Posted inଜାତୀୟ

ଜି-୨୦ରେ ବିଦେଶୀ ଅତିଥିଙ୍କ ପାଇଁ ଦେଶୀ ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ମେନୁ…

ନୂଆଦିଲ୍ଲୀ,୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଅନେକ ଦେଶର ମୁଖ୍ୟମାନେ ଯୋଗଦେଇଛନ୍ତି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ପ୍ରତିନିଧିଙ୍କ ସ୍ବାଗତ, ରହିବା ଏବଂ ଖାଦ୍ୟ ପାଇଁ ବିଶେଷ ଯତ୍ନ ନିଆଯାଇଛି। ବିଦେଶୀ ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ରାତ୍ରି ଭୋଜନର ଆୟୋଜନ କରାଯାଇଛି। ଶନିବାର ଆୟୋଜିତ ରାତ୍ରି ଭୋଜନ ପାଇଁ ଏକ ବିଶେଷ ଖାଦ୍ୟର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଜାଣନ୍ତୁ ଏହି ମେନୁରେ କ’ଣ ରହିଛି…

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କ ବ୍ରେକ୍‌ଫାଷ୍ଟରୁ ଆରମ୍ଭ କରି ଲଞ୍ଚ ଏବଂ ଡିନର ମେନୁରେ ୫୦୦ରୁ ଅଧିକ ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଦେଶୀ ଖାଦ୍ୟ ବିଷୟରେ କହିବାକୁ ଗଲେ ଦହିବରା, ସିଙ୍ଗଡ଼ା, ଭେଲପୁରୀ, ବଡ଼ା ପାଓ, ଚଟପଟି ଚାଟ୍‌, ଗୁପ୍‌ଚୁପ୍‌, ଦହି ପୁରୀ, ସେଓ ପୁରୀ, ମିର୍ଚିବରା, ଡାଲି ପରଟା, ପଲଉ, କଚୋଡ଼ି, ଆଳୁ ଦିଲ୍‌ ଖୁଶ, ଟିକି ଏବଂ ଯୋଧପୁରୀ କାବୁଲ ପଲଉ ଅନ୍ତର୍ଭୁକ୍ତ। ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟରେ ସିଙ୍ଗଡ଼ା, ପରଟା, ଖିରି ଏବଂ ହାଲଓ୍ବା ବି ରହିଛି। ଭାରତର ବିଭିନ୍ନ ରାଜ୍ୟର ଖାଦ୍ୟ ପ୍ଲେଟ୍‌ ରଖାଯାଇଛି। ଏଥିମଧ୍ୟରେ ବିହାରର ପ୍ରସିଦ୍ଧ ଲିଟି ଚୋଖା, ମାଣ୍ଡିଆରୁ ପ୍ରସ୍ତୁତ ରାଜସ୍ଥାନୀ ଡାଲ ବାଟି ଚୁର୍ମା, ବେଙ୍ଗଲ ରସଗୋଲା, ପଞ୍ଜାବର ପ୍ରସିଦ୍ଧ ଡାଲ ତଡ଼କା, ଦକ୍ଷିଣ ଭାରତର ଉତ୍ତପମ୍‌, ଇଟିଲି ଏବଂ ମସଲା ଦୋସା, ମାଲାବର ପରଟା, ଇଟିଲି ସମ୍ବର ଆଦି ରହିଛି।

ସାଲାଡରେ ଗ୍ରୀନ ସାଲାଡ, ପାସ୍ତା ଏବଂ ଗ୍ରୀନ୍‌ ପନିପରିବା ସାଲାଡ ଏବଂ ଚଣା ରହିଛି। ପନିର ଲାବବଦାର (ଉତ୍ତରପ୍ରଦେଶ ରନ୍ଧା ଖାଦ୍ୟ), ଆଳୁ ଲିଓନାଇଜ, ସବ୍‌ଜି କୋରମା (ଆନ୍ଧ୍ରପ୍ରଦେଶ ରୋଷେଇ), କାଜୁ ମଟର ଲହୁଣୀ ସାମିଲ ରହିଛି।

ଅନ୍ୟାନ୍ୟ ଖାଦ୍ୟରେ ଡାଲି ତଡ଼କା, ପିଆଜ ଜିରା ପଲଉ (ପଞ୍ଜାବୀ ଡିସ୍‌), ତନ୍ଦୁରୀ ରୁଟି, ବଟର ନାନ, କୁଲଚା ଅନ୍ତର୍ଭୁକ୍ତ। କାକୁଡି ରାଇତା, ତେନ୍ତୁଳି ଖଜୁରୀ ଚଟଣୀ, ମିକ୍ସ ଆଚାର, ସାଧା ଦହି ଆଦି ପରଷା ଯିବ।

ଏଥିସହିତ ମିଠା ମେନୁରେ ଜିଲାବି, କୁଟୁ ମାଲପୁଆ (ଉତ୍ତରପ୍ରଦେଶ ସ୍ପେଶାଲ), କେସର ପିସ୍ତା ରସମଲେଇ (ଓଡ଼ିଶା ସ୍ପେଶାଲ), ଗରମ ଅଖରୋଟ, ଅଦା ହାଲଓ୍ବା, ଷ୍ଟ୍ରବେରୀ ଆଇସ୍କ୍ରିମ, ବ୍ଲାକ କରେଣ୍ଟ ଆଇସ କ୍ରିମ, ଗୋଲାପ ଜାମୁ, ଗୋଲାପ ଚୁର୍ମା, ପିସ୍ତା କୁଲ୍‌ଫି ଏବଂ ଯୋଧପୁରୀ ମାଓ୍ବା କଚୋଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଥରିଲା ପୃଥିବୀ, ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୭ା୩: ଶୁକ୍ରବାର ସକାଳେ ଲେହ ଲଦାଖରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri