ଅଦରକାରୀ ଜରିରୁ ଜୀବିକା

କେନ୍ଦୁଝର, ୧୮ା୯ (ସ୍ବ.ପ୍ର.)-ନିର୍ମାଣ କାର୍ଯ୍ୟରେ ଲାଗୁଥିବା ସିମେଣ୍ଟ ବସ୍ତାଗୁଡ଼ିକ ପରବର୍ତ୍ତୀ ସମୟରେ ଅଦରକାରୀ ହୋଇପଡ଼େ। ତେଣୁ ଏହାକୁ ଏଣେ ତେଣେ ଫୋପାଡ଼ି ଦିଆଯାଏ। ଏହି ଜରି ବସ୍ତା ପରିବେଶ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ତେଲକୋଇ ବ୍ଲକର ଛାମୁଣ୍ଡା ଗ୍ରାମର ମହିଳାମାନେ ଏହି ସିମେଣ୍ଟ ଜରି ବସ୍ତାରୁ ବିଭିନ୍ନ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ଓ ଘରେ ବ୍ୟବହୃତ ସାମଗ୍ରୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ତାଲିମ ମିଳିଲେ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି। କୌଣସି ଜିନିଷ ଅଦରକାରୀ ନୁହେଁ ବୋଲି ଏହି ମହିଳାମାନେ ପ୍ରମାଣ କରି ଦେଖାଇ ପାରିଛନ୍ତି।
ଆଜିକାଲି ଝୋଟ ଚାଷ କମିଗଲାଣି ା ଏଣୁ ଝୋଟରେ ପ୍ରସ୍ତୁତ ଦଉଡ଼ି, ବ୍ୟାଗ, ବସ୍ତା ଆଦି ସାମଗ୍ରୀ ଆଗଭଳି ମିଳୁନାହିଁ ା ଏଣୁ ଗୋରୁ ବାନ୍ଧିବା, ହଳ କରିବା ଆଦି କାମରେ ଝୋଟ ଦଉଡ଼ି ମିଳୁନାହିଁ। ଏବେ ପ୍ଲାଷ୍ଟିକର ବ୍ୟବହାର ବଢ଼ିଯାଇଛି ା ଛାମୁଣ୍ଡା ଗ୍ରାମର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର ଘର କାମ ପରେ ବଳକା ସମୟକୁ ବିନିଯୋଗ କରି ଅବ୍ୟବହୃତ ସିମେଣ୍ଟ ଜରି ବସ୍ତାରୁ ବିଭିନ୍ନ ପ୍ରକାରର ଦଉଡ଼ି ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ା ଏନେଇ ଅଧିକ ତାଲିମ ମିଳିଲେ ଏଥିରୁ ବିଭିନ୍ନ ପ୍ରକାରର ସାଜସଜା, ସୌଖୀନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ବିଭିନ୍ନ ହାଟବଜାର ତଥା ମେଳାମହୋତ୍ସବରେ ବିକି ଅଧିକ ଲାଭବାନ ହୋଇ ପାରନ୍ତେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ା ଗ୍ରାମର କେତେକ ମହିଳା ଜରି ବସ୍ତାକୁ ଖୋଲି ସେଥିରୁ ସୂତା ବାହାର କରି ଝୋଟ ଦଉଡ଼ି ଭଳି ବଳିି ବିଭିନ୍ନ ପ୍ରକାର ସାଇଜର ଦଉଡ଼ି ପ୍ରସ୍ତୁତ କରୁଛନ୍ତି। ଯାହାକି ଲୋକଙ୍କ ଦ୍ୱାରା ଆଦୃତ ହେଉଛି। ଏହାକୁ ଦେଖି ଗ୍ରାମର ଅନେକ ମହିଳା ଯୋଡ଼ି ହେଉଛନ୍ତି ଏବଂ ବଳକା ସମୟରେ ଏହି କାମ କରୁଛନ୍ତି। ଏହାଦ୍ୱାରା ଚାଷୀମାନଙ୍କ ଆବଶ୍ୟକତା ଦଉଡ଼ି ପୂରଣ କରିବା ସହ ଘର ପାଇଁ ରୋଜଗାରକ୍ଷମ ହୋଇପାରୁଛନ୍ତି। ଏଥିରୁ ବିଭିନ୍ନ ପ୍ରକାର ଗୋରୁବାନ୍ଧିବା ଦଉଡି, ପଘା, ଭାର ବୋହିବା ପାଇଁ ସିକା, ଘରେ ବନ୍ଧାବନ୍ଧି କରିବା ପାଇଁ ଦଉଡ଼ି, ଦଉଡ଼ିଆ ଖଟ ପାଇଁ ଦଉଡ଼ି, ବ୍ୟାଗ, ତାରପୋଲିନ ଭଳି ଘୋଡାଇବା ସାମଗ୍ରୀ, ଧାନ ସାଇତି ରଖିବା ପାଇଁ ବଡ଼ ବଡ଼ ବସ୍ତା ଆଦି ସାମଗ୍ରୀ ପ୍ରସ୍ତୁତ କରିପାରୁଛନ୍ତି। ସେମାନଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ କରି ଏବଂ ସୋସାଇଟି ଗଠନ କରାଗଲେ ସେମାନେ ଅଧିକ ପରିମାଣର ଏହି ସାମଗ୍ରୀ ପ୍ରସ୍ତୁତ କରିପାରନ୍ତେ ଏବଂ ଲାଭବାନ ହୋଇପାରନ୍ତେ ବୋଲି ସ୍ଥାନୀୟ ସାମାଜିକ କର୍ମୀ ଚିନ୍ମୟ କୁମାର ସାହୁ କହିଛନ୍ତି। ଘର ଦାୟିତ୍ୱ ଓ ଛୁଆପିଲାଙ୍କ ଦେଖାରଖା ପରେ ବଳକା ସମୟକୁ ଏହି କାମରେ ବ୍ୟବହାର କରିଥାନ୍ତି ବୋଲି ମହିଳାମାନେ କହିଛନ୍ତି। ମିଳୁଥିବା ଅର୍ଥରେ ଘର ପାଇଁ ଛୋଟ ବଡ଼ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ ହୋଇଯାଉଛି ବୋଲି ମହିଳାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri