆଫ୍ରିଦି: ନସିମ ଶାହା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ୨୩ ବର୍ଷୀୟ ବୋଲର ଶାହିନ ଶାହା ଆଫ୍ରିଦିଙ୍କଠାରୁ ପାକିସ୍ତାନ ବଡ଼ ଆଶା ରଖିଛି। ସେ ଉଚ୍ଚତାରେ ଡେଙ୍ଗା ହୋଇଥିବା ବେଳେ ଫାଷ୍ଟ ବୋଲିଂ କରିବାର ସାମର୍ଥ୍ୟ ରଖିଛନ୍ତି। ନୂଆ ବଲ୍‌ରେ ଶାହିନ ପାକିସ୍ତାନର ଏକ ମୁଖ୍ୟ ଅସ୍ତ୍ର। ଟପ୍‌ ଅର୍ଡରରେ ବିପର୍ଯ୍ୟୟ ସୃଷ୍ଟି କରିବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି। ସେ ସ୍ପିଡ୍‌ ବୋଲିଂ କରିବା ସହ ବଲ୍‌ର ମୁଭମେଣ୍ଟ କରିପାରନ୍ତି। ଡେଥ୍‌ ଓଭରରେ ବୋଲିଂ କରିବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି।
କାଗିସୋ ରାବାଡା: କାଗିସେ ରାବାଡା ଦକ୍ଷିଣ ଆଫ୍ରିକା ବୋଲିଂ ଆକ୍ରମଣର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେ ପେସ୍‌ ଓ ବାଉନ୍ସ ସହ ନିୟନ୍ତ୍ରିତ ବୋଲିଂ କରିପାରନ୍ତି। ଏହାଛଡ଼ା ସୁଇଂ ବୋଲିଂର ସାମର୍ଥ୍ୟ ରଖିଛନ୍ତି। ଚମତ୍କାର ୟର୍କର ପକାଇ ସେ ବହୁ ଉଇକେଟ ଅକ୍ତିଆର କରିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ୭ ଉଇକେଟ ନେଇ ସେ ତାଙ୍କ ବର୍ତ୍ତମାନ ଫର୍ମର ପରିଚୟ ଦେଇଛନ୍ତି। ଭାରତୀୟ ଜଳବାୟୁ ସହିତ ପରିଚିତ ଥିବାରୁ ସେଥିରୁ ତାଙ୍କୁ ଫାଇଦା ମିଳିବ।
ଆଦିଲ ରଶିଦ: ଗତଥରର ଚାମ୍ପିୟନ ଇଂଲଣ୍ଡ ଦଳରେ ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦଙ୍କ ବିକଳ୍ପ କେହିନାହାନ୍ତି। ଲେଗ୍‌ ସ୍ପିନ ଓ ଗୁଗଲିର ମିଶ୍ରଣ ସହ ତାଙ୍କ ଅନନ୍ୟ ଷ୍ଟାଇଲର ବୋଲିଂ ବ୍ୟାଟରମାନଙ୍କୁ ଅଡୁଆରେ ପକାଇଥାଏ। ପାର୍ଟନରଶିପ୍‌ ଭାଙ୍ଗିବାର ସାମର୍ଥ୍ୟ ତାଙ୍କ ନିକଟରେ ଅଛି। ଭାରତୀୟ ଜଳବାୟୁରେ ରଶିଦଙ୍କୁ ଅନ୍ୟତମ ପ୍ରଭାବୀ ବୋଲର ବିବେଚନା କରାଯାଇଥାଏ। ବିଶ୍ୱକପ୍‌ ପାଇଁ ଇଂଲଣ୍ଡ ରଣନୀତିରେ ତାଙ୍କର ଭୂମିକା ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

ଲଜ୍ଜାଜନକ ରେକର୍ଡ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୧୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ ୨୦୨୪ର ୬୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୧୪ ରନ ସଂଗ୍ରହ...

ବକ୍ସର ପରବିନଙ୍କୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୧୮ା୫ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ମାସ ମଧ୍ୟରେ...

ଆଜି ଆର୍‌ସିବି-ସିଏସ୍‌କେ ମହାମୁକାବିଲା: ମ୍ୟାଚ ବାତିଲ ହେଲେ ଏହି ଦଳକୁ ଫାଇଦା

ବେଙ୍ଗାଲୁରୁ, ୧୮।୫ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଏଥିରେ ପରସ୍ପରର ମୁକାବିଲା କରିବେ ରୟାଲ ଚ୍ୟାଲେଞ୍ଜର୍ସ...

‘ଅବସର ନିଷ୍ପତ୍ତି ସ୍ବତଃପ୍ରବୃତ୍ତ ଥିଲା’

ନୂଆଦିଲ୍ଲୀ, ୧୮।୫ : ଖେଳିବା ସମୟରୁ ଭାରତୀୟ ଫୁଟ୍‌ବଲରେ ଲିଭିଂ ଲିଜେଣ୍ଡର ମାନ୍ୟତା ପାଉଥିବା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri