Posted inଜାତୀୟ

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ଏହାଛଡ଼ା ରାହୁଲ ୪୦୦୦ କିମି ପାଦରେ ଚାଲି ଦେଶର ଲୋକଙ୍କୁ ଭେଟିଥିଲେ, ଏପରିକି ତାଙ୍କ ଜୀବନରେ କ’ଣ ସମସ୍ୟା ରହିଛି ପଚାରି ବୁଝିଥିଲେ। ଅପରପକ୍ଷେ ରାଜା ମୋଦି ମହଲରେ ରୁହନ୍ତି। ସେ କିଭଳି କୃଷକ, ମହିଳାଙ୍କ ଅସୁବିଧା ବୁଝିପାରିବେ ବୋଲି ଗୁଜରାଟର ବନାସକଣ୍ଟାରେ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି।

ପ୍ରିୟଙ୍କା କହିଛନ୍ତି, ମୋଦିଙ୍କୁ ଆଖପାଖର ଲୋକେ ଭୟ କରନ୍ତି। ତାଙ୍କୁ କେହି କିଛି ବି କୁହନ୍ତି ନାହିଁ। ଯଦି କେହି ସ୍ବର ଉତ୍ତୋଳନ କରନ୍ତି ତେବେ ସେହି ସ୍ବରକୁ ଚପାଇ ଦିଆଯାଏ। ଆଜିକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ଦେଖନ୍ତୁ। ଗୁଜରାଟ ମୋଦିଙ୍କୁ ସମ୍ମାନ, ଆତ୍ମସମ୍ମାନ ଏବଂ ଶାସନ ଭାର ଦେଇଛି, ହେଲେ ତାଙ୍କୁ କେବଳ ବଡ଼ ଲୋକଙ୍କ ସହ ଦେଖିବାକୁ ମିଳୁଛି। କେବେ ସେ ଜଣେ କୃଷକଙ୍କୁ ଭେଟିବା ଦେଖିଛନ୍ତି କି? କୃଷକମାନେ କଳା ନିୟମକୁ ନେଇ ଆନ୍ଦୋଳନ କରୁଛନ୍ତି। ଶହ ଶହ କୃଷକ ସହିଦ ହେଉଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଯାଆନ୍ତି ନାହିଁ। ନିର୍ବାଚନ ଆସିବା ମାତ୍ରେ ଭୋଟ ନ ପାଇବା ଅନୁଭବ କରି ସେ ଆଇନ ବଦଳାଇ ଦିଅନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

କେବଳ ଏତିକି ନୁହେଁ ଭାଜପା ନିର୍ବାଚନରେ ଜିତିଲେ ସମ୍ବିଧାନ ବଦଳାଇ ଦେବ। ଏଣୁ ସମ୍ବିଧାନକୁ ବୁଝନ୍ତୁ। ଏହା ଆପଣଙ୍କ ଜୀବନରେ କିଭଳି ପ୍ରଭାବ ପକାଇଥାଏ ବୁଝନ୍ତୁ। କାରଣ ସମ୍ବିଧାନରୁ ଆପଣଙ୍କୁ ଅଧିକାର ମିଳୁଛି। ସବୁଠାରୁ ବଡ଼ ଅଧିକାର ଭୋଟ୍‌ ଦେବା। ଯେତେବେଳେ ଭାଜପାର ନେତା ସମ୍ବିଧାନ ବଦଳାଇ ଦିଆଯିବ ବୋଲି କହୁଛନ୍ତି ସେତେବେଳେ ସେମାନେ ଲୋକଙ୍କଠାରୁ ସେମାନଙ୍କ ଅଧିକାର ଛଡେଇ ନେବାକୁ ଚାହୁଁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri