ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି କରିଛି। ଏ ନେଇ ଡିଏଚ୍‌ଏଚ୍‌ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସମ୍ପୃକ୍ତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ବିରୋଧରେ କାରଣ ଦର୍ଶାଅ ନୋଟିସ ଓ ଚେତାବନୀ ପତ୍ର ଜାରି କରିବା ସହିତ ୫୦ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ) ଡା. ନୀଳମାଧାବ ଶତପଥୀ କହିଛନ୍ତି, ଏ ସମ୍ପର୍କରେ ଜାଣିବା ପରେ ଚିକିତ୍ସାଳୟର ଫୁଡ୍‌ ଇନ୍ସପେକ୍ଟରଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ସଂସ୍ଥା ‘ନିରାକାର ସିକ୍ୟୁରିଟି ଆଣ୍ଡ କନସଲଟାନ୍ସି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ରୋଗୀମାନଙ୍କୁ ଯୋଗାଣ ହେଉଥିବା ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନମାନର ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ଫଳରେ ଖାଦ୍ୟ ପ୍ରସ୍ତୁତି ଓ ଯୋଗାଣରେ ଏଭଳି ବେପରୁଆ ମନଭାବ ପାଇଁ ସମ୍ପୃକ୍ତ ସଂସ୍ଥାକୁ କାରଣ ଦର୍ଶାଆ ନୋଟିସ ସହିତ ୫୦ ଜରିମାନା କରାଯାଇଛି। ଏହାସହ ସଂସ୍ଥାକୁ ଏକ ଚେତାବନୀ ପତ୍ର ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି ସିଡିଏମ୍‌ଓ ଡା. ଶତପଥୀ। ସେ କହିଛନ୍ତି, ରୋଗୀଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟର ଗୁଣବତ୍ତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ।

Dharitri – Odisha’s No.1 Odia Daily

Share