ବୀମା ପୈଠ ପାଇଁ ମିଳିବ ଋଣ

ଭୁବନେଶ୍ୱର,୩୦।୬: ବର୍ତ୍ତମାନ ସମୟରେ ଲୋକେ ସବୁଥିରେ ବୀମା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଫଳରେ ସେମାନେ ସବୁ ସ୍ତରରେ ସୁରକ୍ଷିତ ହୋଇପାରିବେ, ହେଲେ ବେଳେ ବେଳେ ଏପରି ପରିସ୍ଥିତି ଆସେ ବୀମାର କିସ୍ତି ଜମା ଲାଗି ପଇସା ଯୋଗାଡ ହୋଇପାରେନିି। ଏପରି ପରିସ୍ଥିତିରେ ଉପଭୋକ୍ତାଙ୍କ ବୀମା ରଦ୍ଦ ହୋଇପାରେ। ବର୍ତ୍ତମାନ ବୀମା କିସ୍ତି ପୈଠ ପାଇଁ ମଧ୍ୟ ଋଣ ସୁବିଧା ମିଳୁଛି। ଉକ୍ତ ଋଣ ନେଇ ଗ୍ରାହକ ଜଣକ ବୀମା କିସ୍ତି ପୈଠ କରିପାରିବେ। ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏ) ଇନସ୍ୟୁରାନ୍ସ କରିଥିବା ଗ୍ରାହକଙ୍କ ଲାଗି ଖୁବ୍‌ଶୀଘ୍ର ଏଭଳି କିଛି ଖୁସିଖବର ଦେବାକୁ ଯାଉଛନ୍ତି। ଏଥିରେ ରିଟେଲ ଓ କର୍ପୋରେଟ ଉଭୟ ବୀମା ଗ୍ରାହକଙ୍କ ଲାଗି ପ୍ରିମିୟମ ଫାଇନାନ୍ସ ପ୍ରପୋଜାଲ ଆଣିବେ। ଲୋକେ ବୀମା ପ୍ରିମିୟମ ଥରକରେ ପୈଠ କରିଦିଅନ୍ତୁ ଓ ଏ ବାବଦ ଦେୟ କିସ୍ତିରେ ପୈଠ କରନ୍ତୁ ଏହା ଆଇଆରଡିଏଙ୍କ ଯୋଜନା ରହିଛି। ଏକା ଥରକେ ପୈଠ କରିବା ଅପେକ୍ଷା ଇଏମଆଇରେ ପୈଠ କରିବା ପ୍ରାୟତଃ ସରଳ ହୋଇଥାଏ। ତେବେ ଇନସ୍ୟୁରାନ୍ସ ପ୍ରିମିୟମ ପୈଠ ଲାଗି ଲୋନ ମିଳୁଥିଲେ ବି ଏହାର ଉପଯୋଗ ସେତେବେଳେ କରନ୍ତୁ ଯେତେବେଳେ ଏହା ଆପଣଙ୍କ ଲାଗି ନିତାନ୍ତ ଜରୁରୀ, ଅନ୍ୟଥା ବୀମା ଆପଣଙ୍କ ଲାଗି ମହଙ୍ଗା ହୋଇପାରେ କାରଣ ଇନସ୍ୟୁରାନ୍ସ କିସ୍ତି ପୈଠ ପାଇଁ ଋଣ ନେଉଥିଲେ ବି ଏଥିଲାଗି ଆପଣଙ୍କୁ ସବୁ ପ୍ରକାର ଚାର୍ଜ ପୈଠ କରିବାକୁ ପଡିଥାଏ ଯଥା ପ୍ରୋସେସିଂ ଚାର୍ଜରୁ ଆରମ୍ଭ କରି ସୁଧ ଓ ଜିଏସଟି ଆଦି ପୈଠ କରିବାକୁ ହୋଇଥାଏ। ଏଣୁ ବୀମା ମହଙ୍ଗା ହେବା ସ୍ବାଭାବିକ। କୌଣସି ବ୍ୟକ୍ତି ବୀମା କରିବା ଦ୍ୱାରା ପରିବାରର ଭବିଷ୍ୟତକୁ ନେଇ ନିଶ୍ଚିତ ହୋଇଯାଇଥାଏ। ଯଦି ବୀମା କରିଥିବା ବ୍ୟକ୍ତିଙ୍କର କିଛି ହୋଇଯାଏ ତେବେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଅବର୍ତ୍ତମାନରେ କାହା ଉପରେ ନିର୍ଭର କରିବାକୁ ପଡେନି। ବୀମା ଲାଗି ପୂରା ଜୀବନ ପ୍ରତିବର୍ଷ କିଛି କିଛି ସଞ୍ଚୟ କରିବାକୁ ପଡିଥାଏ ଓ ଘଟଣା ଦୁର୍ଘଟଣାରେ ଏକକାଳୀନ ବୀମା ରାଶି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri