ଓଡ଼ିଶାରେ ସାଇବର ଠକେଇର ଲଣ୍ଡନ ଲିଙ୍କ୍‌

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଏବେ ବଡ଼ ବଡ଼ ସାଇବର ଠକେଇ ଘଟଣା ଘଟୁଛି। ସାଇବର ଠକମାନେ ବାହାର ରାଜ୍ୟ ଓ ଦେଶରେ ରହି ଅଭିନବ ଉପାୟରେ ଓଡ଼ିଶାର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବାବେଳେ ଏବେ ଆଉଏକ ବଡ଼ ଧରଣର ଠକେଇ ହୋଇଛି। ଜଣେ ବିଦେଶିନୀ ୧୫ କୋଟିର ଲୋଭ ଦେଖାଇ ୪୫ ଲକ୍ଷ ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି କଟକ ପୁରୀଘାଟରେ ରହୁଥିବା ମାନସ ରଞ୍ଜନ ମିଶ୍ରା। ଏନେଇ ସେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏହି ଠକେଇରେ ଲଣ୍ଡନ ଲିଙ୍କ୍‌ ରହିଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏଥିସହ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିବା ଭୁବନେଶ୍ୱରର ଏକ ହୋଟେଲରେ ଛାନ୍‌ଭିନ୍‌ କରିଛି କ୍ରାଇମବ୍ରାଞ୍ଚ।
ଅଭିଯୋଗ ଅନୁଯାୟୀ, ୨୦୧୭ ଜାନୁୟାରୀରେ ମାନସଙ୍କ ମେଲ୍‌କୁ ଲଣ୍ଡନରେ ରହୁଥିବା ଜଣେ ବିଦେଶିନୀ ଏଜିଲାବେଥ୍‌ ନାଁରେ ଏକ ମେଲ୍‌ କରିଥିଲେ। ସେଥିରେ ସେ ଓଡ଼ିଶାରେ ପାର୍ଟନରଶିପ୍‌ରେ ଏକ କମ୍ପାନୀ ଖୋଲିବାକୁ ଚାହୁଁଥିବା ଜଣାଇଥିଲେ। ହେଲେ ମାନସ ପାର୍ଟନରଶିପ୍‌ ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଏହାପରେ ବିଦେଶିନୀ ଜଣକ ଆଉଏକ ମେଲ୍‌ କରି କମ୍ପାନୀ ଖୋଲିବା ନେଇ ତାଙ୍କର  ସହାୟତା ଲୋଡ଼ିଥିଲେ ଓ ତାଙ୍କୁ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କହିଥିଲେ। ଏଥିସହ କମ୍ପାନୀର ସମସ୍ତ ଏଗ୍ରିମେଣ୍ଟ କାଗଜ ତାଙ୍କୁ ମେଲ୍‌ରେ ପଠାଇଥିଲେ। ଏହି ପ୍ରସ୍ତାବକୁ ପଢି ମାନସ ତାଙ୍କ ଜାଲରେ ଫସି ଯାଇଥିଲେ। ଖୁବ୍‌ଶୀଘ୍ର ଭାରତ ଆସିବେ
ବୋଲି ଏଲିଜାବେଥ୍‌ କହିଥିଲେ। ତେବେ ଏହାର କିଛିଦିନ ପରେ ସେ ଭାରତରେ ପହଞ୍ଚତ୍ଥିବା ଜଣାଇଥିଲେ। ତେବେ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ କଷ୍ଟମବିଭାଗ ଅଫିସରମାନେ ଅଟକାଇ ରଖିଥିବାର ମିଛ କାହାଣୀ ରଚିଥିଲେ। ତାଙ୍କ ନିକଟରେ ଗ୍ରେଟ୍‌ ବ୍ରିଟେନ୍‌ ପାଉଣ୍ଡ୍‌ ରହିଥିବାରୁ ସେ ମୁମ୍ବାଇ ଆସି ଜରିମାନା ବାବଦକୁ କିଛି ଗ୍ରେଟ୍‌ ବ୍ରିଟେନ୍‌ ପାଉଣ୍ଡ୍‌ କଷ୍ଟମ୍‌ସ ବିଭାଗରେ ଜମା କରିଛନ୍ତି। ପାଖରେ ଥିବା ବାକି ୧.୫ ମିଲିୟନ୍‌ ଗ୍ରେଟ ବ୍ରିଟେନ୍‌ ପାଉଣ୍ଡ(ପାଖାପାଖି ୧୫ କୋଟି)କୁ ସ୍ଥାନୀୟ ସିଆଇଟିଆଇ ବ୍ୟାଙ୍କ୍‌ରେ ଏଫ୍‌ଡି ଆକାରରେ ଜମା କରି ମାନସଙ୍କୁ ନୋମିନି ରଖିଥିବା ଜଣାଇଥିଲେ। ଏହାପରେ ବିଦେଶିନୀ ଜଣକ ସେଠାରୁ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଏକ ତାରକା ହୋଟେଲରେ ରହିଥିଲେ। ସେଠାରେ ମାନସଙ୍କ ସହ କମ୍ପାନୀ ପାଇଁ ଡିଲ୍‌ କରି ସମସ୍ତ କାଗଜପତ୍ରର ଦସ୍ତଖତ ନେଇ ସେ ଲଣ୍ଡନ ପଳାଇଥିଲେ। ଏହାର କିଛି ମାସ ପରେ ମାନସଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତିଜଣକ ମୁମ୍ବାଇ ସିଆଟିଆଇ ବ୍ୟାଙ୍କ୍‌ର କର୍ମଚାରୀ ପରିଚୟ ଦେଇ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ତେବେ ସେ ଜମା ରଖିଥିବା ୧୫ କୋଟି ଟଙ୍କାରେ ମାନସ ନୋମିନି ଥିବା ଜଣାଇଥିଲେ। ଉକ୍ତ ଟଙ୍କା ପାଇବା ପାଇଁ ୪୨.୩୨ ଲକ୍ଷ ଡିପୋଜିଟ୍‌ କରିବାକୁ ହେବ ଓ ଏଥିପାଇଁ ସେ କେତେକ ପରାମର୍ଶ ଦେଇଥିଲେ। ତାଙ୍କ କଥାରେ ବିଶ୍ୱାସ କରି ମାନସ ସେ ଦେଇଥିବା ବିଭିନ୍ନ ଆକାଉଣ୍ଟରେ ୪୨.୩୨ଲକ୍ଷ ଟଙ୍କା ଜମା କରିଥିଲେ। ଏହାପରେ ମାନସ ଉକ୍ତ ନମ୍ବରକୁ କଲ୍‌ କରିଥିଲେ ମଧ୍ୟ ତାହା ବନ୍ଦ ରହିଥିଲା। ଏଥିସହ ଏଲିଜାବେଥ୍‌ଙ୍କ ସହ କଥା ହୋଇଥିବା ସମସ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବିଦେଶିନୀ ଜଣକ ଦେଇଥିବା କମ୍ପାନୀ କାଗଜପତ୍ର ଯାଞ୍ଚ କରିବାରୁ ତାହା ଜାଲ ଥିବା ମାନସ ଜାଣିବାକୁ ପାଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri