ଆହାର କେନ୍ଦ୍ର ଆଗରେ ଲମ୍ବା ଧାଡି

କଟକ,୨୦।୬(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ଯୋଜନାରେ ସୀମିତ ରହିଛି ଦ୍ୱିତୀୟ ଆହାର କେନ୍ଦ୍ର। ମେଡିକାଲ ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଖାଦ୍ୟର ଚାହିଦା ପୂରଣ କରିପାରୁନାହିଁ। ଫଳରେ ଲମ୍ବା ଧାଡ଼ିରେ ସେମାନେ ଉକ୍ତ ଆହାର କେନ୍ଦ୍ର ସମ୍ମୁଖରେ ପୂର୍ବାହ୍ନ ଓ ରାତିରେ ପ୍ରାୟ ୨ ଘଣ୍ଟା ଧରି ଛିଡାହେବାକୁ ପଡୁଛି। ଅସହ୍ୟ ତାତି ଓ ଗୁଳୁଗୁଳିରେ ସେମାନେ ଦୀର୍ଘ ସମୟ ଛିଡା ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ଅନେକ ରୋଗୀ ସମ୍ପର୍କୀୟ ଆହାର କେନ୍ଦ୍ରରେ ଖାଦ୍ୟ ନ ପାଇ ନିରାଶ ହୋଇ ଫେରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲ ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ମେଡିକାଲ ପରିସରରେ ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ମେଡିକାଲର ରାଣୀହାଟ ପାର୍ଶ୍ୱରେ ଜାଗା ଚିହ୍ନଟ କରାଯାଇଛି। ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା। ଏପରି କି ଆହାର କେନ୍ଦ୍ର ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଦ୍ୱିତୀୟ ଆହାର କେନ୍ଦ୍ରରେ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ମହଜୁଦ ରହିବ। ହେଲେ ଇତିମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାହା କେବଳ ଯୋଜନାରେ ସୀମିତ ହୋଇ ରହିଯାଇଛି। ଫଳରେ ଏସ୍‌ସିବି ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ଉପରେ ଶତାଧିକ ରୋଗୀ, ସମ୍ପର୍କୀୟଙ୍କୁ ନିର୍ଭର କରିବାକୁ ପଡୁଛି। ପୂର୍ବରୁ ଉକ୍ତ ଆହାର କେନ୍ଦ୍ରକୁ ଦିନବେଳା ୧୩୦୦ ଓ ରାତିରେ ୮୦୦ ଲୋକଙ୍କ ପାଇଁ ଖାଦ୍ୟ ଆସୁଥିଲାବେଳେ ଏବେ ଦିନବେଳା ୧୫୦୦ ଓ ରାତିବେଳା ୧୨୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଦିନକୁ ଦିନ ମେଡିକାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆହାର କେନ୍ଦ୍ର ଖାଦ୍ୟର ଆବଶ୍ୟକତା ପୂରଣ କରିପାରୁନାହିଁ। ଆହାର କେନ୍ଦ୍ରରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଭଦ୍ରକ ଅଞ୍ଚଳର ଶିବ ଦେହୁରୀ କହିଛନ୍ତି, ପୁଅର ଚିକିତ୍ସା ପାଇଁ ମେଡିକାଲକୁ ୬ ଦିନ ହେବ ଆସିଛି। ହେଲେ ଏଠାରେ ଥିବା ଆହାର କେନ୍ଦ୍ରରେ ମଧ୍ୟାହ୍ନଭୋଜନ ଏବଂ ରାତ୍ରିଭୋଜନ ପାଇଁ ଛିଡ଼ା ହୋଇ ରହିବାକୁ ପଡୁଛି। ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ ପଡ଼ିବାରୁ ବିସ୍କୁଟ ଖାଇ ରହିବାକୁ ପଡୁଛି। ସେହିପରି କାଞ୍ଚନ ସ୍ବାଇଁ କହିଛନ୍ତି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ମୋ ଭଉଣୀ ଚିକିତ୍ସିତ ହେଉଛନ୍ତି। ଏଠାରେ ଥିବା ଆହାର କେନ୍ଦ୍ରରେ ଖାଇବା ପାଇଁ ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡୁଛି। ଏପରି କି ଆଗୁଆ ଆସି ଧାଡିରେ ଛିଡା ନ ହେଲେ ଖାଦ୍ୟ ସରିଯାଉଛି।
ଏନେଇ ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଆହାର କେନ୍ଦ୍ରରେ ମିଲ୍‌ ସଂଖ୍ୟା ବଢାଯାଇଛି। ଯେପରି ରୋଗୀ ଓ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ଗୁରୁତ୍ୱ ଦିଆଯାଉଛି। ଦ୍ୱିତୀୟ ଆହାର କେନ୍ଦ୍ର ଯୋଜନାକୁ ସ୍ଥଗିତ ରଖାଯାଇଛି। ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ତାହା କାର୍ଯ୍ୟକାରୀ କରାଯିବ। ଚିହ୍ନଟ ହୋଇଥିବା ଜାଗାରେ ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌(ଓବିସିସି) ଅନୁମତି ଦେଇନାହିଁ। ଫଳରେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri