ବୀମା ପୈଠ ପାଇଁ ମିଳିବ ଋଣ

ଭୁବନେଶ୍ୱର,୩୦।୬: ବର୍ତ୍ତମାନ ସମୟରେ ଲୋକେ ସବୁଥିରେ ବୀମା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଫଳରେ ସେମାନେ ସବୁ ସ୍ତରରେ ସୁରକ୍ଷିତ ହୋଇପାରିବେ, ହେଲେ ବେଳେ ବେଳେ ଏପରି ପରିସ୍ଥିତି ଆସେ ବୀମାର କିସ୍ତି ଜମା ଲାଗି ପଇସା ଯୋଗାଡ ହୋଇପାରେନିି। ଏପରି ପରିସ୍ଥିତିରେ ଉପଭୋକ୍ତାଙ୍କ ବୀମା ରଦ୍ଦ ହୋଇପାରେ। ବର୍ତ୍ତମାନ ବୀମା କିସ୍ତି ପୈଠ ପାଇଁ ମଧ୍ୟ ଋଣ ସୁବିଧା ମିଳୁଛି। ଉକ୍ତ ଋଣ ନେଇ ଗ୍ରାହକ ଜଣକ ବୀମା କିସ୍ତି ପୈଠ କରିପାରିବେ। ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏ) ଇନସ୍ୟୁରାନ୍ସ କରିଥିବା ଗ୍ରାହକଙ୍କ ଲାଗି ଖୁବ୍‌ଶୀଘ୍ର ଏଭଳି କିଛି ଖୁସିଖବର ଦେବାକୁ ଯାଉଛନ୍ତି। ଏଥିରେ ରିଟେଲ ଓ କର୍ପୋରେଟ ଉଭୟ ବୀମା ଗ୍ରାହକଙ୍କ ଲାଗି ପ୍ରିମିୟମ ଫାଇନାନ୍ସ ପ୍ରପୋଜାଲ ଆଣିବେ। ଲୋକେ ବୀମା ପ୍ରିମିୟମ ଥରକରେ ପୈଠ କରିଦିଅନ୍ତୁ ଓ ଏ ବାବଦ ଦେୟ କିସ୍ତିରେ ପୈଠ କରନ୍ତୁ ଏହା ଆଇଆରଡିଏଙ୍କ ଯୋଜନା ରହିଛି। ଏକା ଥରକେ ପୈଠ କରିବା ଅପେକ୍ଷା ଇଏମଆଇରେ ପୈଠ କରିବା ପ୍ରାୟତଃ ସରଳ ହୋଇଥାଏ। ତେବେ ଇନସ୍ୟୁରାନ୍ସ ପ୍ରିମିୟମ ପୈଠ ଲାଗି ଲୋନ ମିଳୁଥିଲେ ବି ଏହାର ଉପଯୋଗ ସେତେବେଳେ କରନ୍ତୁ ଯେତେବେଳେ ଏହା ଆପଣଙ୍କ ଲାଗି ନିତାନ୍ତ ଜରୁରୀ, ଅନ୍ୟଥା ବୀମା ଆପଣଙ୍କ ଲାଗି ମହଙ୍ଗା ହୋଇପାରେ କାରଣ ଇନସ୍ୟୁରାନ୍ସ କିସ୍ତି ପୈଠ ପାଇଁ ଋଣ ନେଉଥିଲେ ବି ଏଥିଲାଗି ଆପଣଙ୍କୁ ସବୁ ପ୍ରକାର ଚାର୍ଜ ପୈଠ କରିବାକୁ ପଡିଥାଏ ଯଥା ପ୍ରୋସେସିଂ ଚାର୍ଜରୁ ଆରମ୍ଭ କରି ସୁଧ ଓ ଜିଏସଟି ଆଦି ପୈଠ କରିବାକୁ ହୋଇଥାଏ। ଏଣୁ ବୀମା ମହଙ୍ଗା ହେବା ସ୍ବାଭାବିକ। କୌଣସି ବ୍ୟକ୍ତି ବୀମା କରିବା ଦ୍ୱାରା ପରିବାରର ଭବିଷ୍ୟତକୁ ନେଇ ନିଶ୍ଚିତ ହୋଇଯାଇଥାଏ। ଯଦି ବୀମା କରିଥିବା ବ୍ୟକ୍ତିଙ୍କର କିଛି ହୋଇଯାଏ ତେବେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଅବର୍ତ୍ତମାନରେ କାହା ଉପରେ ନିର୍ଭର କରିବାକୁ ପଡେନି। ବୀମା ଲାଗି ପୂରା ଜୀବନ ପ୍ରତିବର୍ଷ କିଛି କିଛି ସଞ୍ଚୟ କରିବାକୁ ପଡିଥାଏ ଓ ଘଟଣା ଦୁର୍ଘଟଣାରେ ଏକକାଳୀନ ବୀମା ରାଶି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri