Posted inଖେଳ

ବୋଲରଙ୍କ ଉପରେ ନଜର

ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ୧୩ଶ ସଂସ୍କରଣ ଗୁରୁବାର ଆରମ୍ଭ ହୋଇଛି। ବିସ୍ଫୋରକ ବ୍ୟାଟିଂ ସାଧାରଣତଃ କ୍ରିକେଟପ୍ରେମୀଙ୍କୁ ଆମୋଦିତ କରିଥାଏ। ମାତ୍ର ଏପରି କେତେକ ବୋଲର ଅଛନ୍ତି ଯେଉଁମାନେକି ମ୍ୟାଚର ଗତିପଥ ବଦଳାଇ ଦେବାର ଦକ୍ଷତା ରଖିଛନ୍ତି।

ଅଧିକାଂଶଙ୍କ ଧାରଣା ଥାଏ ଯେ ବ୍ୟାଟରମାନେ ମ୍ୟାଚ ଜିତାଇଥାନ୍ତି। କିନ୍ତୁ ବୋଲରଙ୍କ ସହାୟତାରେ ଟୁର୍ନାମେଣ୍ଟ ଜିତିହେବ। ଦିନିକିଆ ବିଶ୍ୱକପ୍‌ରେ ଭାଗ ନେଉଥିବା ସମସ୍ତ ୧୦ଦଳ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ରୋକିବା ଲାଗି ଶ୍ରେଷ୍ଠ ବୋଲରମାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତରେ ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିବେ ବୋଲି ଆଶା କରାଯାଉଛି। ଏହାଛଡ଼ା ସୁଇଂ ବୋଲରମାନେ ମଧ୍ୟ ଫାଇଦା ଉଠାଇପାରନ୍ତି। ଏଥର ବିଶ୍ୱକପ୍‌ରେ ୭ ବୋଲର ଅଛନ୍ତି, ଯେଉଁମାନଙ୍କର ଦଳ ପାଇଁ ଫରକ ଆଣିପାରିବାର ସାମର୍ଥ୍ୟ ରହିଛି।
ମିଚେଲ ଷ୍ଟାର୍କ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବିଧ୍ୱଂସକାରୀ ହ୍ବାଇଟ୍‌-ବଲ୍‌ ବୋଲର ହେଉଛନ୍ତି ମିଚେଲ ଷ୍ଟାର୍କ। ଏହି ବାମହାତୀ ଡେଙ୍ଗା ସିମ୍‌ ବୋଲର ଚମତ୍କାର ସୁଇଂ ଓ ୟର୍କର ବୋଲିଂରେ ବିପକ୍ଷ ଦଳର ବ୍ୟାଟରମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିପାରନ୍ତି। ଷ୍ଟାର୍କଙ୍କ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ କ୍ୟାାରିୟର ପ୍ରଭାବୀ ରହିଛି। ୨୦୧୫ରେ ତାଙ୍କର କେତୋଟି ଡେଲିଭରି ଖେଳିବା ଅସମ୍ଭବ ଥିଲା। ୨୦୧୯ ସଂସ୍କରଣରେ ସେ ସବୁଠାରୁ ଅଧିକ ଉଇକେଟ ହାସଲକାରୀ ବୋଲର ଥିଲେ। ୩୩ ବର୍ଷୀୟ ବୋଲର ଇଞ୍ଜୁରୀରୁ ଫେରିଛନ୍ତି। ମେଗା ଇଭେଣ୍ଟ ଲାଗି ସେ ଫିଟ୍‌ ମନେ ହେଉଛନ୍ତି। ନେଦରଲାଣ୍ଡ୍ସ ବିପକ୍ଷ ଓ୍ବାର୍ମଅପ୍‌ ଗେମ୍‌ରେ ସେ ଏକ ହ୍ୟାଟ୍ରିକ ଅର୍ଜନ କରିଛନ୍ତି।
ଯଶପ୍ରୀତ୍‌ ବୁମ୍‌ରା: ଭାରତର ଅନ୍ୟତମ ପ୍ରମୁଖ ପେସ୍‌ ବୋଲର ହେଲେ ଯଶପ୍ରୀତ ବୁମ୍‌ରା। ଅଜବ ଆକ୍ସନରେ ସେ ଇନ୍‌ସୁଇଂ, ଆଉଟ ସୁଇଂ, ଅଫ୍‌-କଟର, ଲେଗ୍‌ କଟର, ୟର୍କର ଓ ସିମ୍‌ ବୋଲିଂ କରିଥାନ୍ତି। ଗୁଜରାଟର ଏହି ବୋଲିଂ ଯାଦୁକର କେବଳ ନିୟମିତ ଉଇକେଟ ଅକ୍ତିଆର କରିପାରନ୍ତି ତାହା ନୁହେଁ ନୂଆ ବଲ୍‌ ଓ ଡେଥ୍‌ ଓଭରରେ ସେ ଟାଇଟ୍‌ ବୋଲିଂ ମଧ୍ୟ କରିଥାନ୍ତି।
କୁଲଦୀପ ଯାଦବ: ଏହି ବାମହାତୀ ରିଷ୍ଟ ସ୍ପିନର ବିଶ୍ୱକପ୍‌ରେ ଭାରତୀୟ ସ୍ଲୋ-ବଲ୍‌ ୟୁନିଟ୍‌ର ହେଉଛନ୍ତି ମୁଖ୍ୟ କର୍ଣ୍ଣଧାର। ଆଣ୍ଠୁ ଆଘାତଜନିତ ସମସ୍ୟାରୁ ମୁକୁଳିବା ପରେ ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ଜଣେ ଭିନ୍ନ ଧରଣର ଖେଳାଳି ପାଲଟି ଯାଇଛନ୍ତି। ଗତ ଏସିଆ କପ୍‌ରେ ଭାରତର ସଫଳତା ପଛରେ ତାଙ୍କର ବଡ଼ ଭୂମିକା ରହିଛି। କ୍ରମାଗତ ଦୁଇଟି ମ୍ୟାଚରେ ସେ ମ୍ୟାଚ ବିଜୟୀ ପ୍ରଦର୍ଶନ କରିଛନ୍ତି।
ମାର୍କ ଉଡ୍‌: ଇଂଲଣ୍ଡର ଏହି ପେସର ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଭାବେ ପରିଗଣିତ ହେଉଛନ୍ତି। ସେ ପ୍ରାୟ ଲାଇନ୍‌ ଲେନ୍ଥ୍‌ ରଖି ବୋଲିଂ କରିଥାନ୍ତି। ସେ କେତେ ସ୍ପିଡ୍‌ରେ ବଲ୍‌ ଡେଲିଭରି କରିବାକୁ ଯାଉଛନ୍ତି ବ୍ୟାଟରମାନେ ତାହା ଠଉରେଇ ପାରନ୍ତି ନାହିଁ। ପେସ୍‌ ଓ ଲକ୍ଷ୍ୟଭେଦୀ ବୋଲିଂ ତାଙ୍କୁ ଅଧିକ ବିପଜ୍ଜନକ କରିଥାଏ।
ଶାହିନ ଶାହା ଆଫ୍ରିଦି: ନସିମ ଶାହା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ୨୩ ବର୍ଷୀୟ ବୋଲର ଶାହିନ ଶାହା ଆଫ୍ରିଦିଙ୍କଠାରୁ ପାକିସ୍ତାନ ବଡ଼ ଆଶା ରଖିଛି। ସେ ଉଚ୍ଚତାରେ ଡେଙ୍ଗା ହୋଇଥିବା ବେଳେ ଫାଷ୍ଟ ବୋଲିଂ କରିବାର ସାମର୍ଥ୍ୟ ରଖିଛନ୍ତି। ନୂଆ ବଲ୍‌ରେ ଶାହିନ ପାକିସ୍ତାନର ଏକ ମୁଖ୍ୟ ଅସ୍ତ୍ର। ଟପ୍‌ ଅର୍ଡରରେ ବିପର୍ଯ୍ୟୟ ସୃଷ୍ଟି କରିବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି। ସେ ସ୍ପିଡ୍‌ ବୋଲିଂ କରିବା ସହ ବଲ୍‌ର ମୁଭମେଣ୍ଟ କରିପାରନ୍ତି। ଡେଥ୍‌ ଓଭରରେ ବୋଲିଂ କରିବାର ସାମର୍ଥ୍ୟ ତାଙ୍କ ନିକଟରେ ରହିଛି।
କାଗିସୋ ରାବାଡା: କାଗିସେ ରାବାଡା ଦକ୍ଷିଣ ଆଫ୍ରିକା ବୋଲିଂ ଆକ୍ରମଣର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେ ପେସ୍‌ ଓ ବାଉନ୍ସ ସହ ନିୟନ୍ତ୍ରିତ ବୋଲିଂ କରିପାରନ୍ତି। ଏହାଛଡ଼ା ସୁଇଂ ବୋଲିଂର ସାମର୍ଥ୍ୟ ରଖିଛନ୍ତି। ଚମତ୍କାର ୟର୍କର ପକାଇ ସେ ବହୁ ଉଇକେଟ ଅକ୍ତିଆର କରିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ୭ ଉଇକେଟ ନେଇ ସେ ତାଙ୍କ ବର୍ତ୍ତମାନ ଫର୍ମର ପରିଚୟ ଦେଇଛନ୍ତି। ଭାରତୀୟ ଜଳବାୟୁ ସହିତ ପରିଚିତ ଥିବାରୁ ସେଥିରୁ ତାଙ୍କୁ ଫାଇଦା ମିଳିବ।
ଆଦିଲ ରଶିଦ: ଗତଥରର ଚାମ୍ପିୟନ ଇଂଲଣ୍ଡ ଦଳରେ ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦଙ୍କ ବିକଳ୍ପ କେହିନାହାନ୍ତି। ଲେଗ୍‌ ସ୍ପିନ ଓ ଗୁଗଲିର ମିଶ୍ରଣ ସହ ତାଙ୍କ ଅନନ୍ୟ ଷ୍ଟାଇଲର ବୋଲିଂ ବ୍ୟାଟରମାନଙ୍କୁ ଅଡୁଆରେ ପକାଇଥାଏ। ପାର୍ଟନରଶିପ୍‌ ଭାଙ୍ଗିବାର ସାମର୍ଥ୍ୟ ତାଙ୍କ ନିକଟରେ ଅଛି। ଭାରତୀୟ ଜଳବାୟୁରେ ରଶିଦଙ୍କୁ ଅନ୍ୟତମ ପ୍ରଭାବୀ ବୋଲର ବିବେଚନା କରାଯାଇଥାଏ। ବିଶ୍ୱକପ୍‌ ପାଇଁ ଇଂଲଣ୍ଡ ରଣନୀତିରେ ତାଙ୍କର ଭୂମିକା ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri