ଧର୍ମଶାଳା,୨୨।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଭୟପୁର ପ୍ରାଥମିକ କୃଷି ସମବାୟ ସମିତିଠାରେ ସୋମବାର ସାର ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ରବିବାର ଛୁଟି ଥିବାବେଳେ ସୋମବାର ସକାଳୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି। ଲୋକେ ଭିଡ ଲଗାଇ ଅପେକ୍ଷା କରି ରହିଥିଲେ। ତେଣୁ ପାଖାପାଖି ୧୦ଟା ବେଳକୁ ପ୍ରବଳ ଭିଡ଼ ଦେଖୁବାକୁ ମିଳିଥିଲା। କାଏମାଠାରୁ ଜାରକାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଆସିଥିବା ବ୍ୟକ୍ତି ମାନେ ସାଇକେଲ ମୋଟର ସାଇକେଲ ରଖିବା ଫଳରେ ରାସ୍ତା ଜାମ ଥିବା ମଧ୍ୟ ଦେଖିବାକୁ ମିଳିଥିଲା।


