ଭୁବନେଶ୍ୱର,୧୪।୬: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରମୁଖ ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍) ୨୦୨୨-୨୩ ଆର୍ଥିକ ବର୍ଷରେ ୧ ନମ୍ବର ଇଲେକ୍ଟ୍ରିକ୍ ୩ ଚକିଆ ଯାନ ନିର୍ମାତା ଭାବେ ମାନ୍ୟତା ହାସଲ ସହ ସ୍ଥିତି ସୁଦୃଢ଼ କରିଛି। ଏପରିକି ଏହି ସମୟ ମଧ୍ୟରେ ଏଲ୍ଏମ୍ଏମ୍ ୩୬,୮୧୬ ଇଭି ବିକ୍ରି କରିଥିଲା ବେଳେ ଏହାର ବଜାର ଅଂଶ ୧୪.୬% ଥିଲା। ବିଶେଷକରି ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ୧୭,୫୨୨ ୟୁନିଟ୍ ବିକ୍ରି କରିଥିଲା ବେଳେ ୭.୬% ବଜାର ଅଂଶ ହାସଲ କରିଥିଲା। ଏହା ୨୦୨୧-୨୨ ଆର୍ଥିକ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର କାରବାରଠାରୁ ଯଥେଷ୍ଟ କମ୍ ବୋଲି କୁହାଯାଉଛି। ସେହିଭଳି ସମଗ୍ର ଭାରତରେ ଏଲ୍ଏମ୍ଏମ୍ର ୧୧୫୦ଟି ଟଚ୍ ପଏଣ୍ଟ ରହିଥିବାବେଳେ ୧୦, ୦୦୦ ରୁ ଅଧିକ ଚାର୍ଜିଂ ଷ୍ଟେଶନ ରହିଛି। ବିଶେଷକରି ମହିନ୍ଦ୍ରା ବ୍ରାଣ୍ଡ୍ର ବିଶ୍ୱସନୀୟତା ଏଲ୍ଏମ୍ଏମ୍କୁ ତା’ର ୧ ନମ୍ବର ଇଭି ନିର୍ମାତା ସ୍ଥାନ ବଜାୟ ରଖିବାରେ ସାହାଯ୍ୟ କରିଛି। ଅପରପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏଲ୍ଏମ୍ଏମ୍ ଏକ ପାୱାର ପ୍ୟାକ୍ ଯୁକ୍ତ ୩ଚକିଆ ଇଭି, ଜୋର୍ ଗ୍ରାଣ୍ଡ ଯୋଡ଼ିଥିଲା ବେଳେ ଏହାର ଉନ୍ମୋଚନର ୧ ବର୍ଷ ମଧ୍ୟରେ ଉକ୍ତ ମଡେଲ ୨୩,୦୦୦ରୁ ଅଧିକ ଅର୍ଡର ବୁକିଂ କରିପାରିଥିଲା। ସେହିପରି ଜୋର୍ ଗ୍ରାଣ୍ଡ ବ୍ୟତୀତ ଏଲ୍ଏମ୍ଏମ୍ର ବୈଦ୍ୟୁତିକ ପୋର୍ଟଫୋଲିଓରେ ଟ୍ରେଓ ରେଞ୍ଜର ଯାନ ଏବଂ ଆଲଫା-ମିନି ଏବଂ କାର୍ଗୋ ଭଳି ମଡେଲ ସାମିଲ ରହିଛି। ବିଶେଷକରି ଗ୍ରାହକଙ୍କ ବିଶ୍ୱାସ ଆଧାରରେ ନିର୍ମିତ ଏଲ୍ଏମ୍ଏମ୍ ଏ ପର୍ଯ୍ୟନ୍ତ ୧ ଲକ୍ଷ ୩ଚକିଆ ଇଭି ବିକ୍ରି କରିସାରିଛି। ଏହାଦ୍ୱାରା କମ୍ପାନୀ ଉକ୍ତ ମଡେଲ ୧ ନମ୍ବର ୩ ଚକିଆ ଇଭି ନିର୍ମାତା ମାନ୍ୟତା ସୁଦୃଢ଼ ହୋଇଛି।
ଏ ସମ୍ପର୍କରେ ଏଲ୍ଏମ୍ଏମ୍ର ସିଇଓ ସୁମନ ମିଶ୍ର କହିଛନ୍ତି, ଗତ ଆର୍ଥିକ ବର୍ଷରେ ଆମେ ଇଲେକ୍ଟ୍ରିକ୍ ୩ଚକିଆ ଯାନରେ ଆମର ବଜାର ନେତୃତ୍ୱ ଜାରି ରଖିଥିଲୁ। ଏପରିକି ୨୦୨୩ ଜୁନ୍ରେ ମଧ୍ୟ ଆମେ ଏ କ୍ଷେତ୍ରରେ ଆମର ଗଭୀର ଅଭିଜ୍ଞତା ଏବଂ ନେତୃତ୍ୱକୁ ପ୍ରତିଫଳିତ କରି ୧ଲକ୍ଷ ଇଭି ବିକ୍ରିର ମାଇଲଖୁଣ୍ଟରେ ପହଞ୍ଚିଛୁ। ସେହିଭଳି ଲି-ଆୟନ ଚାଳିତ ମହିନ୍ଦ୍ରା ଟ୍ରେଓ ଅଟୋ ଅଗ୍ରଣୀ ଇଲେକ୍ଟ୍ରିକ୍ ୩ ହ୍ବିଲର ହୋଇଥିବା ବେଳେ ଏହାର କାର୍ଗୋ ଭର୍ସନ ଟ୍ରେଓ ଜୋର ଏବଂ ଜୋର ଗ୍ରାଣ୍ଡ ମଧ୍ୟ ଅଟୋଶିଳ୍ପରେ ୩୨% ଅଂଶଧନ ସହ ଇ ଅଟୋ ବର୍ଗରେ ଶୀର୍ଷତମ ସ୍ଥାନରେ ରହିଛି। ନିକଟରେ ହରିଦ୍ୱାର କାରଖାନାରୁ ୫୦,୦୦୦ତମ ମହିନ୍ଦ୍ରା ଇ-ଆଲ୍ଫାର ଉତ୍ପାଦନ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍? ୫ କୋଟିରେ ରିଟେନ କରିଛି…
ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...
Archives


