Posted inଜାତୀୟ

ଦୀର୍ଘତମ ହାଇଓ୍ବେ ଟନେଲ ଲୋକାର୍ପିତ: ସେନାର ବୃଦ୍ଧି ପାଇବ ଶକ୍ତି, ଚାଇନାକୁ ଘାରିଲା ଚିନ୍ତା

ରୋହତଙ୍ଗ, ୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ପୃଥିବୀର ଦୀର୍ଘତମ ହାଇଓ୍ବେ ଟନେଲ ଅଟଳ ଟନେଲର ଲୋକାର୍ପଣ ଶନିବାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ଏହାକୁ ଅଟଳ ରୋହତଙ୍ଗ ଟନେଲ ଭାବେ ନାମକରଣ କରାଯାଇଛି। ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଟନେଲ ଦ୍ୱାରା ଏଲ୍‌ଏସିରେ ଭାରତୀୟ ସେନାଙ୍କ ଶକ୍ତିି ଯଥେଷ୍ଟ ବୃଦ୍ଧି ପାଇବ। ଲଦାଖରେ ମୁତୟନ ଥିବା ଯବାନଙ୍କ ପାଖରେ ଏହି ଟନେଲ ଦେଇ ଆବଶ୍ୟକ ସାମରିକ ସରଞ୍ଜାମ ଏବଂ ଖାଦ୍ୟ ପଦାର୍ଥ ସହଜରେ ଏବଂ ଶୀଘ୍ର ପହଞ୍ଚି ପାରିବ। ଏହି ଟନେଲ ନେଇ ଚାଇନାକୁ ଚିନ୍ତା ଘାରିଛି। ପୂର୍ବ ଲଦାଖରେ ଚାଇନା ସୈନ୍ୟ ତୁଳନାରେ ଭାରତୀୟ ସେନା ଅଧିକ ଶକ୍ତିଶାଳୀ ସାବ୍ୟସ୍ତ୍ୟ ହେବ ବୋଲି କୁହାଯାଉଛି। ସମୁଦ୍ର ପତ୍ତନଠାରୁ ୧୦ ହଜାର ୧୭୧ ଫୁଟ ଉଚ୍ଚରେ ୯.୦୨ କିଲୋମିଟର ଲମ୍ବ ଏହି ଟନେଲ ଲଦାଖକୁ ଦେଶର ଅନ୍ୟ ଅଞ୍ଚଳ ସହିତ ବର୍ଷ ସାରା ଯୋଡ଼ିବାକୁ ସକ୍ଷମ ହେବ। ପୂର୍ବରୁ ଶୀତଦିନେ ବରଫାପାତଯୋଗୁ ଲାହୋଲ ସ୍ଫିତି ଘାଟି ମଧ୍ୟରେ ବର୍ଷରେ ୬ ମାସ ଯୋଗାଯୋଗ ସମ୍ଭବ ହୋଇ ପାରୁ ନ ଥିଲା। ତେବେ ଅଟଳ ଟନେଲ ଦ୍ୱାରା ଏହି ସମସ୍ୟା ଏବେ ଦୂର ହୋଇ ପାରିବ। ଏହି ଟନେଲ୍‌ ଦ୍ୱାରା ମନାଲିଠାରୁ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର କମିଯିବ। ଏହା ସହିତ ସମୟ ମଧ୍ୟ ୪ରୁ୫ ଘଣ୍ଟା କମିଯିବ। ଟନେଲର ନିର୍ମାଣ କାର୍ଯ୍ୟ ୧୦ ବର୍ଷ ତଳେ ୨୦୧୦ ଜୁନ୍‌ ୨୮ରେ ଆରମ୍ଭ ହୋଇଥିଲା। ଟନେଲରେ ଯେକୌଣସି ଯାନ ସର୍ବାଧିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଏକା ସାଙ୍ଗରେ ଟନେଲରେ ୩ ହଜାର କାର୍‌ ଏବଂ ୧୫୦୦ ଟ୍ରକ୍‌ ଯିବା ଆସିବା କରିପାରିବେ। ଏହି ଟନେଲ ନିର୍ମାଣରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri