ଭୁବନେଶ୍ୱର,୨୨।୨: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍) ପକ୍ଷରୁ ନିକଟରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ସକ୍ଷମତା ଓ ସାମାଜିକ ଦାୟିତ୍ୱବୋଧତା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏପରିକି ସେ କହିଥିଲେ, ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ରାଜ୍ୟର ଶିଳ୍ପ ଓ ବ୍ୟବସାୟିକ ଶ୍ରେଣୀକୁ ବିସ୍ତାରିତ ନେଟ୍ୱର୍କ ଓ ଶାଖା ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦେବା ସହ ଦେଶର ସାଧାରଣ ଲୋକଙ୍କ ଅଭିବୃଦ୍ଧି ଓ ବିକାଶକୁ ମଧ୍ୟ ପୂରଣ କରିବାକୁ ପଡିବ ବୋଲି ପାଣ୍ଡେ ମତପ୍ରକାଶ କରିଥିଲେ। ସେହିଭଳି ଗତ ୨ବର୍ଷ ମଧ୍ୟରେ ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି। ବିଶେଷକରି ଡିଜିଟାଲ ବ୍ୟାଙ୍କିଙ୍ଗ୍ର ଗୁରୁତ୍ୱ ଉପରେ ସେ ବିସ୍ତୃତ ଆଲୋପାତ କରିଥିଲେ। ଏପରିକି ବ୍ୟାଙ୍କ ଓଡ଼ିଶାରେ ୫,୦୦୦କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟର ଲକ୍ଷ୍ୟ ରଖିଥିବା ସହ ବର୍ତ୍ତମାନ ରାଜ୍ୟରେ ୩୯ଟି ଶାଖା ଥିଲା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ୧୨ଟି ନୂତନ ଶାଖା ଖୋଲିବା କାର୍ଯ୍ୟକ୍ରମ ରହିଛି। ଫଳରେ ରାଜ୍ୟର ବ୍ୟାଙ୍କ ଶାଖା ସଂଖ୍ୟା ମୋଟ ୫୧ରେ ପହଞ୍ଚତ୍ବ। ଏହି ପରିପ୍ରେକ୍ଷୀରେ ପାଣ୍ଡେ ୭୦ ଜଣ ଗ୍ରାହକଙ୍କୁ ୨୫କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିନୟ କୁମାର, ଅଞ୍ଚଳ ପ୍ରବନ୍ଧକ, ଶଶାଙ୍କ ଶେଖର ସାହୁ, ଉପ-ଅଞ୍ଚଳ ପ୍ରବନ୍ଧକ, ରବିଶଙ୍କର କୁମାର, ମୁଖ୍ୟ ପ୍ରବନ୍ଧକ, ସିପିସି ପ୍ରମୁଖ ଉପସ୍ଥିତ ରହି ଗ୍ରାହକମାନଙ୍କୁ ସମ୍ବୋଧିତ କରିଥିଲେ। ଗତ ୧ ବର୍ଷ ମଧ୍ୟରେ ଓଡ଼ିଶାରେ ବ୍ୟାଙ୍କର ୩୧ଟି ନୂତନ ଶାଖା ଖୋଲିଛି। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ଗ୍ରାହକ ଉପସ୍ଥିତ ଥିଲେ। ବିଶେଷକରି ଗ୍ରାହକମାନେ ଉତ୍ତମ ବ୍ୟାଙ୍କିଙ୍ଗ୍ ସେବା ଓ ତୁରନ୍ତ ଋଣ ମଞ୍ଜୁରୀ ପାଇଁ ବ୍ୟାଙ୍କକୁ ଖୁବ୍ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ବ୍ୟାଙ୍କର ୨୧୦୦ରୁ ଊର୍ଦ୍ଧ୍ୱ ଶାଖା ରହିଥିବା ବେଳେ ୨୮ ମିଲିୟନ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରାଯାଉଛି।
ମଣିମା ଶୁଣିମା ହେଉ
ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…
ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….
ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…
କେବଳ ଦର୍ଶକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ
ଭୁବନେଶ୍ୱର,୫।୪(ସୁନିତ୍ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫଏସ୍ଏସ୍)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…
ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ
ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…
ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…
ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…
ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା
ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ…
ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…
ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…
Archives

