ପାଇକ ସଂଗ୍ରହାଳୟରେ ପୁଣି ତାଲା

ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଏବଂ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ଲକ୍ଷ୍ୟ ଥିଲା ବିଟ୍ରିଶ ସହିତ ଲଢ଼େଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା, ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ଖଣ୍ଡା, ବର୍ଚ୍ଛା, ଢାଲ, ପାଇକ ବୀରଙ୍କ ତୈଳଚତ୍ର, ପ୍ରାଚନୀ କୀର୍ତ୍ତିରାଜି ଆଦି ଏହି ସଂଗ୍ରହାଳୟରେ ସ୍ଥାନ ପାଇବ। ଆଗାମୀ ପିଢ଼ିଙ୍କୁ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ଏହି ସଂଗ୍ରହାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲା ସଂସ୍କୃତି ଭବନ ପରିସରରେ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଏଥିସହିତ ସେଠାରେ ପାଇକ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ କରାଯାଇଥିଲା। ତେବେ କୌଣସି କାରଣରୁ ଏହି କୋଠା ଉଦ୍‌ଘାଟନ ହୋଇପାରି ନ ଥିଲା। ସେବେଠାରୁ ଏହି କୋଠା ବିପର୍ଯ୍ୟସ୍ତ ହୋଇ ପଡ଼ିରହିଛି। ପରବର୍ତ୍ତୀ ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତ, କାନ୍ଥ ଫାଟି ଆଁ କରିବା ସହ ଲୁହାର ଫାଟକରେ କଳଙ୍କି ଲାଗିଯାଇଥିଲା। ଏପରିକି କୋଠା ପରିସର ସାପଙ୍କ ବାସସ୍ଥାନ ପାଲଟିଥିବା ବେଳେ ୨୦୧୯ ‘ଫନୀ’ ବାତ୍ୟାରେ ଏହି କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗତବର୍ଷ ଖୋର୍ଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ କୋଠାର ପୁନରୁଦ୍ଧାର କରାଯାଇ ରଙ୍ଗ ଦିଆଯାଇଛି। ତେବେ ଯେଉଁ ଉଦ୍ଦେଶ୍ୟରେ ଏହି କୋଠା ନିର୍ମାଣ କରାଯାଇଥିଲା, ତାହା ଏବେ ବି ଆଶା ଆକାଂକ୍ଷାରେ ରହିଯାଇଛି। ୨୦୨୨ ଜୁନରେ ଖୋର୍ଦ୍ଧା ବ୍ଲକ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। ନିର୍ମାଣ ହେବା ପରଠାରୁ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ପ୍ରଥମ ଥର ଲାଗି ମୁଖ୍ୟ ଫାଟକ ତାଲା ଖୋଲିଥିଲା। ଦୀର୍ଘ ଦିନ ଧରି ଅନାବନା ଗଛଲତାରେ ମଧ୍ୟ ଲୁଚି ଯାଇଥିବା ଏହି କୋଠାର ପୁନରୁଦ୍ଧାର ଚାଲିଥିବା ନେଇ ପ୍ରଚାରିତ ହେବା ପରେ ବିଭିନ୍ନ ପାଇକ ସଙ୍ଗଠନ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା। ତେବେ କୋଠା ମରାମତି ପରେ ପୁଣି ଥରେ ଏଠାରେ ତାଲା ଝୁଲିଲା। ଫଳରେ ପାଇକ ସଙ୍ଗଠନଗୁଡ଼ିକର ଏକପ୍ରକାଶ ଆଶା ମଉଳିଯାଇଛି।

ଏମାନେ ଯାହା କୁହନ୍ତି…

୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦଦେଶରେ ପୂର୍ବତନ ରାଷ୍ଟ୍ରପତି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତାବିତ ସ୍ଥାନରେ ଖଣ୍ଡେ ଇଟା ପଡିନି। ପ୍ରସ୍ତାବିତ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ସଂଗ୍ରହାଳୟ ପ୍ରତିଷ୍ଠା ଆଶା କ୍ଷୀଣ ବୋଲି ସେ କହିିଛନ୍ତି।
କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ, କଳିଙ୍ଗ ପାଇକ ସଙ୍ଗଠନର ସମ୍ପାଦକ
ଭାରତ ସ୍ବାଧୀନତା ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ସେହି ପାଇକମାନଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଭବିଷ୍ୟତ ପିଢ଼ିଙ୍କ ସକାଶେ ଏଠାରେ ପାଇକ ସଂଗ୍ରହାଳୟ ପାଇଁ ଯୋଜନା ହୋଇଥିଲା। ତାହା କେବଳ ସଭା, ସମିତି, ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ହୋଇ ରହିଗଲା।
ଗୋପାଳକୃଷ୍ଣ ଦାସ, ଐତିହ୍ୟ ଗବେଷକ
ଗୋଟିଏ ଜାତି ତା’ର ବୀରତ୍ୱ, କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ନେଇ ପରିଚୟ ବହନ କରେ। ସଂସ୍କୃତି ପରମ୍ପରା ବିଲୁପ୍ତ ହେଲେ ସେହି ଜାତିର ସମୃଦ୍ଧି ନଷ୍ଟ ହେବା ସହ ଅଧୋପତନ ମଧ୍ୟ ଘଟିଥାଏ ବୋଲି କୁହାଯାଏ। ଯେଉଁ ପାଇକ ପୁଅ ଦିନେ ଇଂରେଜମାନଙ୍କୁ ଧୂଳି ଚଟାଇଥିଲେ, ଯାହାଙ୍କ ନଁା ଶୁଣିଲେ ବିଟ୍ରିଶ୍‌ ସାମ୍ରାଜ୍ୟ ଥରି ଉଠୁଥିଲା, ସେହି ବୀରତ୍ୱ ମାଟିର ସୁଯୋଗ୍ୟ ସନ୍ତାନଙ୍କ କାହାଣୀ କେବଳ ଇତିହାସ ପୃଷ୍ଠାରେ ରହିଯାଇଛି।
ଶୁଭ୍ରାଂଶୁ ଦାସ, ବରିଷ୍ଠ ଖବରଦାତା
ପାଇକଙ୍କ ବୀରତ୍ୱ ଆଗରେ ବିଟ୍ରିଶ ସରକାର ମଥା ନୁଆଁଇଥିଲେ। ସେହି ଲାଲମାଟିର ଗଡ଼ଖୋର୍ଦ୍ଧା ଅବହେଳିତ ଅବସ୍ଥାରେ ରହିଛି। ଗଡ଼ଖୋର୍ଦ୍ଧା ବିଲୁପ୍ତ ଅବସ୍ଥାରେ ରହିଛି। ପାଇକ ସଂଗ୍ରହାଳୟ ସ୍ଥାପନା ହେଲେ ପାଇକଙ୍କ ଯୁଦ୍ଧ ରଣକୌଶଳ ସମ୍ପର୍କରେ ଆଗାମୀ ଯୁବପିଢ଼ି ଜାଣିବାର ସୁଯୋଗ ପାଇଥାନ୍ତେ। ଏ ମାଟିର ଗୌରବ ବଢିଥାନ୍ତା। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଏହି କୋଠା କାର୍ଯ୍ୟକ୍ଷମ ନେଇ ଆଶଙ୍କା ରହିଛି।
ପ୍ଳାବନ ପଟ୍ଟନାୟକ, ସାମାଜିକ କର୍ମୀ
ଜିଲାର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି। ପାଇକ ସ୍ମାରକୀ ନିର୍ମାଣ ପାଇଁ ରହିଥିବା ଜମି ବିବାଦ ତୁଟିଛି। ଖୁବ୍‌ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri