ଆହାର କେନ୍ଦ୍ର ଆଗରେ ଲମ୍ବା ଧାଡି

କଟକ,୨୦।୬(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ଯୋଜନାରେ ସୀମିତ ରହିଛି ଦ୍ୱିତୀୟ ଆହାର କେନ୍ଦ୍ର। ମେଡିକାଲ ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଖାଦ୍ୟର ଚାହିଦା ପୂରଣ କରିପାରୁନାହିଁ। ଫଳରେ ଲମ୍ବା ଧାଡ଼ିରେ ସେମାନେ ଉକ୍ତ ଆହାର କେନ୍ଦ୍ର ସମ୍ମୁଖରେ ପୂର୍ବାହ୍ନ ଓ ରାତିରେ ପ୍ରାୟ ୨ ଘଣ୍ଟା ଧରି ଛିଡାହେବାକୁ ପଡୁଛି। ଅସହ୍ୟ ତାତି ଓ ଗୁଳୁଗୁଳିରେ ସେମାନେ ଦୀର୍ଘ ସମୟ ଛିଡା ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ଅନେକ ରୋଗୀ ସମ୍ପର୍କୀୟ ଆହାର କେନ୍ଦ୍ରରେ ଖାଦ୍ୟ ନ ପାଇ ନିରାଶ ହୋଇ ଫେରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲ ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ମେଡିକାଲ ପରିସରରେ ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ମେଡିକାଲର ରାଣୀହାଟ ପାର୍ଶ୍ୱରେ ଜାଗା ଚିହ୍ନଟ କରାଯାଇଛି। ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା। ଏପରି କି ଆହାର କେନ୍ଦ୍ର ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଦ୍ୱିତୀୟ ଆହାର କେନ୍ଦ୍ରରେ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ମହଜୁଦ ରହିବ। ହେଲେ ଇତିମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାହା କେବଳ ଯୋଜନାରେ ସୀମିତ ହୋଇ ରହିଯାଇଛି। ଫଳରେ ଏସ୍‌ସିବି ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ଉପରେ ଶତାଧିକ ରୋଗୀ, ସମ୍ପର୍କୀୟଙ୍କୁ ନିର୍ଭର କରିବାକୁ ପଡୁଛି। ପୂର୍ବରୁ ଉକ୍ତ ଆହାର କେନ୍ଦ୍ରକୁ ଦିନବେଳା ୧୩୦୦ ଓ ରାତିରେ ୮୦୦ ଲୋକଙ୍କ ପାଇଁ ଖାଦ୍ୟ ଆସୁଥିଲାବେଳେ ଏବେ ଦିନବେଳା ୧୫୦୦ ଓ ରାତିବେଳା ୧୨୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଦିନକୁ ଦିନ ମେଡିକାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆହାର କେନ୍ଦ୍ର ଖାଦ୍ୟର ଆବଶ୍ୟକତା ପୂରଣ କରିପାରୁନାହିଁ। ଆହାର କେନ୍ଦ୍ରରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଭଦ୍ରକ ଅଞ୍ଚଳର ଶିବ ଦେହୁରୀ କହିଛନ୍ତି, ପୁଅର ଚିକିତ୍ସା ପାଇଁ ମେଡିକାଲକୁ ୬ ଦିନ ହେବ ଆସିଛି। ହେଲେ ଏଠାରେ ଥିବା ଆହାର କେନ୍ଦ୍ରରେ ମଧ୍ୟାହ୍ନଭୋଜନ ଏବଂ ରାତ୍ରିଭୋଜନ ପାଇଁ ଛିଡ଼ା ହୋଇ ରହିବାକୁ ପଡୁଛି। ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ ପଡ଼ିବାରୁ ବିସ୍କୁଟ ଖାଇ ରହିବାକୁ ପଡୁଛି। ସେହିପରି କାଞ୍ଚନ ସ୍ବାଇଁ କହିଛନ୍ତି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ମୋ ଭଉଣୀ ଚିକିତ୍ସିତ ହେଉଛନ୍ତି। ଏଠାରେ ଥିବା ଆହାର କେନ୍ଦ୍ରରେ ଖାଇବା ପାଇଁ ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡୁଛି। ଏପରି କି ଆଗୁଆ ଆସି ଧାଡିରେ ଛିଡା ନ ହେଲେ ଖାଦ୍ୟ ସରିଯାଉଛି।
ଏନେଇ ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଆହାର କେନ୍ଦ୍ରରେ ମିଲ୍‌ ସଂଖ୍ୟା ବଢାଯାଇଛି। ଯେପରି ରୋଗୀ ଓ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ଗୁରୁତ୍ୱ ଦିଆଯାଉଛି। ଦ୍ୱିତୀୟ ଆହାର କେନ୍ଦ୍ର ଯୋଜନାକୁ ସ୍ଥଗିତ ରଖାଯାଇଛି। ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ତାହା କାର୍ଯ୍ୟକାରୀ କରାଯିବ। ଚିହ୍ନଟ ହୋଇଥିବା ଜାଗାରେ ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌(ଓବିସିସି) ଅନୁମତି ଦେଇନାହିଁ। ଫଳରେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri