ଲିଜ୍‌, ଶ୍ରୀଜଗନ୍ନାଥ ଜମିର ସ୍ଥାୟୀ ସମାଧାନ ହେଉ

ପୁରୀ ଅଫିସ,୧୯।୧: ପୁରୀ ସହରରେ ଥିବା ପୌରାଞ୍ଚଳ ଲିଜ୍‌ ଜମି, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ଇକୋ-ସେନ୍ସିଟିଭ୍‌ ଜମି ଭଳି ଅନେକ ମାମଲାର ସ୍ଥାୟୀ ସମାଧାନ ପାଇଁ ପୁରୀ ଜିଲା ଭାଜପା ଦାବି କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ, ପୁରୀ ପୌରାଞ୍ଚଳ ଅଧୀନରେ ଥିବା ଜମିକୁ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଆକାରରେ ବିଭିନ୍ନ ଦୋକାନୀଙ୍କୁ ଦିଆଯାଇଛି। ଲିଜ୍‌ଧାରୀମାନେ ସ୍ଥାୟୀ ଭାବେ ରହିବା କିମ୍ବା ବ୍ୟବସାୟ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରୁଛନ୍ତି। ନିୟମାନୁଯାୟୀ, ଘର ନିର୍ମାଣ ଉଦ୍ଦେଶ୍ୟରେ କୌଣସି ଜମି ଲିଜ ଦିଆଗଲେ, ଏହାକୁ ସ୍ଥାୟୀ ଲିଜ୍‌ ବୋଲି ବିଚାରକୁ ନିଆଯାଇ ଥାଏ। ଲିଜ ସମୟ ସରିବା ପରେ ସମ୍ପୃକ୍ତ ବ୍ୟକ୍ତି ଲିଜ ମିଆଦ ବୃଦ୍ଧି ପାଇଁ ଆବେଦନ କରି ନବୀକରଣ କରିପାରିବେ। ରାଜ୍ୟ ସରକାର ପୁରୀ ପୌରାଞ୍ଚଳକୁ ଜମି ଲିଜ୍‌ ନ ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଥିଲା। ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ଓଜିଏଲ୍‌ଏସ୍‌ ଆକ୍ଟ ଅନୁଯାୟୀ, ସମ୍ପତ୍ତିର ଲିଜ ଅବଧି ଶେଷ ହେବା ପରେ ତହସିଲଦାରଙ୍କ ପାଖରେ ସ୍ଥାୟୀ ପଟ୍ଟା ପାଇଁ ଆବେଦନ ଦେଇ ନୂଆପଟ୍ଟା ନେଇପାରିବେ। ମାତ୍ର ଏ ନେଇ ବାରମ୍ବାର ଆବେଦନ ସତ୍ତ୍ୱେ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଖାସ୍‌ମାହାଲ୍‌ ଲିଜ୍‌ର ସ୍ଥିତି ମଧ୍ୟ ସମାନ। ପୁରୀରେ ୭୦ରୁ ୭୫ ଭାଗ ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି। ଅନେକ ଅମୃତମଣୋହୀ ସମ୍ପତ୍ତିରେ ବିଭିନ୍ନ ମଠ ଏଣ୍ଡାଓମେଣ୍ଟ କମିଶନରଙ୍କଠାରୁ ଧାରା ୧୯ରେ ବିକ୍ରି ଅନୁମତି ପାଇଥିଲେ। ମାତ୍ର ଜମି କିଣିଥିବା ବ୍ୟକ୍ତିଙ୍କ ନାମରେ ଏପର୍ଯ୍ୟନ୍ତ ସ୍ଥାୟୀ ପଟ୍ଟା ହୋଇପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥଙ୍କ ଜମିକୁ ପୂର୍ବରୁ ଡେସିମିଲ ପିଛା ଏକହଜାର ଟଙ୍କାରେ ବିକିଥିବାବେଳେ ଏବେ ୟୁନିଫର୍ମ ପଲିସି ଲାଗୁକରି ଖରିଦ ପାଇଁ ବର୍ତ୍ତମାନର ବଜାର ମୂଲ୍ୟ ମାଗୁଛନ୍ତି। ପୁରୀ ବାଲୁଖଣ୍ଡ ମୌଜାର ଅନେକ ଅଞ୍ଚଳକୁ ଇକୋ ସେନ୍ସିଟିଭ୍‌ ଅଞ୍ଚଳରେ ପରିଣତ କରି ସରକାର ମୁକ୍ତ କିଣାବିକାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri