Posted inଫୁରସତ

ଲିଜାର୍ଡ ଡେ: ଏବେ ସଙ୍କଟରେ

ଲିଜାର୍ଡ ଡେ, ପ୍ରତିବର୍ଷ ଅଗଷ୍ଟ ୧୪ରେ ପାଳନ ହୋଇଥାଏ। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଭିନ୍ନ କାରଣରୁ ଏହି ପ୍ରଜାତିର ପ୍ରାଣୀ ଏବେ ସଙ୍କଟରେ…

ପରିବର୍ତ୍ତିତ ସମୟ ସହ ତାଳ ମିଳାଇ ଚାଲିବା ହୋଇଯାଉଛି କଷ୍ଟକର। ପ୍ରଦୂଷିତ ପରିବେଶ ଏବଂ ମନୁଷ୍ୟର ଲୋଲୁପ ଦୃଷ୍ଟି ସେମାନଙ୍କୁ ଅତିଷ୍ଠ କରିଦେଉଛି। ଫଳରେ ଦିନକୁ ଦିନ ବିଭିନ୍ନ ପ୍ରଜାତିର ପ୍ରାଣୀ ଲୋପ ପାଇଯାଉଥିବାବେଳେ ଆଉ କେତେକଙ୍କ ଜୀବନ ସଂକଟ ଅବସ୍ଥାକୁ ଠେଲି ହୋଇଯାଉଛି। ଏହିଭଳି ଏବେ ଲିଜାର୍ଡ(ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି…)ଶ୍ରେଣୀ ଅନ୍ତର୍ଭୁକ୍ତ ପ୍ରାଣୀଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଛି।
ଗୋଧି
ଓଡ଼ିଶାରେ ୩ ପ୍ରଜାତିର ଗୋଧି ଦେଖାଯାଆନ୍ତି। ଭିତରକନିକା ହେନ୍ତାଳବନରେ ୱାଟର ମନିଟର ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ବେଙ୍ଗଲ ମନିଟର ଓ ୟେଲୋ ମନିଟର ଦେଖାଯାଆନ୍ତି। ରାଜ୍ୟରେ ଶିକାର ହେଉଥିବା ଲିଜାର୍ଡଙ୍କ ମଧ୍ୟରେ ଏହି ଗୋଧି ସଂଖ୍ୟା ପ୍ରଥମ। ବିଭିନ୍ନ କାରଣରୁ ଗୋଧି ଶିକାର ହୋଇଥାଏ। ଏହାର ମାଂସକୁ ଲୋକେ ଖାଇଥାନ୍ତି ଆଉ ଚମଡ଼ାକୁ ବାଦ୍ୟଯନ୍ତ୍ରରେ ବ୍ୟବହାର କରିଥାନ୍ତି। ଢେଙ୍କାନାଳ ଜିଲା ଯୋରନ୍ଦାଠାରେ ମାଘ ମେଳାରେ ବହୁ ସଂଖ୍ୟାରେ ଗୋଧି ଚମଡ଼ା ବିକ୍ରି ହୋଇଥାଏ। ଏହା ମୁଖ୍ୟତଃ ‘ଖଞ୍ଜଣି’ ବାଦ୍ୟଯନ୍ତ୍ରରେ ବ୍ୟବହାର କରାଯାଇଥାଏ। ତେଣୁ ଗୋଧିସଂଖ୍ୟା ଓଡ଼ିଶାରେ ଦିନକୁ ଦିନ କମିବାରେ ଲାଗିଲାଣି। କିନ୍ତୁ ଏହି ୩ ପ୍ରଜାତିର ଗୋଧି ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ସରୀସୃପ। ଏମାନଙ୍କୁ ଶିକାର କଲେ ୭ବର୍ଷ ଜେଲଦଣ୍ଡ ମିଳିବ। କିନ୍ତୁ ବନ ବିଭାଗର ଉଦାସୀନତା ଯୋଗୁ ରାଜ୍ୟରେ ଦିନକୁ ଦିନ ଗୋଧି ସଂଖ୍ୟା କମିବାରେ ଲାଗିଛି। ଏମାନଙ୍କୁ ସାଧାରଣତଃ କେଳା ସମ୍ପ୍ରଦାୟର ଲୋକେ ଶିକାର କରି ମାଂସ ଖାଇଥାନ୍ତି ଏବଂ ଚମଡ଼ାକୁ ବିକ୍ରି କରିଥାନ୍ତି। ବନ ବିଭାଗ ବାଘ ବା ହାତୀ ଶିକାର ପାଇଁ ଯେତିକି ତପତ୍ରତା ଦେଖାଏ ଗୋଧି ଶିକାର ଲାଗି ସେତିକି ଯତ୍ନବାନ ହୁଏ ନାହିଁ। ତେଣୁ ଶିକାରୀଙ୍କୁ ଏଭଳି ନିରୀହ ଓ ବିଷହୀନ ପ୍ରାଣୀଙ୍କୁ ଶିକାର ଲାଗି ସୁବିଧା ହୋଇଥାଏ।

ଲିଓପାର୍ଡ ଗେକୋ
ଏହି ପ୍ରଜାତିର ଝିଟିପିଟି ଓଡ଼ିଶାରେ ଦେଖିବାକୁ ମିଳେ। ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳରେ ଏସବୁ ଦେଖାଯାଆନ୍ତିି। ଶିମିଳିପାଳ, ବରବରା, ସାତକୋଶିଆ ଆଦି ଅନେକ ଜଙ୍ଗଲରେ ଏହା ମିଳନ୍ତିି। ଏହାକୁ ଓଡ଼ିଶାରେ କାଳକୁଟ କୁହାଯାଇଥାଏ। ଏହା ଅତ୍ୟନ୍ତ ବିଷଧର ବୋଲି ଲୋକେ ଭାବିଥାନ୍ତି। କିନ୍ତୁ ପ୍ରକୃତରେ ଅନ୍ୟ ଭାରତୀୟ ଲିଜାର୍ଡଙ୍କ ପରି ଏହାର ମଧ୍ୟ ବିଷ ନାହିଁ। ଅତି ନିରୀହ ପ୍ରାଣୀ। ଲିଓପାର୍ଡ ଭଳି ଏହି ପ୍ରାଣୀଟି ହଳଦିଆ ଓ କଳାରଙ୍ଗ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି। ତେବେ ପେଟ୍‌ ଇଣ୍ଡଷ୍ଟ୍ରିରେ ଏହାର ଚାହିଦା ଅଧିକ। ତେଣୁ ଏହି ପ୍ରାଣୀର ଚୋରା କାରବାର ଅଧିକ ହୋଇଥାଏ।
ବହୁରୂପୀ ଏଣ୍ଡୁଅ
ବହୁରୂପୀ ଏଣ୍ଡୁଅ ବା କ୍ୟାମେଲିୟନ ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ ମିଳନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନେକ ସମୟରେ ଏପରି ଏଣ୍ଡୁଅ ଉଦ୍ଧାର ହୋଇଛି। ଏହାର ବିଶେଷତ୍ୱ ହେଲା ଜୀବଟି ପରିବେଶ ଅନୁଯାୟୀ ନିଜର ରଙ୍ଗ ବଦଳେଇପାରେ। ଗାଢ଼ ସବୁଜ, ହଳଦିଆ, ମାଟିଆ ଏପରି କି କଳା ରଙ୍ଗ ମଧ୍ୟ ଧାରଣ କରିପାରେ। ଏମାନେ ଅତ୍ୟନ୍ତ ନିରୀହ ଏବଂ ବିଷହୀନ ପ୍ରାଣୀ। ତେଣୁ ଶିକାରୀଠାରୁ ରକ୍ଷା ପାଇବା ପାଇଁ ଏହା ଗଛର ଯେଉଁ ସ୍ଥାନରେ ଥାଏ ସେଠାରେ ତା’ର ରଙ୍ଗ ବଦଳାଇ ଶତ୍ରୁ ନଜରରୁ ବଞ୍ଚତ୍ଥାଏ। ଖାଇବା ପାଇଁ ନିଜ ଜିଭକୁ ବାହାରକୁ କାଢି ଝିଣ୍ଟିକା ଆଦିକୁ ପ୍ରାୟ ୧ଫୁଟ ଦୂରରୁ ଧରି ଭିଡ଼ି ନେଇଥାଏ। ଏହାର ଦୃଷ୍ଟିଶକ୍ତି ଅନନ୍ୟ। ଏହା ଏକ ସମୟରେ ଗୋଟିଏ ଆଖିରେ ଆଗକୁ ଓ ଅନ୍ୟ ଆଖିରେ ପଛକୁ ଦେଖିପାରେ। ତେବେ ଅନ୍ଧବିଶ୍ୱାସ ଯୋଗୁ ରାଜ୍ୟରେ ଏହି ପ୍ରାଣୀ ଏବେ ସଙ୍କଟରେ। ଏମାନଙ୍କ ଲାଞ୍ଜକୁ କାଟି କେତେକ ଲୋକ ପିଲାଙ୍କର ‘ପିହୁଳା’ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରିଥାନ୍ତି। ଯାହାକି ଆଦୌ ସତ୍ୟ ନୁହେଁ। ବିନା ଲାଞ୍ଜରେ କ୍ୟାମେଲିୟନ ବି ବେଶିଦିନ ବଞ୍ଚତ୍ପାରେ ନାହିଁ। ତେଣେ ମଣିଷ ନିଜ ପିଲାର ମଧ୍ୟ ସ୍ବାସ୍ଥ୍ୟକୁ ବିପଦରେ ପକାଇଥାଏ। ତେବେ କ୍ୟାମେଲିୟନ ଶିକାର ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନୁଯାୟୀ ଦଣ୍ଡନୀୟ ଏବଂ ଏହା ସିଡ୍ୟୁଲ -୨ ଅନ୍ତର୍ଭୁକ୍ତ ପ୍ରାଣୀ।
‘ହାଥଯୋଡି’
ହାଥଯୋଡି ଯମଜ ଏକ ବୃକ୍ଷ ଯାହା ହିମାଳୟରେ ଦେଖାଯାଏ। ଏହାର ଚେରକୁ ଘରେ ରଖି ପୂଜା କଲେ କାହାର ଅଭାବ ରହେ ନାହିଁ। ଏହି ହାଥଯୋଡି ଲାଗି ଲାଗି ଦୁଇଟି ଚେର ଭଳି ଦେଖାଯାଏ। ତେବେ ପ୍ରକୃତରେ ଏହା କୌଣସି ବୃକ୍ଷର ଚେର ନୁହେଁ, ଏହା ଗୋଧିର ଯୌନାଙ୍ଗ। ତାକୁ ଶୁଖାଯାଇ ତା’ ଉପରେ ସିନ୍ଦୂର ଲଗାଯାଏ। ଗୋଟିଏ ଗୋଟିଏ ହାଥଯୋଡି ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଥାଏ। ଭୁବନେଶ୍ୱରରେ ମଧ୍ୟ ଏହାର ଅନ୍‌ଲାଇନ୍‌ ବେପାର ଚାଲୁଥିବା ବେଳେ ୱାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଜବତ ହୋଇଛି। ଧର୍ମ ନାଁରେ ଅନ୍ଧବିଶ୍ୱାସ ଯୋଗୁ ଆଜି ଆମ ଦେଶରେ ଗୋଧି ସଙ୍କଟଗ୍ରସ୍ତ।

ଝିଟିପିଟି ଓ ପରିବେଶ

ପରିବେଶ ସୁରକ୍ଷା କ୍ଷେତ୍ରରେ ଝିଟିପିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟତଃ ଏହା ମାଂସାଶୀ। ଛୋଟ ପୋକଜୋକ ଆଦି ଖାଇଥାଏ। ଫଳରେ ଗଛଲତାକୁ କ୍ଷତି ପହଞ୍ଚାଉଥିବା ପୋକଜୋକ ନଷ୍ଟ ହୋଇଥାନ୍ତି। ଖାଦ୍ୟ ଶୃଙ୍ଖଳରେ ସମନ୍ବୟ ରକ୍ଷା କରିବା ଏହା ଦ୍ୱାରା ସମ୍ଭବ ହୁଏ। ଘରେ ଦେଖାଦେଉଥିବା ଅସରପା, ଉଇ ସମେତ ଅନ୍ୟ ପୋକଜୋକ ଝିଟିପିଟି ଖାଇଦେଇଥାଏ। ସେହିପରି ଚାଷଜମିକୁ କ୍ଷତି ପହଞ୍ଚାଉଥିବା ପୋକ ଜୋକ ଏବଂ ଝିଣ୍ଟିକା ଆଦିକୁ ଏହା ଖାଇବା ଯୋଗୁ ଫସଲ ଉପରୁ ବିପଦ ହଟିଯାଇଥାଏ। ଛୋଟ ସରୀସୃପ ଟିଏ ହେଲେ ମଧ୍ୟ ମାନବ ସମାଜ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଥିବା ଝିଟିପିଟିର ଅବଦାନ ଅପରିହାର୍ଯ୍ୟ ବୋଲି ଜୀବବିଜ୍ଞାନୀ ମତପୋଷଣ କରିଥାନ୍ତି।

ଘରଠୁ ଘଞ୍ଚ ଜଙ୍ଗଲ

ଥିବୀରେ ୫୬ ଶହ ପ୍ରଜାତିରୁ ଅଧିକ ଝିଟିପିଟି ରହିଥିବା ଜୀବବିଜ୍ଞାନୀ କହିଥାନ୍ତି। ଏହା ଶୀତଳ ରକ୍ତଧାରୀ ସରୀସୃପ। ମଣିଷ ବାସ କରୁଥିବା ଘରେ ରହିବାକୁ ଏସବୁ ପ୍ରାଣୀ ପସନ୍ଦ କରିଥାଏ। ସହଜରେ ଖାଇବାକୁ ପୋକଜୋକ ମିଳୁଥିବା ସ୍ଥାନରେ ଏହା ରହିଥାଏ। ଶରୀର ଉତ୍ତାପ ବଜାୟ ରଖିବା ପାଇଁ ଗଳିକନ୍ଦିରେ ବାସ କରେ। ଏହାର ମଳ ସହିତ ୟୁରିକ୍‌ ଏସିଡ୍‌ ବାହାରି ଆସିଥାଏ ବୋଲି ବିଶେଷଜ୍ଞ କହିଥାନ୍ତି। ଝିଟିପିଟିକୁ ନେଇ ବିଭିନ୍ନ ଭାଷାର ସାହିତ୍ୟରେ ମଧ୍ୟ ବହୁ କାହାଣୀ ରହିଛି। ଓଡ଼ିଆ ଭାଷାରେ ଥିବା ମୋ ଛବି ବହିରେ ‘ଇ’ ମାତ୍ରା ବିଷୟରେ ଝିଟିପିଟି ଶବ୍ଦଟି ରହିଛି। ଲୋକେ କୁହନ୍ତି ଝିଟିପିଟି ସତ କୁହେ। କୌଣସି କଥାବାର୍ତ୍ତା ସମୟରେ ଝିଟିପିଟି ଟିକ୍‌ ଟିକ୍‌ ଶବ୍ଦ କଲେ ଲୋକେ ଏହାକୁ ସତ୍ୟ ବୋଲି କୁହାକୁହି ହୋଇଥାନ୍ତି। ଅପରପକ୍ଷରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ପଲ୍ଲୀପତନ ଫଳାଫଳ ବୋଲି ଏକ ବିଷୟ ରହିଛି। ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡ଼ିଲେ ତାହାର ଶୁଭ ଅବା ଅଶୁଭ ଫଳ କ’ଣ ତାହା ଏଥିରେ ସୂଚିତ କରାଯାଇଥାଏ। ଏଥିରୁ ସ୍ବତଃ ଅନୁମେୟ ଝିଟିପିଟି ଆମ ନିତିଦିନିଆ ଜୀବନରେ କେତେ ପରିଚିତି ହାସଲ କରିପାରିଛି।
ଝିଟିପିଟି ସହରାଞ୍ଚଳଠାରୁ ଆରମ୍ଭ କରି ଆମାଜନ ଜଙ୍ଗଲ ପର୍ଯ୍ୟନ୍ତ ସବୁଠାରେ ଦେଖାଦେଇଥାଏ। ଝିଟିପିଟିର ଲାଞ୍ଜରେ ଏକ ପ୍ରକାର ସ୍ବତନ୍ତ୍ର କୋଷିକା ରହିଛି। ଥରେ ଲାଞ୍ଜ ଛିଣ୍ଡିଗଲେ ଏହା ପୁଣି କଅଁଳି ଥାଏ। ଲାଞ୍ଜରେ ମେରିଷ୍ଟୋମେଟିକ୍‌ ଟିସୁ ଥିବାରୁ ଏଭଳି ହୋଇଥାଏ।
ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଅଧିକ ପ୍ରଜାତିର ଝିଟିପିଟି ରହିଥିବା ଜୀବବିଜ୍ଞାନୀମାନେ କହିଥାନ୍ତି। ଖଣ୍ଡାଧାର ଜଳପ୍ରପାତ ଅଞ୍ଚଳରେ ମଧ୍ୟ ଭିନ୍ନ ଭିନ୍ନ ପ୍ରଜାତି ଦେଖାଯାଇଥାନ୍ତି। ପରିବେଶ ଅନୁସାରେ ସୁରକ୍ଷା ପାଇଁ ଝିଟିପିଟି ନିଜର ରଙ୍ଗ ପରିବର୍ତ୍ତନ କରିଥାଏ। କୀଟନାଶକର ବ୍ୟବହାର ଯୋଗୁ ଝିଟିପିଟି ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ଏହାର ବିଭିନ୍ନ ପ୍ରଜାତି ଲୋପ ପାଉଥିବା ପରିବେଶବିତ୍‌ କହିଥାନ୍ତି।

– ରିପୋର୍ଟ: ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri