Posted inଜାତୀୟ

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ଏହାଛଡ଼ା ରାହୁଲ ୪୦୦୦ କିମି ପାଦରେ ଚାଲି ଦେଶର ଲୋକଙ୍କୁ ଭେଟିଥିଲେ, ଏପରିକି ତାଙ୍କ ଜୀବନରେ କ’ଣ ସମସ୍ୟା ରହିଛି ପଚାରି ବୁଝିଥିଲେ। ଅପରପକ୍ଷେ ରାଜା ମୋଦି ମହଲରେ ରୁହନ୍ତି। ସେ କିଭଳି କୃଷକ, ମହିଳାଙ୍କ ଅସୁବିଧା ବୁଝିପାରିବେ ବୋଲି ଗୁଜରାଟର ବନାସକଣ୍ଟାରେ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି।

ପ୍ରିୟଙ୍କା କହିଛନ୍ତି, ମୋଦିଙ୍କୁ ଆଖପାଖର ଲୋକେ ଭୟ କରନ୍ତି। ତାଙ୍କୁ କେହି କିଛି ବି କୁହନ୍ତି ନାହିଁ। ଯଦି କେହି ସ୍ବର ଉତ୍ତୋଳନ କରନ୍ତି ତେବେ ସେହି ସ୍ବରକୁ ଚପାଇ ଦିଆଯାଏ। ଆଜିକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ଦେଖନ୍ତୁ। ଗୁଜରାଟ ମୋଦିଙ୍କୁ ସମ୍ମାନ, ଆତ୍ମସମ୍ମାନ ଏବଂ ଶାସନ ଭାର ଦେଇଛି, ହେଲେ ତାଙ୍କୁ କେବଳ ବଡ଼ ଲୋକଙ୍କ ସହ ଦେଖିବାକୁ ମିଳୁଛି। କେବେ ସେ ଜଣେ କୃଷକଙ୍କୁ ଭେଟିବା ଦେଖିଛନ୍ତି କି? କୃଷକମାନେ କଳା ନିୟମକୁ ନେଇ ଆନ୍ଦୋଳନ କରୁଛନ୍ତି। ଶହ ଶହ କୃଷକ ସହିଦ ହେଉଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଯାଆନ୍ତି ନାହିଁ। ନିର୍ବାଚନ ଆସିବା ମାତ୍ରେ ଭୋଟ ନ ପାଇବା ଅନୁଭବ କରି ସେ ଆଇନ ବଦଳାଇ ଦିଅନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

କେବଳ ଏତିକି ନୁହେଁ ଭାଜପା ନିର୍ବାଚନରେ ଜିତିଲେ ସମ୍ବିଧାନ ବଦଳାଇ ଦେବ। ଏଣୁ ସମ୍ବିଧାନକୁ ବୁଝନ୍ତୁ। ଏହା ଆପଣଙ୍କ ଜୀବନରେ କିଭଳି ପ୍ରଭାବ ପକାଇଥାଏ ବୁଝନ୍ତୁ। କାରଣ ସମ୍ବିଧାନରୁ ଆପଣଙ୍କୁ ଅଧିକାର ମିଳୁଛି। ସବୁଠାରୁ ବଡ଼ ଅଧିକାର ଭୋଟ୍‌ ଦେବା। ଯେତେବେଳେ ଭାଜପାର ନେତା ସମ୍ବିଧାନ ବଦଳାଇ ଦିଆଯିବ ବୋଲି କହୁଛନ୍ତି ସେତେବେଳେ ସେମାନେ ଲୋକଙ୍କଠାରୁ ସେମାନଙ୍କ ଅଧିକାର ଛଡେଇ ନେବାକୁ ଚାହୁଁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri