ଭୁବନେଶ୍ୱର,୧୪।୬: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରମୁଖ ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍) ୨୦୨୨-୨୩ ଆର୍ଥିକ ବର୍ଷରେ ୧ ନମ୍ବର ଇଲେକ୍ଟ୍ରିକ୍ ୩ ଚକିଆ ଯାନ ନିର୍ମାତା ଭାବେ ମାନ୍ୟତା ହାସଲ ସହ ସ୍ଥିତି ସୁଦୃଢ଼ କରିଛି। ଏପରିକି ଏହି ସମୟ ମଧ୍ୟରେ ଏଲ୍ଏମ୍ଏମ୍ ୩୬,୮୧୬ ଇଭି ବିକ୍ରି କରିଥିଲା ବେଳେ ଏହାର ବଜାର ଅଂଶ ୧୪.୬% ଥିଲା। ବିଶେଷକରି ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ୧୭,୫୨୨ ୟୁନିଟ୍ ବିକ୍ରି କରିଥିଲା ବେଳେ ୭.୬% ବଜାର ଅଂଶ ହାସଲ କରିଥିଲା। ଏହା ୨୦୨୧-୨୨ ଆର୍ଥିକ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର କାରବାରଠାରୁ ଯଥେଷ୍ଟ କମ୍ ବୋଲି କୁହାଯାଉଛି। ସେହିଭଳି ସମଗ୍ର ଭାରତରେ ଏଲ୍ଏମ୍ଏମ୍ର ୧୧୫୦ଟି ଟଚ୍ ପଏଣ୍ଟ ରହିଥିବାବେଳେ ୧୦, ୦୦୦ ରୁ ଅଧିକ ଚାର୍ଜିଂ ଷ୍ଟେଶନ ରହିଛି। ବିଶେଷକରି ମହିନ୍ଦ୍ରା ବ୍ରାଣ୍ଡ୍ର ବିଶ୍ୱସନୀୟତା ଏଲ୍ଏମ୍ଏମ୍କୁ ତା’ର ୧ ନମ୍ବର ଇଭି ନିର୍ମାତା ସ୍ଥାନ ବଜାୟ ରଖିବାରେ ସାହାଯ୍ୟ କରିଛି। ଅପରପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏଲ୍ଏମ୍ଏମ୍ ଏକ ପାୱାର ପ୍ୟାକ୍ ଯୁକ୍ତ ୩ଚକିଆ ଇଭି, ଜୋର୍ ଗ୍ରାଣ୍ଡ ଯୋଡ଼ିଥିଲା ବେଳେ ଏହାର ଉନ୍ମୋଚନର ୧ ବର୍ଷ ମଧ୍ୟରେ ଉକ୍ତ ମଡେଲ ୨୩,୦୦୦ରୁ ଅଧିକ ଅର୍ଡର ବୁକିଂ କରିପାରିଥିଲା। ସେହିପରି ଜୋର୍ ଗ୍ରାଣ୍ଡ ବ୍ୟତୀତ ଏଲ୍ଏମ୍ଏମ୍ର ବୈଦ୍ୟୁତିକ ପୋର୍ଟଫୋଲିଓରେ ଟ୍ରେଓ ରେଞ୍ଜର ଯାନ ଏବଂ ଆଲଫା-ମିନି ଏବଂ କାର୍ଗୋ ଭଳି ମଡେଲ ସାମିଲ ରହିଛି। ବିଶେଷକରି ଗ୍ରାହକଙ୍କ ବିଶ୍ୱାସ ଆଧାରରେ ନିର୍ମିତ ଏଲ୍ଏମ୍ଏମ୍ ଏ ପର୍ଯ୍ୟନ୍ତ ୧ ଲକ୍ଷ ୩ଚକିଆ ଇଭି ବିକ୍ରି କରିସାରିଛି। ଏହାଦ୍ୱାରା କମ୍ପାନୀ ଉକ୍ତ ମଡେଲ ୧ ନମ୍ବର ୩ ଚକିଆ ଇଭି ନିର୍ମାତା ମାନ୍ୟତା ସୁଦୃଢ଼ ହୋଇଛି।
ଏ ସମ୍ପର୍କରେ ଏଲ୍ଏମ୍ଏମ୍ର ସିଇଓ ସୁମନ ମିଶ୍ର କହିଛନ୍ତି, ଗତ ଆର୍ଥିକ ବର୍ଷରେ ଆମେ ଇଲେକ୍ଟ୍ରିକ୍ ୩ଚକିଆ ଯାନରେ ଆମର ବଜାର ନେତୃତ୍ୱ ଜାରି ରଖିଥିଲୁ। ଏପରିକି ୨୦୨୩ ଜୁନ୍ରେ ମଧ୍ୟ ଆମେ ଏ କ୍ଷେତ୍ରରେ ଆମର ଗଭୀର ଅଭିଜ୍ଞତା ଏବଂ ନେତୃତ୍ୱକୁ ପ୍ରତିଫଳିତ କରି ୧ଲକ୍ଷ ଇଭି ବିକ୍ରିର ମାଇଲଖୁଣ୍ଟରେ ପହଞ୍ଚିଛୁ। ସେହିଭଳି ଲି-ଆୟନ ଚାଳିତ ମହିନ୍ଦ୍ରା ଟ୍ରେଓ ଅଟୋ ଅଗ୍ରଣୀ ଇଲେକ୍ଟ୍ରିକ୍ ୩ ହ୍ବିଲର ହୋଇଥିବା ବେଳେ ଏହାର କାର୍ଗୋ ଭର୍ସନ ଟ୍ରେଓ ଜୋର ଏବଂ ଜୋର ଗ୍ରାଣ୍ଡ ମଧ୍ୟ ଅଟୋଶିଳ୍ପରେ ୩୨% ଅଂଶଧନ ସହ ଇ ଅଟୋ ବର୍ଗରେ ଶୀର୍ଷତମ ସ୍ଥାନରେ ରହିଛି। ନିକଟରେ ହରିଦ୍ୱାର କାରଖାନାରୁ ୫୦,୦୦୦ତମ ମହିନ୍ଦ୍ରା ଇ-ଆଲ୍ଫାର ଉତ୍ପାଦନ କରାଯାଇଥିଲା।
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
Archives

