ସତର୍କ ନ ରହିଲେ ପୁଣି ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ବ୍ୟୁରୋ): କରୋନା ସ୍ଥିତି ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଶେଷ ହୋଇନାହିଁ। ଅନ୍ୟ ରାଜ୍ୟଗୁଡିକରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପଡିବ। ଯଦି କରୋନା ନିୟମ ରାଜ୍ୟରେ ଠିକ୍‌ ଭାବେ ପାଳନ ନ ହୁଏ ତେବେ ପୁଣି ଲକ୍‌ଡାଉନ କରିବାକୁ ରାଜ୍ୟ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ୱରରେ କୋଭିଡ ସ୍ଥିତି ସ୍ଥିର ରହିଛି । ଲକ୍‌ଡାଉନ ଯୋଗୁଁ ବହୁତ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । କରୋନା ଏବେ ବି ଆମ ଆଖ ପାଖରେ ଲୁଚି ରହିଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ନିହାତି ଦରକାର ନ ହେଲେ ଦୋକାନ ବଜାର ଯାଆନ୍ତୁ ନାହିଁ। ଅଯଥା ଭିଡ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ କହିଛନ୍ତି।