Categories: ଖେଳ

ଲୋକେଶ ରାହୁଲ ଫିଟ୍‌

ମୁମ୍ବାଇ,୩।୨: ଆହତ ସମସ୍ୟା ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିପାରି ନ ଥିବା ଲୋକେଶ ରାହୁଲ ଏବେ ଫିଟ୍‌। ରିହାବିଲିଟେଶନ ଶେଷ ହୋଇଥିବାରୁ ସେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିବାକୁ ଉତ୍ସାହିତ ଅଛନ୍ତି। ୨୮ ବର୍ଷୀୟ ରାହୁଲ ଅଷ୍ଟ୍ରେଲିଆରେ ଦିନିକିଆ ଓ ଟି୨୦ ଖେଳିବା ପରେ ପ୍ରଥମ ଦୁଇ ଟେଷ୍ଟରେ ସୁଯୋଗ ପାଇ ନ ଥିଲେ। ତେବେ ମେଲବୋର୍ନ ଗ୍ରାଉଣ୍ଡରେ ନେଟ୍ସ ଅବସରରେ କଚଟିରେ ଆଘାତ ପାଇବାରୁ ପରବର୍ତ୍ତୀ ୨ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ।

Share