ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ମିଳୁନି ଋଣ

କେନ୍ଦ୍ରାପଡ଼ା ଅଫିସ/ ପଟ୍ଟାମୁଣ୍ଡାଇ,୨୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବହିରାଗତ ଶିଳ୍ପ ଉପତ୍ାଦ ଅର୍ଥ ଅଞ୍ଚଳକୁ ବିକଶିତ କରେ। ଏଥିତ୍ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପାଇଁ ପ୍ରତ୍ୟେକ ଜିଲାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଚଳାଇବାକୁ ଗୁରୁତ୍ୱ ଦିଆଯାଇଛି। ହେଲେ ଜିଲାରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ ହେଉନାହିଁ। ଅନାଦେୟ ଋଣ ଗ୍ରହୀତାଙ୍କ ସଂଖ୍ୟା ବଢ଼ୁଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆଗ୍ରହୀ ଯୁବବର୍ଗ ନିରାଶ ହେଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଧରଣର ଶିଳ୍ପ ପାଇଁ ଧାର୍ଯ୍ୟଲକ୍ଷ୍ୟ ୨୧୨ ଥିବା ବେଳେ ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ ମାତ୍ର ୧୭୦ଟିକୁ ମଞ୍ଜୁରୀ ମିଳିଛି।
ପଟ୍ଟାମୁଣ୍ଡାଇ ବ୍ଲକ ପୋଖରିଆପଡ଼ା ଗଁାର ପବିତ୍ର ବେରା କହିଛନ୍ତି, ଥଣ୍ଡା ପାନୀୟର ଚାହିଦା ଅଛି। ଏଥିପାଇଁ ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ଆଣିବାକୁ ବାରମ୍ବାର ଯାଇଛି। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପାଇଁ ସମ୍ପତ୍ତି ବନ୍ଧକ ଉପରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର ବନ୍ଧକ ପାଇଁ ପର୍ଯ୍ୟାପ୍ତ ସମ୍ପତ୍ତି ନାହିଁ। ବାଧ୍ୟହୋଇ ଏହି କ୍ଷୁଦ୍ର ଶିଳ୍ପରୁ ଓହରି ଆସିବାକୁ ପଡ଼ିଲା। ଏ ନେଇ ପାଇଥିବା ତାଲିମ ବେକାର ଗଲା। ସମ୍ପତ୍ତି ବନ୍ଧକ ପିଏମ୍‌ଇଜିପି ପାଇଁ ବାଧକ ସାଜିଥିବା ସେ କହିଛନ୍ତି। ବ୍ଲକର କଷଣଅଣ୍ଟା ଗଁାର ରିତାରାଣୀ ବେହେରା କହିଛନ୍ତି, ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ମସଲା ଶିଳ୍ପ ପାଇଁ ତାଲିମ ନେଇଛଛି। ୨୦୧୮ରେ ଏହି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲି। ତେବେ ଏକ ରାଷ୍ଟ୍ରୀୟ ବ୍ୟାଙ୍କ ୨୦୧୯ରେ ମାତ୍ର ୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲା। କୋଭିଡ୍‌ ସଂକ୍ରମଣ ପାଇଁ ମସଲା ବିକ୍ରିରେ ଅସୁବିଧା ହୋଇଛି। ଏବେ ଏହାର ସ୍ଥିତି ସୁଧୁରିବାକୁ ବସିଥିବା ବେଳେ ଋଣ ଅର୍ଥ ଫେରସ୍ତ ଚିନ୍ତାର କାରଣ ହୋଇଛି। ଏକକାଳୀନ ୮ ଲକ୍ଷ ଟଙ୍କା ମିଳିଥିଲେ, ଏହି ଶିଳ୍ପରେ ଅନୂ୍ୟନ ୧୦ ଜଣ ନିଯୁକ୍ତି ପାଇଥାନ୍ତେ। ଜଣେ ରାଷ୍ଟ୍ରୀୟ ବ୍ୟାଙ୍କ ପରିଚାଳକ କହିଛନ୍ତି, ଋଣ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବଳ ଚାପ ହେଉଛି। ଋଣ ପ୍ରଦାନ ପରେ ଅସୁଲ କରାଯାଇପାରୁ ନ ଥିବାରୁ ଅନାଦେୟ ଋଣ (ଏନ୍‌ପିଏ) ହିତାଧିକାରୀଙ୍କ ସଂଖ୍ୟା ବଢ଼ିଯାଉଛି। ମୁଦ୍ରା ଯୋଜନାରେ ଜିଲାର ବହୁ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ତେବେ ଏହି ଗ୍ରହୀତାମାନେ ଋଣ ନେଇ ଜିଲା ବାହାରକୁ ପଳାଇଛନ୍ତି। ସେମାନଙ୍କଠାରୁ ଋଣ ଆଦାୟ କରିବା କଷ୍ଟକର ହେଉଛି। ସେହିପରି ପିଏମ୍‌ଇଜିପିରେ ବହୁ ଆଶାୟୀ ଋଣ ପ୍ରଦାନ ପାଇଁ ଚାପ ପକାଉଛନ୍ତି। ତେବେ ସମ୍ପତ୍ତି ବନ୍ଧକ ଦେବାକୁ ପଛଘୁଞ୍ଚା ଦେଉଥିବାରୁ ସମ୍ପୃକ୍ତ ଗ୍ରହୀତା ଋଣ ଶୁଝିବା ନେଇ ଅନିଶ୍ଚିତତାରେ ବ୍ୟାଙ୍କ କର୍ତ୍ତୃପକ୍ଷ ରହିବା ସ୍ବାଭାବିକ କଥା। ସାମାଜିକ କର୍ମୀ ଅନନ୍ତ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ଉଦ୍ୟୋଗ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଚାପ ନାହିଁ। ବହୁ ଶିକ୍ଷିତ ଓ ତାଲିମ୍‌ପ୍ରାପ୍ତ ଶିଳ୍ପ ଉଦ୍ୟୋଗ ଆଶାୟୀ ବାରମ୍ବାର ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ଏଥିପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିରାଶ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ପ୍ରତିବର୍ଷ ୨ଥର ସମୀକ୍ଷା ବୈଠକ ହେଉଛି। ବୈଠକ କେବଳ କାଗଜପତ୍ରରେ ସୀମିତ ରହିଯାଉଛି। ନିୟମ ଅନୁଯାୟୀ ବ୍ୟାଙ୍କ ଜମାର ୬୦ ପ୍ରତିଶତ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଗୋଟିଏ ଦୁଇଟିକୁ ଛାଡିଦେଲେ ଅବଶିଷ୍ଟ ବ୍ୟାଙ୍କ ଋଣ ପ୍ରଦାନ ହାର ୨୦ ପ୍ରତିଶତ ରହୁନାହିଁ। ସିଙ୍ଗଲ ୱିଣ୍ଡୋରେ ଶିଳ୍ପ ଉଦ୍ୟୋଗୀଙ୍କୁ ଋଣ ବ୍ୟବସ୍ଥା ହେଲେ ଜିଲାର ବିକାଶ ହୋଇପାରିବ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ତାଗିଦା କରାଯାଇଛି। ଏ ନେଇ ଅଭିଯୋଗ ଆସିଲେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri