ଜୀବର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା ୨୦ରେ କୁହାଯାଇଛି ”ଦ୍ରଷ୍ଟା ଦୃଷ୍ଟିମାତ୍ରଃ ଶୁଦ୍ଧୋପି ପ୍ରତ୍ୟୟାନୁପଶ୍ୟ।“ ଏହାର ଅର୍ଥ ଚେତନ ପୁରୁଷ ବା ଜୀବାତ୍ମା ଶୁଦ୍ଧ, ନିର୍ମଳ ଓ ନିର୍ବିକାର ହେଲେ ମଧ୍ୟ ତ୍ରିଗୁଣାତ୍ମକ ବୁଦ୍ଧି ସାହାଯ୍ୟରେ ଜ୍ଞାନପ୍ରାପ୍ତ ହୋଇ ବାହ୍ୟ ଜଗତର ବୃତ୍ତିଗୁଡ଼ିକୁ ଗ୍ରହଣ କରି ବିକାରଗ୍ରସ୍ତ ହୋଇଥାଏ। ବେଦ ତ୍ରୈତ୍ୟ ବିଦ୍ୟା ଉପରେ ଆଧାରିତ। ତ୍ରୈତ୍ୟ ବିଦ୍ୟା ହେଉଛି- ଈଶ୍ୱର, ଜୀବ ଓ ପ୍ରକୃତି।
ପରିବର୍ତ୍ତନୀୟ ସୃଷ୍ଟି ଭିତରେ ଅଦୃଶ୍ୟ ଭାବରେ ଅବସ୍ଥିତ ଚେତନ ସତ୍ତା ହେଉଛି ବ୍ରହ୍ମ ବା ଈଶ୍ୱର। ଏହି ଚେତନ ସତ୍ତା ଜୀବର ଜଡ଼ ଶରୀରକୁ ଜାଗ୍ରତ, ସ୍ବପ୍ନ ଓ ସୁସୁପ୍ତି ଅବସ୍ଥାରେ କ୍ରିୟାଶୀଳ କରିରଖିଥାଏ, ଯାହାକୁ ପ୍ରାଣବାୟୁ (ଶ୍ୱାସ- ପ୍ରଶ୍ୱାସ) କୁହାଯାଏ। ତେଣୁ ବ୍ୟକ୍ତିଗତ ଚେତନ ସତ୍ତାକୁ ଜୀବାତ୍ମା ଓ ବ୍ରହ୍ମକୁ ପରମାତ୍ମା ଭାବରେ ଉପନିଷଦ ସ୍ବୀକାର କରିଥାଏ। ଉପନିଷଦ କହେ ଶରୀର ଯଦି ଏକ ରଥ ହୁଏ, ଆତ୍ମା ହେଉଛି ସେହି ରଥର ପ୍ରଭୁ ବା ରଥୀ। (କଠୋପନିଷଦ ୧.୩୩) ଚେତନ ଆତ୍ମା ଜଡ଼ ଶରୀର ସହିତ ତାଦାତ୍ମ୍ୟ କରି ନିଜର ଏକ ସ୍ବତନ୍ତ୍ର ସତ୍ତା ନିର୍ମାଣ କରିଥାଏ। ଏହି ସ୍ବତନ୍ତ୍ର ସତ୍ତାକୁ ଅହମ୍‌ କୁହାଯାଏ। ସୁଖ-ଦୁଃଖ ଭଳି ସମସ୍ତ ପରିବର୍ତ୍ତନଶୀଳ ବିକାର ଜଡ଼ ଅଂଶରୁ ଉତ୍ପନ୍ନ ହୋଇଥାଏ। ଜଡ଼ ସହିତ ସମ୍ବନ୍ଧ ଥିବାରୁ ଚେତନ ଆତ୍ମା ଉପରେ ଏହାର ପ୍ରଭାବ ପଡ଼ିଥାଏ। ମାତ୍ର ଚେତନ ସତ୍ତା ଏହି ସବୁ ବିକାରର ଊର୍ଦ୍ଧ୍ୱରେ ଅବସ୍ଥିତ। ଉପନିଷଦ କହେ ଶରୀର ଯଦି ଏକ ବୃକ୍ଷ ହୁଏ, ଆତ୍ମା ଓ ପରମାତ୍ମା ଏହି ବୃକ୍ଷରେ ବସିଥିବା ଦୁଇଗୋଟି ସୁବର୍ଣ୍ଣ ପକ୍ଷୀ ଅଟନ୍ତି। ଆତ୍ମାରୂପୀ ପକ୍ଷୀ ମାୟାରେ ପଡ଼ି କର୍ମବନ୍ଧନରେ ଆବଦ୍ଧ ହୋଇ ଭୋକ୍ତା ଭାବରେ ଶରୀର ରୂପୀ ବୃକ୍ଷର ଫଳ ଭକ୍ଷଣ କରି ସୁଖ- ଦୁଃଖ ଅନୁଭବ ପୂର୍ବକ ଜନ୍ମ-ମୃତ୍ୟୁ ଚକ୍ରରେ ଗତି କରୁଥିବାବେଳେ ପରମାତ୍ମାରୂପୀ ପକ୍ଷୀ ଦ୍ରଷ୍ଟା ଭାବରେ ଆତ୍ମାର ସମସ୍ତ କାର୍ଯ୍ୟକୁ ନିରୀକ୍ଷଣ କରି କର୍ମଫଳ ପ୍ରଦାନ କରିଥାଆନ୍ତି। (ମୁଣ୍ଡକ ଉପନିଷଦ- ୩.୧.୧) ଭଗବଦ୍‌ଗୀତା ଅନୁସାରେ ଆତ୍ମା ଜଡ଼ ଶରୀର ସହିତ ସମ୍ବନ୍ଧ ରଖିଥିବାରୁ ଉପଦ୍ରଷ୍ଟା, ଶରୀରର ସମସ୍ତ କ୍ରିୟା ସମ୍ପାଦନ ପାଇଁ ଅନୁମତି ପ୍ରଦାନ କରୁଥିବାରୁ ଅନୁମନ୍ତା, ଶରୀରର ପାଳନ ପୋଷଣ କରୁଥିବାରୁ ଭର୍ତ୍ତା ଓ ଜଡ଼ ପ୍ରକୃତିର ଗୁଣଗୁଡ଼ିକୁ ଗ୍ରହଣ କରି ବିକାରଗ୍ରସ୍ତ ହୋଇ ସୁଖ-ଦୁଃଖ ଭୋଗ କରୁଥିବାରୁ ଭୋକ୍ତା ଅଟନ୍ତି (ଗୀତା ୧୩/୨୨)। ଏକମାତ୍ର ଚେତନ ପୁରୁଷ ଆତ୍ମା ଶରୀର ମଧ୍ୟରେ ପୃଥକ୍‌ ପୃଥକ୍‌ ଉପାଧି ଧାରଣ କରି କର୍ମ ସମ୍ପାଦନ କରିଥାଆନ୍ତି। ବେଦାନ୍ତ ଦର୍ଶନରେ ବ୍ରହ୍ମ ଓ ଜୀବକୁ ଏକ ସମାନ ସତ୍ତା ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏହା ବେଦ ବିରୋଧ ବୋଲି କେତେଜଣ ଭାଷ୍ୟକାର ମତ ପ୍ରଦାନ କରିଥାଆନ୍ତି। ମାତ୍ର ଅଦ୍ୱୈତ ବେଦର ସିଦ୍ଧାନ୍ତ ଅନୁସାରେ ବ୍ରହ୍ମ ଅଦ୍ୱିତୀୟ ହୋଇଥିବାରୁ ଜୀବ ଓ ପ୍ରକୃତିଠାରୁ ପୃଥକ୍‌ ଅଟନ୍ତି। ସର୍ବ ବ୍ୟାପକ ପରମାତ୍ମା ଜୀବ ମଧ୍ୟରେ ଥିବାରୁ ଜୀବଠାରୁ ପୃଥକ୍‌ ନୁହନ୍ତି। ମାତ୍ର ଗୁଣ, କର୍ମ ଓ ସ୍ବଭାବ ଦୃଷ୍ଟିରୁ ପରମାତ୍ମା ଜୀବ ସହିତ ସମାନ ନୁହନ୍ତି। ଈଶ୍ୱର ଓ ଜୀବ ଉଭୟ ଚେତନ ସତ୍ତା ତଥା ଶୁଦ୍ଧ, ପୂତ୍ତ, ନିର୍ମଳ, ଅଜର, ଅମର ଓ ସାରସତ୍ୱ। ମାତ୍ର ଈଶ୍ୱର ସର୍ବଜ୍ଞ ଓ ଆନନ୍ଦମୟ ହୋଇଥିବାବେଳେ ଜୀବ ଅଳ୍ପଜ୍ଞ ଓ ଆନନ୍ଦମୟ ନୁହେଁ। ପରମାତ୍ମା ଏକ, ଅଦ୍ୱିତୀୟ ଓ ସର୍ବବ୍ୟାପକ ହୋଇଥିବାବେଳେ ଜୀବ ଦେହରୂପୀ ହୋଇଥିବାରୁ ଅନେକ ଓ ସର୍ବବ୍ୟାପକ ନୁହେଁ। ଈଶ୍ୱର ଦ୍ରଷ୍ଟା ହୋଇଥିବାବେଳେ ଜୀବ ଭୋକ୍ତା । ପରମାତ୍ମା ସର୍ବଦା ମୁକ୍ତ, ମାତ୍ର ଜୀବ ଉଭୟ ବଦ୍ଧ ଓ ମୁକ୍ତ । ଏହା ହେଉଛି ଈଶ୍ୱର ଓ ଜୀବ ମଧ୍ୟରେ ଥିବା ସମ୍ବନ୍ଧ ଓ ବୈଷମ୍ୟ। ଅଜ୍ଞାନତା ଦୃଷ୍ଟିରୁ ଈଶ୍ୱର ଓ ଜୀବ ମଧ୍ୟରେ ଥିବା ବୈଷମ୍ୟତାକୁ ନ ଦେଖି କେବଳ ସମ୍ବନ୍ଧକୁ ଗ୍ରହଣ କରିବା ଦ୍ୱାରା ଜୀବ ଓ ବ୍ରହ୍ମ ଏକ ବୋଲି ପ୍ରତୀୟମାନ ହୋଇଥାଏ। (ସତ୍ୟାର୍ଥ ପ୍ରକାଶ- ସପ୍ତମ ସମୁଲ୍ଲାସ)। ଶରୀର ମଧ୍ୟରେ ଯେପରି ଆତ୍ମା ବ୍ୟାପକ ଥାଏ, ସେହିପରି ଆତ୍ମା ମଧ୍ୟରେ ପରମାତ୍ମା ବ୍ୟାପକ ଥାଆନ୍ତି। ମୂଢ଼ ଜୀବାତ୍ମା ଏହା ଜାଣି ନ ପାରି ବିଷୟ ବାସନାରେ ଲିପ୍ତ ରହିଥାଏ। ଆତ୍ମଜ୍ଞାନ ପ୍ରାପ୍ତ ହେଲେ ଜୀବ ସମାଧି ଅବସ୍ଥାରେ ନିଜର ଶରୀରରେ ପରମାତ୍ମାଙ୍କର ବ୍ୟାପକତା ଉପଲବ୍ଧି କରିଥାଏ।

ଡା. ଗୋପାଳ ଚନ୍ଦ୍ର ଦା
ମୋ: ୭୮୪୮୮୫୦୯୫୦

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri