ଲିଜ୍‌, ଶ୍ରୀଜଗନ୍ନାଥ ଜମିର ସ୍ଥାୟୀ ସମାଧାନ ହେଉ

ପୁରୀ ଅଫିସ,୧୯।୧: ପୁରୀ ସହରରେ ଥିବା ପୌରାଞ୍ଚଳ ଲିଜ୍‌ ଜମି, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ଇକୋ-ସେନ୍ସିଟିଭ୍‌ ଜମି ଭଳି ଅନେକ ମାମଲାର ସ୍ଥାୟୀ ସମାଧାନ ପାଇଁ ପୁରୀ ଜିଲା ଭାଜପା ଦାବି କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ, ପୁରୀ ପୌରାଞ୍ଚଳ ଅଧୀନରେ ଥିବା ଜମିକୁ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଆକାରରେ ବିଭିନ୍ନ ଦୋକାନୀଙ୍କୁ ଦିଆଯାଇଛି। ଲିଜ୍‌ଧାରୀମାନେ ସ୍ଥାୟୀ ଭାବେ ରହିବା କିମ୍ବା ବ୍ୟବସାୟ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରୁଛନ୍ତି। ନିୟମାନୁଯାୟୀ, ଘର ନିର୍ମାଣ ଉଦ୍ଦେଶ୍ୟରେ କୌଣସି ଜମି ଲିଜ ଦିଆଗଲେ, ଏହାକୁ ସ୍ଥାୟୀ ଲିଜ୍‌ ବୋଲି ବିଚାରକୁ ନିଆଯାଇ ଥାଏ। ଲିଜ ସମୟ ସରିବା ପରେ ସମ୍ପୃକ୍ତ ବ୍ୟକ୍ତି ଲିଜ ମିଆଦ ବୃଦ୍ଧି ପାଇଁ ଆବେଦନ କରି ନବୀକରଣ କରିପାରିବେ। ରାଜ୍ୟ ସରକାର ପୁରୀ ପୌରାଞ୍ଚଳକୁ ଜମି ଲିଜ୍‌ ନ ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଥିଲା। ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ଓଜିଏଲ୍‌ଏସ୍‌ ଆକ୍ଟ ଅନୁଯାୟୀ, ସମ୍ପତ୍ତିର ଲିଜ ଅବଧି ଶେଷ ହେବା ପରେ ତହସିଲଦାରଙ୍କ ପାଖରେ ସ୍ଥାୟୀ ପଟ୍ଟା ପାଇଁ ଆବେଦନ ଦେଇ ନୂଆପଟ୍ଟା ନେଇପାରିବେ। ମାତ୍ର ଏ ନେଇ ବାରମ୍ବାର ଆବେଦନ ସତ୍ତ୍ୱେ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଖାସ୍‌ମାହାଲ୍‌ ଲିଜ୍‌ର ସ୍ଥିତି ମଧ୍ୟ ସମାନ। ପୁରୀରେ ୭୦ରୁ ୭୫ ଭାଗ ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି। ଅନେକ ଅମୃତମଣୋହୀ ସମ୍ପତ୍ତିରେ ବିଭିନ୍ନ ମଠ ଏଣ୍ଡାଓମେଣ୍ଟ କମିଶନରଙ୍କଠାରୁ ଧାରା ୧୯ରେ ବିକ୍ରି ଅନୁମତି ପାଇଥିଲେ। ମାତ୍ର ଜମି କିଣିଥିବା ବ୍ୟକ୍ତିଙ୍କ ନାମରେ ଏପର୍ଯ୍ୟନ୍ତ ସ୍ଥାୟୀ ପଟ୍ଟା ହୋଇପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥଙ୍କ ଜମିକୁ ପୂର୍ବରୁ ଡେସିମିଲ ପିଛା ଏକହଜାର ଟଙ୍କାରେ ବିକିଥିବାବେଳେ ଏବେ ୟୁନିଫର୍ମ ପଲିସି ଲାଗୁକରି ଖରିଦ ପାଇଁ ବର୍ତ୍ତମାନର ବଜାର ମୂଲ୍ୟ ମାଗୁଛନ୍ତି। ପୁରୀ ବାଲୁଖଣ୍ଡ ମୌଜାର ଅନେକ ଅଞ୍ଚଳକୁ ଇକୋ ସେନ୍ସିଟିଭ୍‌ ଅଞ୍ଚଳରେ ପରିଣତ କରି ସରକାର ମୁକ୍ତ କିଣାବିକାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡ଼ିଯାଉଛି ଚନ୍ଦିର ବଣ

ଖଇରା, ୧୧।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ଥିଲା।...

ବିତିଲାଣି ୨୧ବର୍ଷ, ଭୁଲି ହେଉନି ଦୁଃଖ

ଖଇରା, ୧୭।୧୧(ଡି.ଏନ.ଏ.)-ସେଦିନ ଥିଲା ୧୯୯୮ ନଭେମ୍ବର ୧୭ତାରିଖ ା ବାଲେଶ୍ୱର ଜିଲା ଖଇରା ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନମେଳାର ଆୟୋଜନ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ପିଲାମାନଙ୍କର ସୁଅ...

ପ୍ରତିଶ୍ରୁତି ଦେଇ ଦୁଗ୍ଧଚାଷୀଙ୍କୁ ପ୍ରତାରଣା

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଚାଷୀଙ୍କ ହାତକୁ ଅଧିକ ଅର୍ଥ ଦେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। କିନ୍ତୁ ପ୍ରଶାସନ ଉକ୍ତ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରୁ...

ମୋବାଇଲ ବଦଳରେ ଆସିଲା ଜୋତା, ବେଲ୍‌ଟ

ପାଟଣା,୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ାର ରଞ୍ଜନ ବେହେରା ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ମୋବାଇଲ ଲଟେରି ଉଠିଥିବା କହି ଦୁର୍ବୃତ୍ତ ତାଙ୍କଠାରୁ ୪...

ସାମାଜିକ ଦୂରତା ନିୟମକୁ ଫୁ’

ଭୁବନ, ୧୬।୪(ଡି.ଏନ.ଏ.) ବ୍ୟାପକ ସଚେତନତା ଓ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସାମାଜିକ ଦୂରତା ନିୟମକୁ ମାନୁନାହାନ୍ତି ସାଧାରଣ ଲୋକେ। ହାଟ ବଜାରରେ ଅସମ୍ଭାଳ ଭିଡ଼ ହେଉଛି। ଏହାକୁ...

କୋଣାର୍କକୁ ମିଳିଲା ‘ଆଇକନିକ୍‌ ପର୍ଯ୍ୟଟନସ୍ଥଳୀ’ ମାନ୍ୟତା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା। କୋଣାର୍କକୁ ଏହି ମାନ୍ୟତା ମିଳିଲା । ମଙ୍ଗଳବାର ରାଜ୍ୟ ସଭାରେ ଏ ନେଇ କେନ୍ଦ୍ର ମନ୍ତ୍ରୀ...

ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସମେତ ୩ ଗିରଫ

ଆନନ୍ଦପୁର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଶାଳଦେଇ ବାଲିଘାଟ ବିବାଦକୁ ନେଇ ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ...

ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ଦାବି: ଅନଶନକୁ ଓହ୍ଲାଇଲା କୋଶଳ ସେନା

ବରଗ ଅଫିସ,୧୭।୧୧: ବରଗଡ଼ ଜିଲାରେ କ୍ୟାନ୍‌ସର ହସ୍ପିଟାଲ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାର କୋଶଳ ସେନା ବିକ୍ଷୋଭ ଶୋଭାଯାତ୍ରା ସହିତ ଅନଶନକୁ...

Advertisement
Archives

Model This Week