ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ସ୍ଥାଣୁ

କେନ୍ଦ୍ରାପଡ଼ା ଅଫିସ, ୧୮ା୭: ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ। ୨୪ ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ ଥିବା ବେଳେ ମାତ୍ର ୧୮ଟି ପଞ୍ଜିକୃତ ହୋଇଛି। ୫୨ ହଜାରରୁ ଊର୍ଦ୍ଧ୍ୱ ଲୋକସଂଖ୍ୟାରେ ଗଠିତ ୨୧ ୱାର୍ଡରେ ଏଯାଏ ୱାର୍ଡ କଲ୍ୟାଣ ସମିତି ଗଠନ ହୋଇନାହିଁ। ସହରରେ ୮ ଆଶା ପଦବୀ ଖାଲି ପଡିଛି। ଏପରି କି ସହରରେ ଅପପୃଷ୍ଟିଜନିତ ଜନସଂଖ୍ୟା କେତେ ସେନେଇ ସର୍ଭେ ଅଦ୍ୟାବଧି ସରିନାହିଁ। ସେହିପରି ରାଜ୍ୟର ସର୍ବପୁରାତନ ଏହି ମ୍ୟୁନିସିପାଲିଟିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ ସହରବାସୀ ଡେଙ୍ଗୁ ଓ ମ୍ୟାଲେରିଆ ଭୟରେ କାଳାତିପାତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ୨୦୧୪ ଜାନୁୟାରୀ ୨୦ରେ କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଛନ୍ତି। ମିଶନର ଲକ୍ଷ୍ୟ ଅନୁଯାୟୀ ୫୦ ହଜାରରୁ ଊର୍ଦ୍ଧ୍ୱ ସହରବାସୀଙ୍କ ପାଇଁ ଏକ ଅପ୍‌ଗ୍ରେଡେଡ ପିଏଚ୍‌ସି ହେବ। ଜଣେ ମେଡିକାଲ ଅଫିସର ସହ ୨ ଡାକ୍ତର ରହିବେ। ସହରରେ ଥିବା ବସ୍ତି ଅଞ୍ଚଳର ୫୦ରୁ ୧୦୦ ଘରକୁ ନେଇ ଏକ ମହିଳା ଆରୋଗ୍ୟ ସମିତି ଗଠନ କରାଯିବ। ସେହିପରି ପ୍ରତ୍ୟେକ ୱାର୍ଡରେ ଏକ କଲ୍ୟାଣ ସମିତି ଗଠନ କରାଯାଇ ସୁସ୍ଥ ବସ୍ତି, ସୁସ୍ଥ ୱାର୍ଡ, ସୁସ୍ଥ ସହର ଓ ସୁସ୍ଥ ରାଜ୍ୟ ଯୋଜନାକୁ ରୂପରେଖ ଦେବ। ଏହି ସମିତିର ସଭ୍ୟାସଭ୍ୟ ସହରର ପରିମଳ, ସ୍ବାସ୍ଥ୍ୟ ସେବା ଓ ଅପପୃଷ୍ଟି ସମସ୍ୟାକୁ ଉପସ୍ଥାପନା ସହ ସମାଧାନ ପାଇଁ ପ୍ରଯତ୍ନ କରିବେ। ଫଳରେ ଝାଡାବାନ୍ତି, ମ୍ୟାଲେରିଆ, ଜଣ୍ଡିସ, ଡେଙ୍ଗୁ ଆଦି ରୋଗ ବସ୍ତି ଅଞ୍ଚଳରେ ସତର୍କତା ଅବଲମ୍ବନ କରିହେବ। ଏଥିପାଇଁ ଆରୋଗ୍ୟ ସମିତିକୁ ୫ ହଜାର ଓ ୱାର୍ଡ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହି ମିଶନ ଅନୁଯାୟୀ ସହରାଞ୍ଚଳ ପାଇଁ ୪ ଏଏନ୍‌ଏମ୍‌ ପୋଷ୍ଟ ଅଦ୍ୟାବଧି ଖାଲି ପଡିଛି। ସହରର ପରିମଳ ବ୍ୟବସ୍ଥା ଠିକ୍‌ ନାହିଁ। ସାମାନ୍ୟ ବର୍ଷାରେ ବିଭିନ୍ନ ୱାର୍ଡର ନାଳ ଉଚ୍ଛୁଳିବା ସହିତ ଏକାଧିକ ସ୍ଥାନରେ ପାଣି ଜମି ରହୁଛି। ଖଡିଅଙ୍ଗର ମନୋଜ କୁମାର ସିଂହ କହିଛନ୍ତି, ରାସ୍ତା ନିକଟରେ ଥିବା ନଳକୂପ ଓ ପାଣି ଟ୍ୟାପ୍‌ ନିକଟରେ ପାଣି ଜମି ରହି ମଶା ମାଛିଙ୍କ ଏନ୍ତୁଡ଼ିଶାଳ ସାଜିଛି। ପ୍ରତିବର୍ଷ ବର୍ଷାଋତୁରେ ପରିମଳ ବ୍ୟବସ୍ଥା ବିଗୁଡୁ ଥିବାରୁ ଝାଡ଼ାବାନ୍ତି, ଡ଼େଙ୍ଗୁ, ମ୍ୟାଲେରିଆ ପରି ଜଳ ବାହିତ ରୋଗ ବ୍ୟାପିବା ସହିତ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଅପପୃଷ୍ଟି ଘଟଣା ନଜରକୁ ଆସୁଛି। ସହରରରେ ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳପଥ ହେଉ ଅଥବା ସରକାରୀ ରାସ୍ତା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କାଗଜପତ୍ରରେ ସବୁକିଛି ଠିକ୍‌ ଥିବା ଦର୍ଶାଯାଉଛି। ତେବେ ରାଜ୍ୟର ସର୍ବପୁରାତନ ଏହି ସହର ପ୍ରତି ରାଜନେତା, ପ୍ରଶାସକଙ୍କ ଧ୍ୟାନ ରହୁନାହିଁ। ଏପରି କି ନୂତନ ଅପ୍‌ଗ୍ରେଡେଡ ପିଏଚ୍‌ସି ପାଇଁ ପୌରପାଳିକା ପକ୍ଷରୁ ଚିଠିଟିଏ ହୋଇ ନାହିଁ।
ଏ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ କହିଛନ୍ତି, ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିସହ ପାଣି ଜମି ରହୁଥିବା ସ୍ଥାନ ଚିହ୍ନଟ କରାଯାଇ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri